Pratidin TV

Odisha's Digital News Platform

ମହିଳା କୁସ୍ତି ଖେଳାଳିଙ୍କୁ ଯୈାନ ନିର୍ଯ୍ୟତନା ମାମଲା ; ଶୀଘ୍ର ନ୍ୟାୟ ଦାବି କରି ସୁପ୍ରିମକୋର୍ଟଙ୍କୁ ଅପିଲ୍ କଲେ ନୀରଜ୍ ଚୋପ୍ର ଏବଂ କପିଲ ଦେବ..

1 min read

ନୂଆଦିଲ୍ଲୀ : ମହିଳାକୁସ୍ତି ଯୋଦ୍ଧାଙ୍କୁ ଯୌନ ନିର୍ଯ୍ୟତନା ମାମଲାରେ ପୁଣି ନ୍ୟାୟ ଦାବିରେ ରାସ୍ତା କଡରେ ବସିଲେ ଅନେକ ଖ୍ୟାତିନାମା ଖେଳାଳି । ବଜରଙ୍ଗ ପୁନିଆଁ , ବିନେଶ ଫୋଗାଟ୍, ସାକ୍ଷୀ ମଲ୍ଲିକଙ୍କ ସମେତ ଭାରତର ଖ୍ୟାତନାମା କୁସ୍ତି ଖେଳାଳି ସାମିଲ ହେବା ସହ ସମୃକ୍ତ ମାମଲାରେ କ୍ଷୋଭ ପ୍ରକାଶ କରିଛନ୍ତି ଭାରତର ଗୌରବ ଜାଭେଲିନ୍ ଥ୍ରୋୟର ନୀରଜ ଚୋପ୍ରା ଏବଂ କ୍ରିକେଟର ମହାମହିମ କପିଲ ଦେବ ।

କୁସ୍ତି ଖେଳାଳିଙ୍କୁ ସମର୍ଥନ କରିବା ସହ ସେମାନଙ୍କ ପାଇଁ ଆଗକୁ ଠିଆ ହେବା ପାଇଁ କହିଛନ୍ତି ନୀରଜ୍ ଏବଂ କପିଲ । ଦେଶ ପାଇଁ ଗୌରବ ଆଣିଥିବା କୁସ୍ତି ଖେଳାଳିଙ୍କୁ ଏପରି ରାସ୍ତା କଡରେ ଦେଖିବା କ୍ଷୋଭର ବିଷୟ ବୋଲି କହିବା ସହ ସେମାନଙ୍କୁ ଯଥାଶୀଘ୍ର ନ୍ୟାୟ ଦେବାକୁ ମାନ୍ୟବର ସୁପ୍ରିମକୋର୍ଟଙ୍କୁ ଅପିଲ କରିଛନ୍ତି ଉଭୟ ନୀରଜ ଚୋପ୍ରା ଓ କପିଲ ଦେବ ।

Advertisement

ସମୃକ୍ତ ମାମଲାରେ ଅଭିଯୁକ୍ତ କୁସ୍ତି ଫେଡେରେସନ ମୁଖ୍ୟ ବ୍ରିଜଭୂଷଣ ଶରଣ ସିଂହଙ୍କ ଉପରେ ଲାଗିଥିବା ଯୌନ ଉତ୍ପୀଡନ ମାମଲାକୁ ଦୀର୍ଘ ଦିନ ବିତିଥିଲେ ମଧ୍ୟ ପୀଡିତାକୁ ନ୍ୟାୟ ମିଳିନଥିବା । ଯାହା ପାଇଁ ପୁନଶ୍ଚ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଭାରତର ଚର୍ଚ୍ଚିତ ଖ୍ୟାତିନାମ କୁସ୍ତି ଖେଳାଳି । ତେବେ ବ୍ରିଜଭୂଷଣ ଶରଣ ସିଂହ କୈସରଗଞ୍ଜରୁ ବିଜେପିର ସାଂସଦ ଅଛନ୍ତି । ଏହି ମାମଲାରେ ସୁପ୍ରିମକୋର୍ଟରେ ମଧ୍ୟ ଶୁଣାଣି ଚାଲିଛି । ହେଲେ ଏହି ମାମଲାର ଶୁଣାଣିରେ ବିଳମ୍ବ ହେଉଥିବାରୁ ଆଜି ସୁପ୍ରିମକୋର୍ଟଙ୍କୁ ଏନେଇ ଅପିଲ୍ କରିଛନ୍ତି ନୀରଜ ଚୋପ୍ରା ଏବଂ କପିଲ ଦେବ ।

Leave a Reply

Your email address will not be published. Required fields are marked *