Pratidin TV

Odisha's Digital News Platform

ଅନନ୍ତ-ରାଧିକାଙ୍କ ବିବାହ ପାଇଁ ବାବା କାଶୀ ବିଶ୍ୱନାଥଙ୍କୁ ନିମନ୍ତ୍ରଣ ଦେଲେ ନୀତା ଅମ୍ବାନୀ

କାଶୀ ବିଶ୍ବନାଥରେ ନୀତା ଅମ୍ବାନୀ। ପୁଅର ବିବାହ ପାଇଁ ପହଁଞ୍ଚିଛନ୍ତି ନୀତା ଅମ୍ବାନୀ | ପୁଅର ବିବାହ ପାଇଁ କାଶୀ ବିଶ୍ବନାଥଙ୍କୁ ନିମନ୍ତ୍ରଣ କରିଛନ୍ତି |

୧୦ ବର୍ଷ ପରେ ବାରଣାସୀର କାଶୀ ବିଶ୍ବନାଥ ଆସିଥିବା କହିଛନ୍ତି ନୀତା । ବାରଣାସୀରେ ପହଞ୍ଚି ପ୍ରଭୁଙ୍କ ଆଶୀର୍ବାଦ କାମନା କରିଛନ୍ତି ନୀତା । ପରିବାରର ମଙ୍ଗଳ ମନାସି ବାବାଙ୍କୁ ପ୍ରାର୍ଥନା କରିଛନ୍ତି ରିଲାଏନ୍ସ ଫାଉଣ୍ଡେସନର ଚେୟାରମ୍ୟାନ ନୀତା ।

ଆସନ୍ତା ଜୁଲାଇ ୧୨ରେ ରିଲାଏନ୍ସ ଇଣ୍ଡଷ୍ଟ୍ରିର ପ୍ରତିଷ୍ଠାତା ମୁକେଶ ଅମ୍ବାନୀଙ୍କ ସାନ ପୁଅ ଅନନ୍ତ ଅମ୍ବାନୀଙ୍କ ସହ ଶିଳ୍ପପତି ବୀରେନ ମର୍ଚାଣ୍ଟଙ୍କ ଝିଅ ରାଧିକାଙ୍କ ବିବାହ ହେବାକୁ ଯାଉଛି । ସେଥିପାଇଁ ଅନନ୍ତ ଅମ୍ବାନୀ ଓ ରାଧିକା ମର୍ଚାଣ୍ଟଙ୍କ ବିବାହ କାର୍ଡ ନେଇ କାଶୀ ବିଶ୍ବନାଥରେ ପହଞ୍ଚିଛନ୍ତି ନୀତା ।

ନିତା ଅମ୍ବାନୀ ବାରଣାସୀରେ ପହଞ୍ଚି ପ୍ରଭୁଙ୍କ ଆଶୀର୍ବାଦ କାମନା କରିବା ସହ ୧୦ ବର୍ଷ ପରେ କାଶୀ ବିଶ୍ବନାଥରେ ହୋଇଥିବା ବିକାଶକୁ ସେ ପ୍ରଶଂସା କରିଛନ୍ତି । ସେହିପରି ସ୍ବଚ୍ଛତା ସାଙ୍ଗକୁ ସୌର ଶକ୍ତିର ମଧ୍ୟ ସେ କରିଛନ୍ତି ପ୍ରଶଂସା ।

Leave a Reply

Your email address will not be published. Required fields are marked *