ପ୍ୟାରିସ ପାରାଲିମ୍ପିକ୍ସରେ ଦ୍ୱିତୀୟ ଗୋଲ୍ଡ: ସ୍ବର୍ଣ୍ଣ ପଦକ ଜିତିଲେ ନୀତେଶ କୁମାର ..
1 min readପ୍ୟାରିସ୍ ପାରାଲିମ୍ପିକ୍ସ ୨୦୨୪ର ୫ମ ଦିନରେ କମାଲ କରିଛନ୍ତି ଭାରତୀୟ ପାରା ଖେଳାଳି। ପୁରୁଷ ଡିସ୍କସ୍ ଥ୍ରୋ-ଏଫ୍୫୬ରେ ଭାରତ ପାଇଁ ରୌପ୍ୟ ପଦକ ଜିତିଛନ୍ତି ୟୋଗେଶ ଖତୁନିଆ। ତାଙ୍କପରେ ବ୍ୟାଡମିଣ୍ଟନରେ ସ୍ବର୍ଣ୍ଣ ପଦକ ଜିତିଲେ ଭାରତର ନିତେଶ କୁମାର। ସେ ଗ୍ରେଟ୍ ବ୍ରିଟେନ୍ ଖେଳାଳିଙ୍କୁ ୨-୧ରେ ହରାଇ ଚଳିତ ପାରାଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ହାତେଇଛନ୍ତି।
ନୀତେଶ ପ୍ରଥମ ଥର ପାଇଁ ପାରାଲିମ୍ପିକ ଗେମ୍ସରେ ଅଂଶଗ୍ରହଣ କରିଥିଲେ ଏବଂ ପ୍ରଥମ ପ୍ରୟାସରେ ସ୍ବର୍ଣ୍ଣ ପଦକ ହାସଲ କରି ସେ ଇତିହାସ ସୃଷ୍ଟି କରିଛନ୍ତି। ସେ ବର୍ତ୍ତମାନ ପାରାଲିମ୍ପିକ୍ସର ବ୍ୟାଡମିଣ୍ଟନ ପ୍ରତିଯୋଗିତାରେ ସ୍ବର୍ଣ୍ଣ ପଦକ ଜିତିଥିବା ତୃତୀୟ ଭାରତୀୟ ଆଥଲେଟ ହୋଇପାରିଛନ୍ତି। ତାଙ୍କ ପୂର୍ବରୁ ପ୍ରମୋଦ ଭଗତ ଏବଂ କୃଷ୍ଣ ନାଗର ଟୋକିଓ ପାରାଲିମ୍ପିକ୍ସରେ ପୁରୁଷ ଏକକ ପ୍ରତିଯୋଗିତାରେ ସ୍ବର୍ଣ୍ଣ ଜିତିଥିଲେ।
କିଛି ସମୟ ପୂର୍ବରୁ ୪୨.୨୨ ମିଟର ଡିସକସ୍ ଥ୍ରୋ କରି ରୌପ୍ୟ ପଦକ ଜିତିଥିଲେ ୟୋଗେଶ। ଏଥିସହିତ ଚଳିତ ପାରାଲିମ୍ପିକ୍ସରେ ଭାରତର ପଦକ ସଂଖ୍ୟା ୯ରେ ପହଁଞ୍ଚିଛି। ଭାରତ ବର୍ତ୍ତମାନ ପର୍ଯ୍ୟନ୍ତ ୨ଟି ସ୍ବର୍ଣ୍ଣ, ୩ଟି ରୌପ୍ୟ ଓ ୪ଟି ବ୍ରୋଞ୍ଜ ପଦକ ଜିତି ପଦକ ତାଲିକାର ୨୨ ସ୍ଥାନରେ ରହିଛି।