(ଭିଡିଓ)‘ଲାଲ୍ ରଙ୍ଗକୁ ମାନନ୍ତି ଗୁଡ୍ଲକ୍’ – କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
1 min readନୂଆଦିଲ୍ଲୀ : ଲାଲ ସମ୍ବଲପୁରୀ ରେଶମ ଶାଢିରେ ବଜେଟ ଉପସ୍ଥାପନ । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ ଉପସ୍ଥାପନ ପାଇଁ ସେ ଏକ ଲାଲ ସମ୍ବଲପୁରୀ ରେଶମ ଶାଢି ପିନ୍ଧିଛନ୍ତି । ଏହା ମନ୍ଦିର ଶାଢି ନାମରେ ମଧ୍ୟ ଜଣାଶୁଣା । ସେ ଏପରି ସମୟରେ ତାଙ୍କ ଗୁଡଲକ ରଙ୍ଗ ପସନ୍ଦ କରିଛନ୍ତି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ୨୦୨୩-୨୪ ଆର୍ôଥକ ବର୍ଷ ପାଇଁ ତାଙ୍କର ପଂଚମ ବଜେଟ୍ ଉପସ୍ଥାପନ କରୁଛନ୍ତି ।
ଏହି ବର୍ଷର ବଜେଟ୍ ସ୍ୱତନ୍ତ୍ର । ଅନ୍ୟପଟେ କ୍ୟାବିନେଟ ବୈଠକରେ ବଜେଟକୁ ମଞ୍ଜୁରୀ ମିଳିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ସଂସଦ ଭବନରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ବଜେଟ-୨୦୨୩କୁ ମଞ୍ଜୁରୀ ମିଳିଛି । ୨୦୨୩ ବଜେଟକୁ କ୍ୟାବିନେଟ ଅନୁମୋଦନ ମିଳିବା ପରେ ଏହାକୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ଉପସ୍ଥାପନ କରୁଛନ୍ତି । ବୈଠକରେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂଙ୍କ ସମେତ ଅନ୍ୟ ବରିଷ୍ଠ ମନ୍ତ୍ରୀମାନେ ଉପସ୍ଥିତ ଥିଲେ ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ କହିଛନ୍ତି । ଏହା ପୂର୍ବରୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ରାଷ୍ଟ୍ରପତି ଭବନରେ ପହଂଚିବା ପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଥିଲେ ।
ରାଷ୍ଟ୍ରପତି ବଜେଟକୁ ଔପଚାରିକ ଭାବେ ଅନୁମୋଦନ ଦେଇଛନ୍ତି । ଆସନ୍ତା ବର୍ଷ ଲୋକସଭା ନିର୍ବାଚନ ହେଉଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ପାଇଁ ଏହି ବଜେଟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି । ସାଧାରଣ ନିର୍ବାଚନ ପୂର୍ବରୁ ଏହା ମୋଦୀ ସରକାରଙ୍କ ଶେଷ ପୂର୍ଣ୍ଣ ବଜେଟ ହୋଇଥିବାରୁ ଲୋକମାନେ ଏବଂ କର୍ପୋରେଟ କ୍ଷେତ୍ର ମଧ୍ୟ ଏଥିରୁ ବହୁତ ଆଶା ରଖିଛନ୍ତି ।