ଫେବୃଆରୀ ୧ ତାରିଖରେ ଉପସ୍ଥାପନ ହେବ ଅନ୍ତରୀଣ ବଜେଟ୍ , ମୋରାରଜୀ ଦେସାଇଙ୍କ ରେକର୍ଡ ଭାଙ୍ଗିବେ ନିର୍ମଳା ସୀତାରମଣ…
1 min readଫେବୃଆରୀ ୧ ତାରିଖରେ ଉପସ୍ଥାପନ ହେବ ଅନ୍ତରୀଣ ବଜେଟ୍ । ଏହି ବଜେଟକୁ ଉପସ୍ଥାପନା କରିବାକୁ ଯାଉଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଲଗାତାର ଷଷ୍ଠଥର ପାଇଁ ସେ ବଜେଟ୍ ଉପସ୍ଥାପନ କରିବେ । ୨୦୨୪ ଲୋକସଭା ନିର୍ବାଚନ ପାଇଁ ଚଳିତ ଥରର ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ ହେବନି ।
ତେବେ କ୍ରମାଗତ ଭାବରେ ପାଞ୍ଚଥର ଦେଶର ପୂର୍ଣ୍ଣାଙ୍ଗ ବଜେଟ୍ ଏବଂ ଗୋଟାଏ ଥର ଅନ୍ତରୀଣ ବଜେଟ୍ ଉପସ୍ଥାପନ କରିବାରେ ଦେଶର ଦ୍ୱୀତିୟ ଅର୍ଥମନ୍ତ୍ରୀ ଭାବେ ରେକର୍ଡ କରିବେ ନିର୍ମଳା ସୀତାରମଣ । ତେବେ ସେ ମୋରାରଜୀ ଦେସାଇଙ୍କ ପୂର୍ବ ରେକର୍ଡ ଭାଙ୍ଗିବେ ବୋଲି କୁହାଯାଉଛି । ପୂର୍ବରୁ ମନମୋହନ ସିଂହ, ଅରୁଣ ଜେଟଲୀ, ପି ଚିଦମ୍ବରମ ଏବଂ ଯଶବନ୍ତ ସିହ୍ନାଙ୍କ ଭଳି ପୂର୍ବ ଅର୍ଥମନ୍ତ୍ରୀଙ୍କ ରେକର୍ଡ ମଧ୍ୟ ପଛରେ ପକାଇଛନ୍ତି । ଏହି ନେତା ମାନେ ଲଗାତାର ପାଞ୍ଚଥର ବଜେଟ୍ ଉପସ୍ଥାପନ କରିଥିଲେ । ଏହି ଅନ୍ତରୀଣ ବଜେଟ୍ରେ ଏପ୍ରିଲ-ଜୁଲାଇ ପର୍ଯ୍ୟନ୍ତ ବ୍ୟୟ ଅଟକଳ ହେବ । ଜୁନ୍ କିମ୍ୱା ଜୁଲାଇ ବେଳକୁ ୨୦୨୪-୨୫ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍ ଆଣିବେ ନୂତନ ସରକାର ।