Pratidin TV

Odisha's Digital News Platform

ରହସ୍ୟମୟ ବୃନ୍ଦାବନର ନିଧିବନ , ଯେଉଁଠାକୁ ଆଜିବି ଆସୁଛନ୍ତି ଭଗବାନ ଶ୍ରୀକୃଷ୍ଣ …

1 min read

ରହସ୍ୟର ଗନ୍ତାଘର ହେଉଛି ଭାରତ । ଏହାର ପ୍ରତି କୋଣ ଅନୁକୋଣରେ ଲୁଚି ରହିଛି ଅନେକ ତତ୍ତ୍ୱ ଆଉ ବିଶ୍ୱାସ । ଯାହା ଅବିଶ୍ୱସନୀୟ , ଅଲୌକିକ ଆଉ ଅଭୂତ । ଏମିତି ଏକ ଜାଗା ରହିଛି ଯେଉଁଠିକୁ ପ୍ରତିଦିନ ଶୀକୃଷ୍ଣ ଆସନ୍ତି । ଗୋପୀମାନଙ୍କ ସହିତ ରାଶ କରିଥାନ୍ତି । ଏକଥା କେହିବି କେବେ ବିଶ୍ୱାସ କରିବେନି । ହେଲେ ଏ ଘଟଣା ସତ୍ୟ । ଏହି ସ୍ଥାନ ହେଉଛି ବୃନ୍ଦାବନର ନିଧିବନ । ଏହି ସ୍ଥାନ ଦେଖିବାକୁ ଯେତେ ସୁନ୍ଦର ଓ ଆକର୍ଷଣୀୟ ସେତେ ରହସ୍ୟମୟ ମଧ୍ୟ ।

ଏହି ସ୍ଥାନର ପ୍ରତି କୋଣ ଅନୁକୋଣରେ ପ୍ରଭୁ କୃଷ୍ଣଙ୍କର ରହିଥିବାର ସୂଚନା ପ୍ରତି ମୁହୂର୍ତରେ ଜଣାଇଥାଏ । ବିଶ୍ୱାସ ଅନୁଯାୟୀ ଏହି ସ୍ଥାନରେ ରାଧାରାଣୀ ଓ ଗୋପୀ ମାନଙ୍କ ସହିତ ଶ୍ରୀକୃଷ୍ଣ ରାଶଲୀଳା କରନ୍ତି । ଶ୍ରୀକୃଷ୍ଣ ଏଠାରେ ଅଧିକାଂଶ ସମୟ ବିତାନ୍ତି । ଏଠାରେ ଥିବା ରଙ୍ଗ ମହଲରେ ବିଶ୍ରାମ ନିଅନ୍ତି । ବିଶ୍ୱାସ ଅନୁଯାୟୀ ସନ୍ଧ୍ୟା ପରେ ଏହି ମନ୍ଦିରକୁ ପ୍ରବେଶ ପାଇଁ କାହାର ଅନୁମତି ନାହିଁ । କେବଳ ମନୁଷ୍ୟ ନୁହନ୍ତି ସନ୍ଧ୍ୟା ହେବା ମାତ୍ରେ ଏଠାକାର ପଶୁପକ୍ଷୀ ମଧ୍ୟ ଏହି ସ୍ଥାନରୁ ପଳାଇଥାଆନ୍ତି । ସନ୍ଧ୍ୟା ସମୟରେ ଏଠାରେ ଆଳତୀ ହେବା ପରେ ଭକ୍ତଙ୍କ ଦ୍ୱାରା ଶୃଙ୍ଗାରର ଜିନିଷ ଏବଂ ଭୋଗ ରଖି ଦିଅନ୍ତି । ଏହାପରେ ଏହାକୁ ସକାଳ ଯାଏଁ ବନ୍ଦ କରି ଦିଅନ୍ତି । ଯାହାକି ପର ଦିନ ସକାଳ ସମୟରେ ଜିନିଷ ଗୁଡ଼ିକର ସ୍ଥାନ ପରିବର୍ତନ ହୋଇଥିବା ଦେଖିବାକୁ ମିଳେ ।

Advertisement

ସ୍ଥାନୀୟ ଲୋକଙ୍କ କହିବାନୁସାରେ, ୧୦ ବର୍ଷ ପୂର୍ବେ ଯେତେବେଳେ ଜୟପୁରରୁ ଆସିଥିବା ଜଣେ କୃଷ୍ଣ ଭକ୍ତ , ରାସଲୀଳା ଦେଖିବାକୁ ଚେଷ୍ଟା କରିଥିଲା । କୃଷ୍ଣଙ୍କୁ ଦର୍ଶନ କରିବା ପାଇଁ ସେ ନିଧି ବନରେ ଲୁଚିକି ବସିପଡ଼ିଥିଲା । ତା’ ପରଦିନ ସକାଳୁ ଯେତେବେଳେ ନିଧି ବନର ଗେଟ୍ ଖୋଲିଥିଲା, ଉକ୍ତ ବ୍ୟକ୍ତି ଜଣକ ଅଚେତ୍ ଅବସ୍ଥାରେ ମିଳିଥିଲା । ଏହାପରେ ତାହାର ମାନସିକ ସନ୍ତୁଳନ ବିଗିଡ଼ି ଯାଇଥିଲା । ଏହା ସହିତ ଏଠାରେ ଥିବା ସ୍ଥାନୀୟ ଲୋକମାନଙ୍କର ଘରେ ଝରକା ନଥାଏ । ଯାହାର ବି ଲାଗିଥାଏ ସନ୍ଧ୍ୟା ପରଠୁ ବନ୍ଦ କରିଦିଆଯାଇଥାଏ । କେହି ବି ନିଧିବନ ଆଡକୁ ଅନାଇ ବି ପାରିବେ ନାହିଁ । ଯିଏ ଚାହିଁଛି ତା ସହିତ କିଛି ନା କିଛି ଅଘଟଣ ଘଟିଛି । ରାତିରେ ଏହି ସ୍ଥାନକୁ ଯିବାକୁ ସିନା ବାରଣ ରହିଛି , ହେଲେ ସକାଳ ହେବା ମାତ୍ରେ ଏଠାକୁ ସମସ୍ତେ ଯାଆସ କରନ୍ତି । ଏହି ସ୍ଥାନରେ ତୁଳସୀ କଦମ୍ବ ଗଛ ବହୁ ମାତ୍ରାରେ ରହିଛି । ବିଶ୍ୱାସ ରହିଛି ଯେ ରାତିରେ ତୁଳସୀ ଗଛ ଗୁଡିକ ଗୋପୀଙ୍କ ବେଶ ଧାରଣ କରିଥାନ୍ତି ।

Leave a Reply

Your email address will not be published. Required fields are marked *