ନୀତିନ ଗଡକରୀଙ୍କ ବଡ ବୟାନ : ଖୁବଶୀଘ୍ର ଲିଟର ପିଛା ୧୫ ଟଙ୍କାରେ ମିଳିବ ପେଟ୍ରୋଲ ….
1 min readନୂଆଦିଲ୍ଲୀ : ପେଟ୍ରୋଲରୁ ଆରମ୍ଭ କରି ପନିପରିବା ପର୍ଯ୍ୟନ୍ତ ସବୁ ଦର ଆକାଶ ଛୁଆଁ । ଏସବୁ ଭିତରେ କେନ୍ଦ୍ର ସଡକ ଓ ପରିବହନ ମନ୍ତ୍ରୀ ନୀତିନ ଗଡକରୀଙ୍କ ବୟାନ ଲୋକମାନଙ୍କୁ ଚକିତ କରିଛି । ରାଜସ୍ଥାନର ପ୍ରତାପଗଡରେ ଏକ ଜନସଭାକୁ ଉଦବୋଧନ ଦେବା ଅବସରରେ ଗଡକରୀ କହିଛନ୍ତି ଯେ ଦେଶରେ ଅଗଷ୍ଟ ମାସରେ ଟୟୋଟା କମ୍ପାନୀର ଗାଡି ଲଂଚ୍ ହେବାକୁ ଯାଉଛି । ଏହି ଗାଡି କୃଷକମାନଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ଇଥେନଲରେ ଚାଲିବ । ଦେଶର କୃଷକ ଏବେ କେବଳ ଅନ୍ନଦାତା ନୁହଁନ୍ତି ବରଂ ଶକ୍ତିଦାତା ସାଜିବେ ।
ସେହିଭଳି ଏକ ରାଲିକୁ ସମ୍ବୋଧିତ କରି ଗଡକରୀ କହିଛନ୍ତି କି ୪୦ ପ୍ରତିଶତ ବିଜୁଳି ଓ ୬୦ ପ୍ରତିଶତ ଇଥେନଲକୁ ହାରାହାରି ହିସାବ କଲେ ପେଟ୍ରୋଲର ଲିଟର ପ୍ରତି ଦାମ ୧୫ ଟଙ୍କା ହୋଇଯିବ । ଏହାଦ୍ୱାରା ଦେଶର ଜନତା ଉପକୃତ ହେବେ ।