Pratidin TV

Odisha's Digital News Platform

ମଞ୍ଚ ଉପରେ ଭାଷଣ ଦେଉ ଦେଉ କାନ୍ଦି କାନ୍ଦି ତଳେ ପଡିଗଲେ ନୀଳଗିରି ପ୍ରାର୍ଥୀ ସନ୍ତୋଷ କୁମାର ଖଟୁଆ ..

ମହିଳା ସମାବେଶରେ ହଜାର ହଜାର ସମର୍ଥକଙ୍କ ଆଗରେ କୋହ ସମ୍ଭାଳି ପାରିଲେନି ନୀଳଗିରି ପ୍ରାର୍ଥୀ ସନ୍ତୋଷ କୁମାର ଖଟୁଆ ।
ବାଲେଶ୍ୱର ଜିଲ୍ଲା ନୀଳଗିରି ନିର୍ବାଚନୀ ମଣ୍ଡଳୀରେ ଦିନକୁ ଦିନ ରାଜନୀତି ପାଣିପାଗ ଉଷ୍ମ ହେଉ ଥିବା ବେଳେ ଆଜି ନୀଳଗିରିରେ ବିଜେପିର ଏକ ବିଶାଳ ମହିଳା ସମାବେଶ ଦେଖିବାକୁ ମିଳିଛି। ହେଲିକ୍ୟାପ୍ଟର ଯୋଗେ ନୀଳଗିରି ଆସି ସୁନାମଧନ୍ୟ ସିନେ ତାରକା ଅନୁଭବ ମହାନ୍ତି ଙ୍କ ସହ ବିଶିଷ୍ଟ ଆଇନଯିବି ପିତାମ୍ଭର ଆଚାର୍ଯ୍ୟ ନୀଳଗିରି ଗସ୍ତ କରିଛନ୍ତି ।

ହଜାର ହଜାର ସଂଖ୍ୟାରେ ମହିଳା ସମର୍ଥକ ମାନେ ଏହି ସଭାରେ ଉପସ୍ଥିତ ଥିଲେ ଆଗାମୀ ଦିନରେ ବିଜେପି ସାଂସଦ ପ୍ରାର୍ଥ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ଓ ବିଧାୟକ ପ୍ରାର୍ଥ ସନ୍ତୋଷ କୁମାର ଖଟୁଆଙ୍କୁ ବିପୁଳ ସଂଖ୍ୟାରେ ପଦ୍ମ ଚି଼ହ୍ନରେ ମୋହର ମାରି ଜୟ ଯୁକ୍ତ କରିବାକୁ ନିବେଦନ କରିଥିଲେ। ଆଗାମୀ ଦିନରେ ଓଡ଼ିଶାରେ ଏକ ପରିବର୍ତ୍ତନ ଆଣିବା ଓ ବିଜେପି କୁ ୪୦୦ ପାର କରାଇବା ସହ ଯଶଶ୍ରୀ ପ୍ରଧାନ ମନ୍ତ୍ରୀଙ୍କ ହାତମୁଠାକୁ ଟାଣ କରିବା ପାଇଁ ହରଘର ବିଜେପି ର ନାରା ଦେଇ ଲୋକଙ୍କୁ ଉତ୍ସାହିତ କରାଇବା ସହ ନରେନ୍ଦ୍ର ମୋଦିଙ୍କ ସହ ଯୋଡିବାକୁ ଆହ୍ୱାନ ଦେଇ ଥିଲେ। ଠିକ ଏତିକିବେଳେ ଲୋକମାନଙ୍କ ର ଭଲପାଇବା ଦେଖି ମଞ୍ଚ ଉପରେ ଭାଷଣ ଦେଉଥିବା ବେଳେ ନିଜ କୋହକୁ ସମ୍ଭାଳି ପାରିନଥିଲେ ନୀଳଗିରି ପ୍ରାର୍ଥୀ ସନ୍ତୋଷ କୁମାର ଖଟୁଆ। କାନ୍ଦି କାନ୍ଦି ଭାଷଣ ଦେଉଥିବା ବେଳେ ତଳେ ପଡିଯାଇଥିଲା ।ଏହାପରେ ଉପସ୍ଥିତ ଥିବା ଲୋକମାନେ ତାଙ୍କୁ ଉଠାଇ ଥିଲେ । ତାଙ୍କୁ ଭୋଟ ଦେଇ ଜୟଯୁକ୍ତ କରିବାକୁ ଲୋକ ମାନଙ୍କୁ ନିବେଦନ କରିଥିଲେ ।

Leave a Reply

Your email address will not be published. Required fields are marked *