Pratidin TV

Odisha's Digital News Platform

ନୀଳାଦ୍ରୀବିଜେରେ ରସଗୋଲାର ମହତ୍ୱ

1 min read


ପୁରୀ : ରଥଯାତ୍ରାର ଶେଷ ପର୍ବ ହେଉଛି ‘ନୀଳାଦ୍ରୀବିଜେ’ । ଶ୍ରୀଗୁଣ୍ଡିଚା ମନ୍ଦିରରେ ରହଣିପରେ , ବାହୁଡା ଦଶମୀ ଦିନ ଠାକୁରମାନେ ଶ୍ରୀମନ୍ଦିର ସିଂହଦ୍ୱାରକୁ ଫେରନ୍ତି । ସୁନାବେଶ ଓ ଅଧରପଣା ପରେ ତ୍ରି-ଦିଅଁ ରତ୍ନସିଂହାସନକୁ ଫେରନ୍ତି ।ଏହି ଦିନକୁ ନୀଳାଦ୍ରୀବିଜେ କୁହାଯାଏ ।ରଥଯାତ୍ରାରେ ଲକ୍ଷ୍ମୀଙ୍କୁ ସାଙ୍ଗରେ ନନେଇ ପ୍ରଭୁ ଜଗନ୍ନାଥ ,ବଡ ଭାଇ ଓ ସାନ ଭଉଣୀଙ୍କ ସହ ଗୁଣ୍ଡିଚା ମନ୍ଦିରକୁ ଚାଲିଯାଆନ୍ତି । ଯାହାକୁ ନେଇ ମା ସାଆନ୍ତାଣୀ ପ୍ରଭୁଙ୍କ ଉପରେ ରୋଷ କରିବସିଥାନ୍ତି । ଏହି ଅଭିମାନରେ ମାଲକ୍ଷ୍ମୀ ବଡଦେଉଳର ପ୍ରବେଶରେ ଥିବା ଜୟବିଜୟ ଦ୍ୱାର ବନ୍ଦ କରିଦେଇ ଥାନ୍ତି । ସେଥିପାଇଁ ପ୍ରଭୁ ଏହି ଦିନରେ ଲକ୍ଷ୍ମୀଙ୍କ ମାନଭଞନ କରିବା ଲାଗି ବା ମନେଇବା ଉଦ୍ଧେଶ୍ୟରେ ରସଗୋଲା ନେଇଥାନ୍ତି । ଯଥା ବିଧିପୂର୍ବକ ରସଗୋଲା ଆଜି ଶ୍ରୀମନ୍ଦିରରେ ଭୋଗ ଲାଗିଥାଏ ।


ତେବେ ଓଡିଶାକୁ ରସଗୋଲାର ଯର୍ଥାଥ ବୁଝାଇବାର କୌଣସି ଆବଶ୍ୟକ ହିଁ ନାହିଁ । କାରଣ ଓଡିଶା ଏବେ ରସଗୋଲାର ନାମରେ ହିଁ ପରିଚିତ ।ଓଡିଶାର ପ୍ରସିଦ୍ଧ ରସଗୋଲା ଭିତରେ ରହିଛି ପାହାଳର ପ୍ରସ୍ତୁତ ରସଗୋଲା ଓ ବିକଳାନନ୍ଦ କରଙ୍କ ସାଲେପୁର ରସଗୋଲା ଯାହାକି ଆମ ଭାରତ ସହ ଅନ୍ୟାନ ଦେଶରେ ମଧ୍ୟ ପ୍ରସିଦ୍ଧି ଲାଭ କରିଛି ।ଉନ୍ନବିଂଶ ଶତାବ୍ଦୀର ଶେଷାର୍ଦ୍ଧ ବେଳକୁ କେଳୁ ଚରଣ ବେହେରା ପାହାଳଠାରେ ରସଗୋଲା ପ୍ରସ୍ତୁତ କରି ବ୍ୟବସାୟ ଆରମ୍ଭ କରିଥିଲେ ।ତେବେ ଐତିହାସିକ ଗବେଷକମାନେ ମତ ଦିଅନ୍ତି ଯେ ଶ୍ରୀମନ୍ଦିରରେ ଦ୍ୱାଦଶ ଶତାଦ୍ଦୀରୁ ରସଗୋଲା ଭୋଗ ହେଉଥିବାର ପରମ୍ପରା ରହିଆସିଛି ।

Advertisement

Leave a Reply

Your email address will not be published. Required fields are marked *