କେଉଁ କାରଣ ପାଇଁ ୯ଛେଳିଙ୍କୁ ମିଳିଲା ଜେଲ ଦଣ୍ଡ, ଦୀର୍ଘ ଏକ ବର୍ଷ ଧରି ଅପରାଧୀ ସାଜି କାଟିଲେ ସଜା..
1 min readସମସ୍ତେ ଜାଣନ୍ତି ଯେ କେବଳ ମଣିଷମାନେ ଅପରାଧ କରିବା ପରେ ଜେଲରେ ଦଣ୍ଡ ଭୋଗିଥାନ୍ତି । ତା ବ୍ୟତୀତ ଅନ୍ୟ କାହାକୁ ଜେଲଦଣ୍ଡ ମିଳେ ନାହିଁ । କିନ୍ତୁ ଏଭଳି କିଛି ଘଟଣା ଏବେ ସାମ୍ନାକୁ ଆସିଛି ଯାହାକୁ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇ ଯିବେ । ଆପଣ କୌଣସି ଅପରାଧିକ ଛେଳି ବିଷୟରେ ଶୁଣିଛନ୍ତି କି ଯିଏ କେବଳ ଦଣ୍ଡିତ ହୋଇନାହାଁନ୍ତି ବରଂ ପ୍ରାୟ ଏକ ବର୍ଷ ଧରି ଜେଲରେ ଦଣ୍ଡ ଭୋଗିଛନ୍ତି । ପରେ ତାଙ୍କୁ ମୁକ୍ତ କରାଯାଇଛି । ଏହାକୁ ବିଶ୍ୱାସ ନକଲେ ବି ସତ । ଏହା କୌଣସି ଫିଲ୍ମର କାହାଣୀ ନୁହେଁ ,ଏହା ପ୍ରକୃତରେ ଘଟିଛି । ତେବେ ଏହା ଭାରତରେ ନୁହେଁ ପଡୋଶୀ ଦେଶ ବାଂଲାଦେଶର ଏଭଳି ଏକ ଆଶ୍ଚର୍ଯ୍ୟଜନକ ଖବର ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଛି । ଯାହାକୁ ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ତେବେ ସମ୍ପୂର୍ଣ୍ଣ ଘଟଣା କଣ ଆସନ୍ତୁ ଜାଣିବା ।
ଛେଳିର ଅପରାଧ କ’ଣ ଥିଲା?
ଏହି ଆଶ୍ଚର୍ଯ୍ୟଜନକ ମାମଲା ବାଂଲାଦେଶର କିର୍ତ୍ତନଖୋଲା ନଦୀ କୂଳରେ ଅବସ୍ଥିତ ବରିଶାଲ ସହରରୁ ଆସିଛି । ଯେଉଁଠାରେ ସମୁଦାୟ ନଅ ଛେଳି ଦଣ୍ଡିତ ହୋଇଥିଲେ । ସେମାନଙ୍କର ଏକମାତ୍ର ଅପରାଧ ହେଲା ଯେ ସେମାନେ ସହରର ଏକ ମଶାଣୀରେ ଗଛର ଘାସ ଏବଂ ପତ୍ର ଖାଇଥିଲେ । ଅପରାଧୀ ସବ୍ୟସ୍ତ ହୋଇ ଏହି ୯ଜଣ ଛେଳି ପ୍ରାୟ ଏକ ବର୍ଷ ଜେଲଦଣ୍ଡ ଭୋଗିଥିଲେ । ୧ବର୍ଷ ବିତାଇବା ପରେ ତାଙ୍କୁ ୨୪ ନଭେମ୍ବର ଶୁକ୍ରବାର ଦିନ ମୁକ୍ତ କରାଯାଇଥିଲା । ତେବେ ସେଠାକାର ନବ ନିର୍ବାଚିତ ବରିସାଲ ସିଟି କର୍ପୋରେସନ (ବିସିସିଆଇ) ମେୟର ଅବୁଲ ଖେର ଅବଦୁଲ୍ଲା ଏହି ଛେଳିମାନଙ୍କୁ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଯାହା ପରେ ପଶୁମାନଙ୍କୁ ସେମାନଙ୍କ ମାଲିକଙ୍କୁ ହସ୍ତାନ୍ତର କରାଯାଇଥିଲା । ଏହି ଛେଳିମାନଙ୍କୁ ଗତ ବର୍ଷ ଡିସେମ୍ବର ୬ ରେ ଗିରଫ କରାଯାଇଥିଲା ।
ସେବେଠାରୁ ସେମାନେ ସମସ୍ତେ ଜେଲରେ ବନ୍ଦୀ ଅବସ୍ଥାରେ ରହୁଥିଲେ । ଏହି ଗୃହପାଳିତ ପଶୁମାନଙ୍କର ମାଲିକ ଶାହାରୁଖ ସଚ୍ଚିବ ରାଜୀବ ତାଙ୍କ ନିରୀହ ଛେଳିଗୁଡ଼ିକୁ ମୁକ୍ତ କରିବାକୁ ବିସିସିଆଇ ମେୟରଙ୍କ ନିକଟରେ ନିବେଦନ କରିଥିଲେ । ଏହା ପରେ ମେୟର ଅବୁଲଙ୍କ ହୃଦୟ ତରଳି ଯାଇଥିଲା ଏବଂ ସେ ପଶୁମାନଙ୍କୁ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ତେବେ କୌଣସି ପଶୁକୁ ଗିରଫ କରାଯିବା ନେଇ ଏହା ପ୍ରଥମ ଘଟଣା ନୁହେଁ । ଚଳିତ ବର୍ଷ ଜାନୁଆରୀରେ ଆମେରିକାର ମିଚିଗାନ୍ ପୋଲିସ୍ କୁକୁରକୁ ଧରିବା ପରେ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ତା’ପରେ ମିଚିଗାନର ୱାଇଣ୍ଡୋଟ ପୋଲିସ ବିଭାଗ କହିଛି ଯେ ସେମାନେ ନିଜ ଅଧିକାରୀଙ୍କ ଖାଦ୍ୟ ଚୋରି କରିବା ସମୟରେ କୁକୁରକୁ ଧରିଥିଲେ ।