Pratidin TV

Odisha's Digital News Platform

ହତ୍ୟା ନା ଆତ୍ମହତ୍ୟା ? ବିବାହର ୧୨ ଦିନରେ ଆଖିବୁଜିଲେ ନବବଧୂ

ଯାଜପୁର : ବାପା ମା’ଙ୍କୁ ପର କରି ସାତଜନ୍ମର ସାଥୀ ଭାବି ସ୍ୱାମୀର ହାତଧରିଥିଲା । କିନ୍ତୁ ୧୨ ଦିନ ବି ଧରିପାରିଲାନି ସ୍ୱାମୀର ହାତ । ନୂଆ ସଂସାରରକୁ ନେଇ କେତେ କଣ ସ୍ୱପ୍ନ ଦେଖିଥିଲା । ମାତ୍ର ବିବାହର ୧୨ ଦିନରେ ହିଁ ନବବଧୂଙ୍କ ସହ ସବୁଦିନ ପାଇଁ ଆଖିବୁଜିଦେଇଥିଲା ତାଙ୍କ ସ୍ୱପ୍ନ ।

ମିଳିଥିବା ସୂଚନା ଅନୁଯାୟୀ ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ମଙ୍ଗଳପୁର ଥାନା ଅଧିନସ୍ଥ ଖଜିରୀମାଳ ଗ୍ରାମର ଭୀମସେନ ପଣ୍ଡାଙ୍କ ପୁଅ ବିଶ୍ୱଜିତ ପଣ୍ଡା ମେଁ ମାସ ୨୮ ତାରିଖରେ ବିଂଝାରପୁର ଥାନା ବରିକୁଳ ଗ୍ରାମର ରମାକାନ୍ତ ଦାସଙ୍କ ଝିଅ ମଧୁସ୍ମିତା ଦାସଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ । ତେବେ ହଠାତ୍ ବିବାହର ୧୨ ଦିନ ପରେ ଗତକାଲି ମଧୁସ୍ମିତାଙ୍କ ଦେଢ଼ଶୁର ସକାଳୁ ସକାଳୁ ମଧୁସ୍ମିତାଙ୍କ ବାପ ଘରକୁ ଫୋନ କରି ଝିଅ ଅସୁସ୍ଥ ଥିବା କହିବା ସହ ମଙ୍ଗଳପୁର ମେଡିକାଲକୁ ଆସିବା ପାଇଁ କହିଥିଲେ । ମଧୁସ୍ମିତାଙ୍କ ବାପଘର ଲୋକେ ତୁରନ୍ତ ମଙ୍ଗଳପୁର ମେଡ଼ିକାଲରେ ପହଞ୍ଚି ଥିବାବେଳେ ଝିଅର ମୃତଦେହ ଦେଖିବାକୁ ପାଇଥିଲେ । ମଧୁସ୍ମିତା ବେକରେ ଦଉଡି ଦେଇ ଆତ୍ମ ହତ୍ୟା କରିଛି ବୋଲି ଶାଶୁଘର ଲୋକେ କହିଥିବା ବେଳେ ବାପଘର ଲୋକେ କିନ୍ତୁ ଏହାକୁ ବିଶ୍ୱାସ କରିନଥିଲେ ।

ଏହାପରେ ପରିବାର ଲୋକେ ତୁରନ୍ତ ମଙ୍ଗଳପୁରଥାନାରେ ଝିଅକୁ ହତ୍ୟା କରାଯାଇଥିବା ନେଇ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ ଶବଟିକୁ ପୋଲିସ ଜବଦ କରିବା ସହ ସବ ବ୍ୟବଛେଦ ନିମନ୍ତେ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ପଠା ଯାଇଛି । ଅଭିଯୋଗ ପରେ ମଙ୍ଗଳପୁର ପୋଲିସ ପକ୍ଷରୁ ସାଇଣ୍ଟିଫିକ ଟିମ ସହାୟତାରେ ତଦନ୍ତ ଆରମ୍ଭ କରାଯିବା ସହ ସ୍ୱାମୀ ବିଶ୍ୱଜିତଙ୍କୁ ଥାନାରେ ଅଟକ ରଖି ପଚରା ଉଚରା କରାଯିବା ସହ ଅଧିକ ତଦନ୍ତ ଜାରି ରହିଛି ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

Leave a Reply

Your email address will not be published. Required fields are marked *