Pratidin TV

Odisha's Digital News Platform

ଟ୍ରେନ୍ ଦୁର୍ଘଟଣା ପାଇଁ ବଡ଼ ଷଡ଼ଯନ୍ତ୍ର ; ଟ୍ରାକ୍‌ରୁ ମିଳିଲା ୯ଟି ଲୁହା ରଡ ..

1 min read

ପୁଣି ଟ୍ରେନକୁ ଟାର୍ଗେଟ ।  ଏବେ ପଞ୍ଜାବର ବଠିଣ୍ଡାରେ ବି ହୋଇଛି ରେଳ ଦୁର୍ଘଟଣାର ଷଡଯନ୍ତ୍ର । ଟ୍ରେନ ଆଗରେ ୯ଟି ଲୁହା ରଡ  ରଖି ଟାର୍ଗେଟ କରାଯାଇଥିଲା।  ମାତ୍ର ରେଳ ବିଭାଗର ତତ୍ପରତା ହେତୁ ଏକ ବଡ଼ ରେଳ ଦୁର୍ଘଟଣା ଟଳିଯାଇଛି। ଦିଲ୍ଲୀ -ବଠିଣ୍ଡା ରେଳ ଟ୍ରାକ୍‌ରୁ ୯ଟି ଲୁହା ରଡ ଜବତ ହୋଇଛି। ରେଲୱେ ପୁଲିସ୍‌ ମାମଲା ରୁଜୁ କରି ଏହି ଘଟଣାର ଛାନଭିନ ଆରମ୍ଭ କରିଛି।

ଦିଲ୍ଲୀରୁ ବଠିଣ୍ଡା ଯାଉଥିବା ରେଳ ଟ୍ରାକରେ ପ୍ରାୟ ୯ଟି ଲୁହା ରଡ ଉଦ୍ଧାର କରାଯାଇଛି। କେହି ଉଦ୍ଦେଶ୍ୟମୂଳକ ଭାବରେ ଏହି ସବୁ କରିଛନ୍ତି ନା ଏହା ପଛରେ ଅନ୍ୟ କିଛି କାରଣ ଅଛି? ସେନେଇ ଜାଣିବାକୁ ପୋଲିସ ତଦନ୍ତ ଜାରି ରଖିଛିବଠିଣ୍ଡା ପୋଲିସର ଜଣେ ଅଧିକାରୀଙ୍କ କହିବାନୁସାରେ ସୋମବାର ଭୋର ୩ଟାରେ ଏକ ମାଲବାହୀ ଟ୍ରେନ୍ ଏହି ଟ୍ରାକରେ ଯାଉଥିଲା। କିନ୍ତୁ ଟ୍ରାକରେ ଲୁହା ରଡ ମିଳୁଥିବାରୁ ଏହାକୁ ସିଗନାଲ୍ ମିଳିନଥିଲା।ଏହାପରେ ତୁରନ୍ତ ଛାନଭିନ ଆରମ୍ଭ କରାଯାଇ ଟ୍ରାକ୍‌ରୁ ୯ଟି ଲୁହା ରଡ ଜବତ କରାଯାଇଛି। ଏହାର କିଛି ସମୟ ପରେ ଟ୍ରାକ୍‌ରେ ରେଳ ଚଳାଚଳ ଆରମ୍ଭ ହୋଇଛି। ତେବେ ଏହି ଘଟଣାରେ ପୋଲିସ ଦୁବୁର୍ତ୍ତଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

Advertisement

Leave a Reply

Your email address will not be published. Required fields are marked *