Pratidin TV

Odisha's Digital News Platform

ପ୍ରଚାର ବେଳେ ଅସୁସ୍ଥ ହେଲେ ନୀତିନ୍ ଗଡକରୀ , ବେହୋସ୍ ହୋଇ ମଞ୍ଚରୁ ତଳକୁ ଖସି ପଡିଲେ ..

1 min read

ନିର୍ବାଚନ ପ୍ରଚାର ବେଳେ ଅସୁସ୍ଥ ହେଲେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ । ଭାଷଣ ଦେବାବେଳେ ହଠାତ୍ ମଞ୍ଚରେ ଅସୁସ୍ଥ ହୋଇପଡିଲେ । ମଞ୍ଚ ଉପରୁ ବେହୋସ୍ ହୋଇ ଖସି ପଡିଲେ ନୀତିନ୍ । ମଙ୍ଗଳବାର ଅପରାହ୍ନରେ ମହାରାଷ୍ଟ୍ରର ୟାଭାଟମାଲରେ ଏକ ନିର୍ବାଚନ ରାଲିରେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ ପ୍ରଚାର କରୁଥିବା ବେଳେ ଏପରି ଦେଖିବାକୁ ମିଳିଥିଲା । ମଞ୍ଚରେ ଉପସ୍ଥିତ ଥିବା ଅନ୍ୟମାନେ ତାଙ୍କୁ ଚିକିତ୍ସା ପାଇଁ ନେଇଁଥିଲେ ।

ଚିକିତ୍ସା ପାଇଁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଗଡକରୀ ଭାଜପାର ନାଗପୁର ପ୍ରାର୍ଥୀ ଭାବରେ ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ଘଟଣା ସମୟରେ ସେ ଶିବସେନାର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଦଳରୁ ଆସିଥିବା ରାଜଭ୍ରୀ ପାଟିଲଙ୍କ ପାଇଁ ପ୍ରଚାର କରୁଥିଲେ ।

Advertisement

ସୂଚନା ଅନୁସାରେ ନୀତିନ ଗଡକରୀ ୟୱତମାଲ ଏନଡିଏ ପ୍ରାର୍ଥୀ ରାଜଶ୍ରୀ ପାଟିଲଙ୍କ ପାଇଁ ପ୍ରଚାର କରିବାକୁ ଆସିଥିଲେ। ଏହି ସମୟରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ହଠାତ୍ ବିଗିଡି ଯାଇଥିଲା। ତେବେ ଏହା ପୂର୍ବରୁ ମଧ୍ୟ ୨୦୧୯ ନିର୍ବାଚନ ପ୍ରଚାର ସମୟରେ ମହାରାଷ୍ଟ୍ରର ଅହମ୍ମଦନଗରରେ ଏକି ନିର୍ବାଚନୀ ସଭାରେ ଭାଷଣ ଦେବା ବେଳେ ହଠାତ୍ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ବେହୋସ ହୋଇପଡିଥିଲେ ।ଗଡକରୀ ଉକ୍ତ ସମୟରେ ଶିରିଡିର ଏକ ଜନସଭାକୁ ସମ୍ବୋଧିତ କରିବା ସମୟରେ ବେହୋସ ହୋଇ ପଡିଥିଲେ ।

Leave a Reply

Your email address will not be published. Required fields are marked *