Pratidin TV

Odisha's Digital News Platform

(video)ପୋଲିସ ସ୍ୱାମୀ ବାହାଘରର ୪ ଦିନରେ ନିର୍ଯାତନା ଦେଇ ତଡିଦେଲା ସ୍ତ୍ରୀକୁ….

ଭଦ୍ରକ ; ଯାହା ହାତ ଧରି ନିଜ ଘରକୁ ପରକରି ଶାଶୂଘର ଆସିଥିଲା । ମାତ୍ର ୪ ଦିନରେ ଯେ ସେ ବଦଳିଯିବ ତାକୁ କେବେ ଭାବିପାରିନଥିଲା । ନୂଆ ଜୀବନ ସାଥୀ ସହ ନୂଆ ସଂସାର ଗଢିବାର ସ୍ୱପ୍ନ ଯେ ମାତ୍ର ୪ ଟି ଦିନରେ ଚୁରମାର ହୋଇଯିବା ତାହା କେକେ କଳ୍ପନା କରିନଥିଲା ନବବିବାହିତା ସ୍ୱାତୀ । ବୈଦିକ ରୀତି ନୀତିରେ ବାହାଘର ହେଲା । ପୁଅ ଘର ପକ୍ଷରୁ ଡିମାଣ୍ଡ କରିଥିବା ଯୌତୁକ ମଧ୍ୟ ଦିଆଗଲା କିନ୍ତୁ ଚତୁର୍ଥୀ ରାତିରୁ ଆରମ୍ଭ ହେଲା ନୂଆ ବହୁ ଉପରେ ଅତ୍ୟାଚାର ଆଉ ଦୁଇମାସ ପରେ ଝିଅ ବାପଘରକୁ ଫେରିବା ପରେ ନ୍ୟାୟ ପାଇ ଧାଉଁଛି ଥାନାକୁ ।

ସୂଚନାମୁତାବକ ଭଦ୍ରକ ଗ୍ରାମାଞ୍ଚଳ ଥାନାଧିନ କଲେଇ ପଂଚାୟତ ଅଧୀନ ଚୁନିଦା ସୁନ୍ଦରଗଢିଆ ଗ୍ରାମର ରବୀନ୍ଦ୍ର ନାଥ ଘୋଷ ଙ୍କ ଝିଅ ସ୍ଵାତି ଘୋଷ ୨୦୨୨ ମସିହା ଫେବୃଆରୀ ୪ ତାରିଖ ଦିନ ଭଦ୍ରକ ସହରାଞ୍ଚଳ ଥାନା ଧୀନ ଜାନୁଗଞ୍ଜ ମାଧବ ନଗର ପବିତ୍ର କୁମାର ଦେ ଙ୍କୁ ବୈଦିକ ରୀତିନୀତିରେ ବିବାହ କରିଥିଲେ । କିନ୍ତୁ ଚତୁର୍ଥୀ ରାତିରେ ସ୍ଵାତି ଙ୍କ ଉପରେ ଆରମ୍ଭ ହୋଇଥିଲା ନିର୍ଯାତନା, ସ୍ୱାମୀ ରବୀନ୍ଦ୍ର କହୁଥିଲେ ମୋର ତମେ ପସନ୍ଦ ନଥିଲ ଘର ଲୋକେ ଜବରଦସ୍ତି ରେ ବାହାଘର କରିଦେଲେ ଆଉ ଶାଶୁ ଓ ନଣନ୍ଦ ମଧ୍ୟ ଦେଉଥିଲେ ଗଞ୍ଜଣା । କହୁଥିଲେ ଆମର ପୁଅ ପୋଲିସ ଚାକିରୀ କରିଛି ଆମର ଚାକିରିଆ ବହୁ ଦରକାର ତୋ ବାପା ୩ ଲକ୍ଷ ଦେଇପାରିବନି ତେଣୁ ତୁ ଏ ଘରୁ ବାହାରିଲେ ଆମେ ଚାକିରିଆ ବହୁ ଆଣିବୁ ବୋଲି ଗଞ୍ଜଣା ଦେବା ସହ ମାଡ ମଧ୍ୟ ମାରୁଥିଲେ ବୋଲି ଏସପିଙ୍କୁ ନ୍ୟାୟ ପାଇଁ ଗୁହାରି କରିବା କୁ ଆସିଥିବା ସ୍ଵାତି କହିଛନ୍ତି ।

ବାହାଘରର ଦୁଇ ମାସ ପରେ ସ୍ଵାତିଙ୍କ ବାବା ରବୀନ୍ଦ୍ର ସ୍ୱାତୀଙ୍କୁ ଘରକୁ ନେଇଆସିଥିଲେ ଆଉ ବାରମ୍ବାର ଚେଷ୍ଟା କରିଥିଲେ ସମାଧାନ ପାଇଁ କିନ୍ତୁ କିଛି ସୁଫଳ ମିଳିନଥିଲା । ଶେଷରେ ବାଧ୍ୟ ହୋଇ ଥାନାର ଦ୍ୱାରସ୍ତ ହୋଇଥିଲେ ସ୍ଵାତିଙ୍କ ପରିବାର ସ୍ଵାତି ଙ୍କ ବାପା ଦେଇଥିବା ଆସବାବ ପତ୍ର ପୋଲିସ ଉପସ୍ଥିତି ରେ ଫେରାଇ ଆଣିଥିଲେ । କିନ୍ତୁ ନଗଦ ୧.୫ ଲକ୍ଷ ଟଙ୍କା ଦେଇଥିବା ବେଳେ ତାକୁ ଫେରାଇନଥିଲେ ସ୍ୱାମୀ ପବିତ୍ର । ତେବେ ଏହାକୁ କେନ୍ଦ୍ର କରି ତଥା ଯୌତୁକ ବାବଦକୁ ଦେଇଥିବା ଟଙ୍କା ଫେରିପାଇବାକୁ ଥାନାରେ ମଧ୍ୟ ଏତଲା ଦେଇଥିବା ବେଳେ ବିଫଳ ହୋଇଥିଲେ ରବୀନ୍ଦ୍ର । ତେବେ ବାଧ୍ୟ ହୋଇ ଆଜି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଙ୍କୁ ଭେଟି ନିଜର ଦୁଃଖ ଜଣାଇ ନ୍ୟାୟ ଭିକ୍ଷା କରିଛନ୍ତି ସ୍ଵାତିଙ୍କ ପରିବାର ।

Leave a Reply

Your email address will not be published. Required fields are marked *