ଏସ୍ଆରସିଙ୍କ ବଡ ଘୋଷଣା : କହିରେ ‘ଆଗାମୀ ୪୮ ଘଣ୍ଟା ଖୁବ୍ ଗୁରୁତ୍ୱପୂର୍ଣ୍ଣ ’
1 min readଭୁବନେଶ୍ୱର :ଗତକାଲି ହୀରାକୁଦରୁ ୩୪ ଟି ଗେଟ୍ ଦେଇ ଜଳ ପ୍ରବେଶ କରୁଥିବା ବେଳେ ୮ଟି ଗେଟ୍ ବନ୍ଦ କରି ଦିଆଯାଇଥିଲା । ଏବେ ଡ୍ୟାମକୁ ପ୍ରତିସେକେଣ୍ଡରେ ପ୍ରବେଶ କରୁଛି ୭ଲକ୍ଷ ୮୮ ହଜାର ୬୫୨ କ୍ୟୁସେକ୍ ପାଣି । ସେହିପରି ଡ୍ୟାମ୍ରୁ ନିଷ୍କାସିତ ହେଉଛି ୪ଲକ୍ଷ ୪୫ହଜାର ୫୮୯ କ୍ୟୁସେକ ଜଳ ।ଆଜି ୨୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି ।ତେବେ ହୀରାକୁଦ ଡ୍ୟାମ୍ର ସର୍ବାଧିକ ଜଳଧାରଣ କ୍ଷମତା ୬୩୦ ଫୁଟ୍ । ଏବେ ଜଳସ୍ତର ୬୨୬ ଫୁଟ୍ ଅତିକ୍ରମ କରିଛି ।
ତେବେ ଆଜି ସନ୍ଧ୍ୟାରେ ମୁଣ୍ଡୁଳିରେ ସର୍ବାଧିକ ବନ୍ୟାଜଳ ପ୍ରବାହିତ ହେବ । ତେଣୁ ନଦୀ ବନ୍ଧକୁ ଜଗିବା ଜରୁରୀ । ଆଗାମୀ ୨୪ ଘଣ୍ଟା ଆମ ସମସ୍ତଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସଆରସି)ପ୍ରଦୀପ ଜେନା ।
ବ୍ୟାକ୍ ୱାଟର ଯୋଗୁଁ କିଛି ଜାଗାରେ ପାଣି ପଶିଥିବା ବେଳେ ଆବଶ୍ୟକ ଅନୁସାରେ ଲୋକଙ୍କୁ ସ୍ଥାନାନ୍ତର ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଲୋକମାନଙ୍କୁ ସ୍ଥାନାନ୍ତରଣ ସହ ରନ୍ଧାଖାଦ୍ୟ ସହ ସ୍ୱଚ୍ଛ ପାଣି ଯୋଗାଇ ଦେବାକୁ ନିର୍ଦ୍ଧେଶ । ସମୀକ୍ଷ ବୈଠକରେ ଜିଲ୍ଲାପାଳମାନଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।
ଆବଶ୍ୟକ ଅନୁସାରେ ହିଁ ସ୍କୁଲ ଗୁଡିକୁ ବନ୍ଦ କରିବାକୁ ନିଦ୍ଦେର୍ଶ ଦିଆଯାଇଛି ।ବନ୍ୟା ସ୍ଥିତିକୁ ଲକ୍ଷ୍ୟ କରି ଜଗତସିଂହପୁର ଓ ନୟାଗଡ ଜିଲ୍ଲାର ଜିଲ୍ଲାପାଳ ଆସନ୍ତା କାଲି ସ୍କୁଲଗୁଡିକ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ।ଏହା ସହ ଆବଶ୍ୟକ ପଡିଲେ ସରକାରୀ କର୍ମଚାରୀ ମାନଙ୍କ ଛୁଟି ମଧ୍ୟ ବାତିଲ କରିବେ ଜିଲ୍ଲାପାଳ । ଆଗାମୀ ୪୮ ଘଣ୍ଟା ଆମ ସମସ୍ତଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।
ସର୍ବାଧିକ ପାଣି ପାସ୍ କରିବାକୁ ଥିବାରୁ ନଦୀ ବନ୍ଧକୁ ଜଗିବା ଜରୁରୀ ।ଏହା ପ୍ରଥମ ବନ୍ୟା ହୋଇଥିବାରୁ ପ୍ରଥମେ ମୂଷା ଗାତ, ବିଲୁଆ ଗାତ ପାଇଁ ଘଳିଆ ପଡ଼ିପାରେ। ଏହି ସମୟରେ ନଦୀ ବନ୍ଧ ପ୍ରତି ତୀକ୍ଷଣ ନଜର ରଖିବାକୁ ଜଳ ସଂପଦ ବିଭାଗ ସଜାଗ ରହିଛି । ଏହି ସମୟରେ ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡ଼ା ଜିଲ୍ଲା ବିଶେଷ ପ୍ରଭାବିତ ହେବାର ଆଶଙ୍କା ରହିଛି ବୋଲି କହିଛନ୍ତି ପ୍ରଦୀପ ଜେନା ।