Pratidin TV

Odisha's Digital News Platform

ଯାତ୍ରୀଗଣ ଦୟାକରି ଧ୍ୟାନ ଦିଅନ୍ତୁ , ଏବେ ସବୁ ରେଳ ଯାତ୍ରୀଙ୍କୁ ମିଳିବ କନଫର୍ମ ଟିକେଟ..

1 min read

ଟ୍ରେନରେ ଯାତ୍ରା କରୁଥିବା ଲୋକଙ୍କ ପାଇଁ ଖୁସି ଖବର । ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ରେଳ ଯୋଗେ ଯାତ୍ରା କରୁଥିବା ଯେକୌଣସି ଯାତ୍ରୀ ସହଜରେ କନଫର୍ମ ଟିକେଟ୍ ପାଇବେ । ଆରଏସି ବ୍ୟବସ୍ଥା କିମ୍ୱା ୱେଟିଂ ଟିକେଟ ନୁହେଁ ଏବେ ସମସ୍ତଙ୍କୁ ମିଳିବ କନଫର୍ମ ଟିକେଟ । କେନ୍ଦ୍ର ରେଳ ମନ୍ତ୍ରୀଙ୍କ ଏହି ଘୋଷଣା ପରେ ଯାତ୍ରୀମାନେ ଖୁସି ବ୍ୟକ୍ତ କରିଛନ୍ତି ।ପ୍ରାୟ ସମୟରେ ଲୋକମାନେ କନଫର୍ମ ଟିକେଟ୍ ପାଇବାରେ ଅନେକ ଅସୁବିଧାର ସମ୍ମୁଖୀନ ହୁଅନ୍ତି ।

ଲୋକମାନେ ପ୍ରାୟତଃ ସୋସିଆଲ ମିଡିଆରେ ଏନେଇ ମଧ୍ୟ ଅଭିଯୋଗ କରନ୍ତି । ମାସ ମାସ ଆଗରୁ ବୁକିଂ କରିବା ପରେ ମଧ୍ୟ ସେମାନଙ୍କ ଟିକେଟ୍ ୱେଟିଂରେ ରହିଥାଏ । ତେବେ ବର୍ତ୍ତମାନ ଏହି ସମସ୍ୟା ଦୂର କରିବାକୁ ସରକାର କାର୍ଯ୍ୟ କରୁଛନ୍ତି ।ରେଳମନ୍ତ୍ରୀ ତଥା ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ପ୍ରାୟ ସମସ୍ତ ଯାତ୍ରୀ କନଫର୍ମ ଟିକେଟ୍ ପାଇବେ । ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚାହୁଁଛନ୍ତି ଯେ ଟ୍ରେନରେ ଯାତ୍ରା କରୁଥିବା ସମସ୍ତଙ୍କୁ କନଫର୍ମ ଟିକେଟ୍ ମିଳିବା ଉଚିତ । ଏକ ଗଣମାଧ୍ୟମକୁ ଦେଇଥିବା ଏକ ସାକ୍ଷାତକାରରେ କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଯେ ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ରେଳବାଇର କ୍ଷମତା ଏତେ ବୃଦ୍ଧି ପାଇବ ଯେ ରେଳବାଇ ଯାତ୍ରା କରିବାକୁ ଚାହୁଁଥିବା ବ୍ୟକ୍ତି ସହଜରେ କନଫର୍ମ ଟିକେଟ୍ ପାଇପାରିବେ ।

Advertisement

Leave a Reply

Your email address will not be published. Required fields are marked *