Pratidin TV

Odisha's Digital News Platform

ବିଜେପିରେ ମିଶିଲେ ସମୀର ଦାସ..

ଶଙ୍ଖ ଛାଡି ପଦ୍ମ ଧରିଲେ ନିମାପଡ଼ା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସମୀର ଦାଶ। ରବିବାର ବିଜେଡି ରୁ ଇସ୍ତଫା ଦେବାର କିଛି ସମୟ ପରେ ବିଜେପିରେ ସାମିଲ ହୋଇଛନ୍ତି । ଆଜି ସେ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ । ସେ ତାଙ୍କ ଇସ୍ତଫାପତ୍ର ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇ ଦଳ ଛାଡ଼ିଥିବା ନେଇ ଭିଡିଓ ବାର୍ତ୍ତା ମାଧ୍ୟମରେ ସୂଚନା ଦେଇଥିଲେ ସମୀର।

ବିଜେଡି ଛାଡିବାର କିଛି ସମୟପରେ ସମୀର ସମର୍ଥକଙ୍କ ସହ ଆସି ବିଜେପି କାର୍ଯ୍ୟାଳୟରେ ବିଧିବଦ୍ଧ ଭାବେ ଦଳରେ ସାମିଲ ହୋଇଛନ୍ତି। ଏହି ସମୟରେ ବିଜୟ ସିଂ ତୋମାର, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ସମୀର ବିଜେପିରେ ଯୋଗ ଦେଇଛନ୍ତି। ବିଜେପି ରେ ମିଶିବା ପରେ ସମୀର କହିଛନ୍ତି, ପ୍ରଭାତୀ ପରିଡ଼ା ଲକ୍ଷାଧିକ ଭୋଟ୍‌ରେ ବିଜୟ ଲାଭ କରିବେ।

Leave a Reply

Your email address will not be published. Required fields are marked *