Pratidin TV

Odisha's Digital News Platform

ଗାଁ ରାସ୍ତା ପାଇଁ ଅଣ୍ଟା ଭିଡ଼ିଲେ ଗ୍ରାମବାସୀ : ସରକାରଙ୍କ ସାହାଯ୍ୟକୁ ନ ଅନେଇ ନିଜ ଟଙ୍କାରେ କଲେ ମରାମତି

ନିମାପଡା : ଶୁଣିଲାନି ପ୍ରଶାସନ , ନିଜ ଗାଁ ରାସ୍ତା ପାଇଁ ଅଣ୍ଟା ଭିଡ଼ିଲେ ଗ୍ରାମବାସୀ । ସରକାରଙ୍କ ବିନା ସାହାର୍ଯ୍ୟରେ କଲେ ଗାଁ ରାସ୍ତା ମରାମତି । ସ୍ୱାଧୀନତାର ୭୬ ବର୍ଷ ପରେ ବି ଦ୍ୱୀପ ତଳ ଅନ୍ଧାର ଭଳି ସ୍ୱାୀନାତ ସଂଗ୍ରାମୀଙ୍କ ଗ୍ରାମ ନିମାପଡା ବ୍ଲକ ଅନ୍ତର୍ଗତ ଛଣିଜଙ୍ଗ ପଞ୍ଚାୟତ ଚକରୋଡା ଗ୍ରାମକୁ ଭଲ ରାସ୍ତା ଖଣ୍ଡେ ଏପର୍ଯ୍ୟନ୍ତ ହୋଇ ପାରିଲା ନାହିଁ ।

ଦୀର୍ଘ ଦିନ ଧରି ଚାରିଛକ ଗୋପ ମୁଖ୍ୟ ରାସ୍ତା ତଳେ ହୋଇଥିଲେ ମଧ୍ୟ ରାସ୍ତା କାର୍ଯ୍ୟ ହେଉନାହିଁ ବୋଲି ଗ୍ରାମର ମହିଳା ପୁରୁଷ ଓ ଛୋଟ ଛୋଟ ଛୁଆ ମାନେ ମିଶି ନିଜ ଗ୍ରାମର ରାସ୍ତାକୁ ବାଲି ମୋହରମ ଓ ଡ଼ସ୍ଟ ପକାଇ ରାସ୍ତା କାମ କରିଥିଲେ । ଏହି ରାସ୍ତା ନିର୍ମାଣ କାର୍ଯ୍ୟରେ ଛଣିଜଙ୍ଗ ପଞ୍ଚାୟତ ସମିତି ସଭ୍ୟା ନିଜ ହାତରେ କୋଧାଳ ଧରି ଗ୍ରାମବାସୀ ଙ୍କ ସହିତ ଯାଇ ରାସ୍ତା କାର୍ଯ୍ୟ ରେ ସହଯୋଗ କରିଥିଲେ । ସରକାର ଙ୍କ ପକ୍ଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇ ବିଭିନ୍ନ ଗାଁକୁ ରାସ୍ତା ହେଉଥିଲେ ମଧ୍ୟ ଏପର୍ଯ୍ୟନ୍ତ ହେଲା ଚକରୋଡା ଗ୍ରାମକୁ ଭଲ ରାସ୍ତା ଖଣ୍ଡେ ସପୂର୍ଣ୍ଣ ନିର୍ମାଣ ହୋଇପାରିଲା ନାହିଁ । ଯାହା ଫଳରେ ଗ୍ରାମର ସ୍କୁଲ କଲେଜ ଛାତ୍ର ଛାତ୍ରୀ ,ଲୋକ ଓ ରୋଗୀ ନେବା ପାଇଁ ଆମ୍ବୁଲାସ ଗାଡି ,ଯାନବାହନ ଯିବା ଆସିବା ରେ ନାହିଁ ନ ଥିବା ଅସୁବିଧା ର ସମୁଖୀନ ହେଉଛନ୍ତି ଗ୍ରାମବାସୀ ।

ଏହି ରାସ୍ତା ମରାମତି କାର୍ଯ୍ୟରେ ଛଣିଜଙ୍ଗ ପଞ୍ଚାୟତ ସମିତି ସଭ୍ୟା ଲକିବାଳା ନାୟକ , ଅଭୟ କୁମାର ନାୟକ ଓୟାଡ଼ ସଭ୍ୟ ପ୍ରଶନ କୁମାର ନାୟକ ,ଅମିନ ନାୟକ ସହିତ ଗ୍ରାମର ଶତାଧିକ ମହିଳା ପୁରୁଷ ଯୋଗ ଦେଇ ସାହାଯ୍ୟ ସହଯୋଗରେ ରାସ୍ତାକୁ ମରାମତି କରିଥିଲେ । ଏବଂ ଗ୍ରାମର ଛାତ୍ର ଛାତ୍ରୀ ମାନେ ଭଲରେ ସ୍କୁଲକୁ ଯାଇ ପାରିବେ ବୋଲି ଗ୍ରାମବାସୀ ମାନେ ପ୍ରକାଶ କରିଥିଲେ ।

Leave a Reply

Your email address will not be published. Required fields are marked *