ଭାରସାମ୍ୟ ହରାଇ ଟ୍ରକ୍କୁ ପଛରୁ ଧକ୍କା ଦେଲା ନୀଳ ମାଧବ ବସ୍ , ୧୦ ଯାତ୍ରୀ ଆହତ …
1 min readକେନ୍ଦ୍ରାପଡ଼ା ; ଦ୍ରୁତଗତି ଯୋଗୁଁ ଘଟିଲା ଦୁର୍ଘଟଣା,ଅଳ୍ପକେ ବର୍ତ୍ତିଲେ ଯାତ୍ରୀ।ସୂଚନାନୁଯାୟୀ,ପାରାଦ୍ୱୀପରୁ ଚଣ୍ଡିଖୋଲ ଯାଉଥିବା ଯାତ୍ରୀବାହୀ ନୀଳମାଧଵ (OD29F 6992) ବସ ଆଜି ସକାଳ ୭ଟାରେ ପାରାଦ୍ୱୀପରୁ ଚଣ୍ଡିଖୋଲ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା।
ତେବେ ସକାଳ ଆଠଟା ସମୟରେ ମାର୍ଶାଘାଇ ଥାନା ହଜାରୀ ଛକ ନିକଟରେ ଏକ ତେଲ ଟାଙ୍କି ଟ୍ରକ ଗାଡି (OD33AG 4786) ରାସ୍ତା କଡରୁ ପାର୍କିଂ ଲାଇଟ ଦେଇ ୫୩ ନଂ ରାଜପଥ ଉପରକୁ ଉଠୁଥିବା ବେଳେ ବସ ଚାଳକ ଭାରସାମ୍ୟ ହରାଇ ଟ୍ରକ ପଛରେ ଧକ୍କା ଦେଇଥିଲେ। ଫଳରେ ବସର ବାମ ପଟ ଅଂଶ ଖୁବ ଜୋରରେ ମାଡ଼ ହୋଇଥିବା ବେଳେ ଚାଳକ ନିକଟରେ ଥିବା କ୍ୟାବିନରେ ବସିଥିବା ୭ଜଣ ଯାତ୍ରୀ ଆହତ ହୋଇଥିଲେ। ବସରେ ପ୍ରାୟ ୫୦ ଜଣ ଯାତ୍ରୀ ରହିଥିବା ବେଳେ ସ୍ଥାନୀୟ ଲୋକମାନେ ପ୍ରଥମେ ଯାତ୍ରୀମାନଙ୍କୁ ଉଦ୍ଧାର କରି ପୋଲିସ ଏବଂ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ।ଘଟଣାସ୍ଥଳରୁ ବସ ଚାଳକ ଫେରାର ହୋଇ ଯାଇଥିବା ବେଳେ ମାର୍ଶାଘାଇ ପୋଲିସ ପହଞ୍ଚି ଦୁଇଟି ଗାଡିକୁ ଜବତ କରିଛି।
ଆହତ ମାନଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆମ୍ବୁଲାନ୍ସ ଯୋଗେ ପଠାଯାଇଥିଲା ବେଳେ “ସେମାନଙ୍କୁ ପ୍ରାଥମିକ ଚିକିତ୍ସା କରାଯାଉଥିବା ଏବଂ ସମସ୍ତ ୧୦ଜଣ ଯାତ୍ରୀ ସାମାନ୍ୟ ଆହତ ରହିଛନ୍ତି ଏବଂ ଚିକିତ୍ସା ପରେ ସେମାନଙ୍କୁ ଛାଡି ଦିଆଯିବ”ବୋଲି କହିଛନ୍ତି ଡ଼ଃ ମାନସ କୁମାର ଜେନା।ସେହିପରି ବସଯାତ୍ରୀ ବା ଆହତ ଯାତ୍ରୀଙ୍କ ପ୍ରତିକ୍ରିୟା ଅନୁଯାୟୀ, ବସର ବେଗ ଅଧିକ ଥିଲା ଏବଂ ଟ୍ରକଟି ବୁଲାଇବା ବେଳେ ବସଚାଳକ ଭାରସାମ୍ୟ ହରାଇ ଟ୍ରକ ପଛରେ ପିଟିଲା ବୋଲି କହିଛନ୍ତି।