Pratidin TV

Odisha's Digital News Platform

ଓଡିଶା ଆସି ମହାପ୍ରଭୁଙ୍କ ଆଶୀର୍ବାଦ ନେଇ ପାର୍ଥୀଙ୍କ ପାଇଁ କରିବେ ପ୍ରଚାର…

ଜୋରସୋରରେ ଚାଲିଛି ନିର୍ବାଚନ ମଇଦାନ | ୩ୟ ପର୍ଯ୍ୟାୟ ବର୍ତମାନ ସାରିଛି | ଆରମ୍ଭ ହେବାକୁ ଯାଉଛି ୪ର୍ଥ ପର୍ଯ୍ୟାୟ | ଏବଂ ଏଥିପାଇଁ ଓଡିଶା ମୁହାଁ ହେଉଛନ୍ତି ବିଜେପି କେନ୍ଦ୍ରମନ୍ତ୍ରୀ | ତେବେ ଆଜି (ମେ ୯ ) ଓଡିଶା ଆସୁଛନ୍ତି ନିତିନ ଗଡକାରୀ | ସେ ପୁରୀରେ କରିବେ ଲୋକସଭା ବିଜେପି ପାର୍ଥୀଙ୍କ ପାଇଁ ପ୍ରଚାର |

ତେବେ ସୂଚନା ଅନୁଯାୟୀ ବିଜେପିର ଷ୍ଟାର କ୍ୟାମ୍ପେନର ତଥା କେନ୍ଦ୍ରମନ୍ତ୍ରୀ ନିତିନ ଗଡକାରୀ ଆଜି ଭୁବନେଶ୍ୱର ବିମାନ ବନ୍ଦରରେ ୧୨ଟା ୧0 ମିନିଟ ସମୟରେ ପହଞ୍ଚିବେ | ସେଠାରୁ ସ୍ୱତନ୍ତ୍ର ହେଲିକେପ୍ଟର ସାହାଯ୍ୟରେ ପୁରୀର ତାଳବଣିଆ ହେଲିପ୍ୟାଡ଼ରେ ୧୨ଟା ୩୫ ମିନିଟରେ ପହଞ୍ଚିବେ | ସେଠାରେ ସେ ପ୍ରଥମେ ଶ୍ରୀମନ୍ଦିର ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ଯିବେ | ପରେ ମହାପ୍ରଭୁଙ୍କ ଆଶୀର୍ବାଦନେବା ପରେ ଶ୍ରୀମନ୍ଦିରରୁ ବାହାରି ନିତିନ ଲୋକସଭା ପାର୍ଥୀ ସମ୍ବିତ ପାତ୍ରଙ୍କ ବାସଗୃହ ଯିବେ |

ପରେ ୩ଟା ୩0ରେ ପୁରୀ ଜିଲ୍ଲାର କୃଷ୍ଣ ପ୍ରସାଦରେ ବିଜେପି ପ୍ରଚାର ବିରାଟ ସମାବେଶକୁ ସମ୍ମୋଧିତ କରିବେ | ସେଠାରେ ସେ ବିଜେପି ପାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରିବେ ବିଜେପି କେନ୍ଦ୍ରମନ୍ତ୍ରୀ ନିତିନ ଗଡକାରୀ |

Leave a Reply

Your email address will not be published. Required fields are marked *