Pratidin TV

Odisha's Digital News Platform

ରାଷ୍ଟ୍ରପତି ରେସ୍ ରୁ ଓହରିଲେ ନିକ୍କି ହାଲି , ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପ ଓ ଜୋ ବାଇଡେନ୍‌ଙ୍କ ମଧ୍ୟରେ ହେବ କଡା ଟକ୍କର …

1 min read

ପୁଣି ଥରେ ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପ ଓ ଜୋ ବାଇଡେନ୍‌ଙ୍କ ମଧ୍ୟରେ କଡା ଟକ୍କର । ରାଜନୀତି ମଇଦାନରେ ଦେଖିବାକୁ ମିଳିବ ଜୋରଦାର ଲଢ଼େଇ । କାରଣ ରାଷ୍ଟ୍ରପତି ନିର୍ବାଚନରୁ ଓହରି ଯାଇଛନ୍ତି ନିକ୍କି ହାଲି । ରିପବ୍ଲିକାନ୍ ପାର୍ଟିରୁ ପ୍ରତିଦ୍ୱନ୍ଦ୍ୱି ନିକ୍କି ହାଲି ନିର୍ବାଚନରୁ ବାହାର ହୋଇଛନ୍ତି । ତାଙ୍କୁ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିର୍ବାଚନୀ ଦୌଡରୁ ବାହାର କରିଛନ୍ତି । ଫଳରେ ବର୍ତ୍ତମାନ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରିପବ୍ଲିକାନ ପାର୍ଟିର ଏକମାତ୍ର ପ୍ରାର୍ଥୀ ହୋଇଛନ୍ତି । ରିପବ୍ଲିକାନ୍ ପାର୍ଟିରୁ ଆମେରିକା ରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥୀ ହେବା ଦୌଡ଼ରୁ ବୁଧବାର ଭାରତୀୟ ବଂଶୋଦ୍ଭବ ନିକ୍କି ହାଲି ଓହରିଯାଇଛନ୍ତି ।

ଫଳରେ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ରିପବ୍ଲିକାନ୍ ପାର୍ଟିରୁ ପୁନର୍ବାର ପ୍ରାର୍ଥୀ ହେବା ନିଶ୍ଚିତ ହୋଇଛି । ଆସନ୍ତା ନଭେମ୍ବରରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନରେ ଟ୍ରମ୍ପ୍ ଓ ତାଙ୍କ ଡେମୋକ୍ରାଟିକ୍ ଚ୍ୟାଲେଞ୍ଜର ଜୋ ବାଇଡେନ୍ ପୁଣି ଥରେ ପରସ୍ପର ସହ ପ୍ରତିଦ୍ୱନ୍ଦ୍ୱିତା କରିବେ । ସାଉଥ୍ କ୍ୟାରୋଲିନାର ପୂର୍ବତନ ଗଭର୍ନର ତଥା ଜାତିସଂଘକୁ ପ୍ରାକ୍ତନ ରାଷ୍ଟ୍ରପତି ଟ୍ରମ୍ପ୍‌ଙ୍କ ରାଷ୍ଟ୍ରଦୂତ ଥିବା ନିକ୍କି ହାଲି ଚାର୍ଲେଷ୍ଟନ୍ ସୁପର ଟିଉଜ୍‌ଡେ’ରେ ପରାଜୟର ଦିନକ ପରେ ଏହି ଘୋଷଣା କରିଛନ୍ତି । ଚାର୍ଲେଷ୍ଟନ୍‌ରେ ୧୫ ରିପବ୍ଲିକାନ୍‌ଙ୍କ ମଧ୍ୟରୁ ୧୪ ଜଣ ଟ୍ରମ୍ପ୍‌ଙ୍କ ପାର୍ଥୀତ୍ୱ ସପକ୍ଷରେ ଭୋଟ ଦେଇଥିଲେ । ୨୦୨୪ ପ୍ରାଇମେରି କ୍ୟାଲେଣ୍ଡରରେ ଏହା ଥଲା ସବୁଠୁ ବଡ଼ ଚ୍ୟାଲେଞ୍ଜ, ଯେଉଁଠି ଏକ-ତୃତୀୟାଂଶରୁ ଅଧିକ ରିପବ୍ଲିକାନ୍ ଡେଲିଗେଟ୍ ଉପସ୍ଥିତ ଥିଲେ ।

ଏନେଇ ହାଲି କହିଛନ୍ତି, ବର୍ତ୍ତମାନ ନିଜ କ୍ୟାମ୍ପେନ୍ ବନ୍ଦ କରିବା ସମୟ ଆସିଛି । ଏଥିପାଇଁ ସେ ଅନୁତପ୍ତ ନୁହନ୍ତି । ଟ୍ରମ୍ପ୍ ପ୍ରାର୍ଥୀ ହେବା ଏକପ୍ରକାର ସ୍ଥିର ହୋଇଛି । କିନ୍ତୁ ସେ ଟ୍ରମ୍ପ୍‌ଙ୍କୁ ସମର୍ଥନ କରିବା ବିଷୟ ଘୋଷଣା କରିନାହାନ୍ତି । ହାଲି କହିଛନ୍ତି, ଦଳ ଭିତରୁ ଓ ବାହାରୁ ସମର୍ଥନ ଯୋଗାଡ଼କରିବା ଏବେ ଟ୍ରମ୍ପ୍‌ଙ୍କ କାମ । ଏଥିରେ ସେ ସଫଳ ମଧ୍ୟ ହୋଇପାରନ୍ତି ।

Leave a Reply

Your email address will not be published. Required fields are marked *