Pratidin TV

Odisha's Digital News Platform

ରାଜ୍ୟରେ କେତେ ସୁରକ୍ଷିତ ପଥଚାରୀ ? ରାଜରାସ୍ତାରେ ବନ୍ଧୁକ ଦେଖାଇ ଲୁଟୁଛନ୍ତି ଦୁର୍ବୁତ୍ତ..

1 min read

ନିଶ୍ଚିନ୍ତକୋଇଲି : ସୁରକ୍ଷାର ଭୟ ଘାରିଲା ରାଜ୍ୟବାସୀଙ୍କୁ । ନିକଟରେ ଏକ ଏଭଳି ଘଟଣା ଘଟିଯାଇଛି । ଯାହାକୁ ଜାଣିବା ପରେ ଆପଣାମାନେ ବି ଭାବିବେ ସତରେ ଆମେ କେତେ ସୁରକ୍ଷିତ । ସୂଚନାଯୋଗ୍ୟ ଯେ ଗତକାଲି ମାହାଙ୍ଗା ଅଂଚଳର ବୀରକିଶୋର ଜେନା କେନ୍ଦ୍ରାପଡା ରାସ୍ତା ର ଅସୁରେଶ୍ବର ଛକ ଦେଇ ନିଜ ଘରକୁ ଫେରୁଥିଲେ ।

Advertisement

ଏହି ସମୟରେ ୨ ଟି ବାଇକ୍ ତାଙ୍କୁ ଅଟକାଇଥିଲା । ଯେଉଁଥିରେ ପ୍ରାୟ ୬ ଜଣ ଯୁବକ ଥିଲେ । ଏବଂ ତାଙ୍କ ପାଖରେ କଟୁରୀ ଓ ବନ୍ଧୁକ ଭଳି ମାରଣାସ୍ତ୍ର ଦେଖି କିଶୋର ଡରିଯାଇଥିଲେ । କ୍ରମେ ଦୁର୍ବୁତ୍ତମାନେ କିଶୋରଙ୍କ ଠାରୁ ତାଙ୍କ ଅଫିସ୍ ବ୍ୟାଗ୍ ସହ ଛଡାଇନେଇଥିଲେ । ତେବେ ବ୍ୟାଗ୍‌ରେ ନଗଦ ୧୩ ହଜାର ୫୦୦ ଟଙ୍କା, ଓ ଅଫିସ୍ କାଗଜପତ୍ର ଥିଲେ ମଧ୍ୟ ଦୁର୍ବୁତ୍ତଙ୍କ ପାଖରେ ମାରଣାସ୍ତ୍ର ଦେଖି ଚୁପ୍‌ଚାପ୍ ଛିଡା ହୋଇଥିଲେ କିଶୋର ।

ଦୁର୍ବୁତ୍ତମାନେ ସେଠାରୁ ଯିବା ପରେ କିଶୋର ତୁରନ୍ତ ଯାଇ ନିଶ୍ଚିନ୍ତକୋଇଲି ଥାନାରେ ଏକ ଲିଖିତ ଅଭିଯୋଗ ଦେଇଥିଲେ । ଅଭିଯୋଗ ପାଇଲା ପରେ ନିଶ୍ଚିନ୍ତକୋଇଲି ପୋଲିସ ର ତଦନ୍ତ ଜାରିରଖିଛି । ତେବେ ଦିନ ଦ୍ୱିପ୍ରହରରେ ଜାତୀୟ ରାଜପଥରେ ଯଦି ପଥଚାରୀ ସୁରକ୍ଷିତ ନାହାନ୍ତି , ତେବେ ରାତିର କଳାଅନ୍ଧାରରେ ସାଧାରଣ ଜନତା ଙ୍କ ସୁରକ୍ଷିତ କେତେ ତାହା ଏବେ ଦାଣ୍ଡରେ ପଡି ଗଡ଼ଗଡ଼ାଇଲାଣି।ତେବେ ନିଶ୍ଚିନ୍ତକୋଇଲି ପୋଲିସ ର ଅପାରଗତ ଯୋଗୁ ଏହି ଅଞ୍ଚଳ ରେ ଅପରାଧୀ ମାନଙ୍କର ଅପରାଧୀକ କାର୍ଯ୍ୟକଳାପ ବଢିବାର କଥା ଏବେ ସାଧାରଣ ରେ ଚର୍ଚ୍ଚା ର ବିଷୟ ହୋଇଛି ।

Leave a Reply

Your email address will not be published. Required fields are marked *