Pratidin TV

Odisha's Digital News Platform

ନିର୍ମଳା ସୀତାରମଣଙ୍କୁ ଚିଠି ଲେଖିଲେ ନିତିନ ଗଡକରୀ , ଶସ୍ତା ହେବ ଜୀବନ ବୀମା ..

1 min read

ଏବେ ଶସ୍ତା ହେବ ଜୀବନ ବୀମା  । ଯାହାକୁ ନେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତା ରମଣଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ର ମନ୍ତ୍ରୀ ତଥା ସଡକ ପରିବହନ ମନ୍ତ୍ରୀ ନୀତିନ ଗଡକରୀ।ନିକଟରେ ସଂସଦରେ ୨୦୨୪-୨୫ ବିଜେଟ ଉପସ୍ଥାପନା କରିଥିଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଆଉ ବଜେଟ ଉପସ୍ଥାପାନା  ପରେ ବିଭିନ୍ନ ମହଲରୁ ଚଳିତ ବଜେଟ୍ କୁ ସମାଲୋଚନା କରିବା ସହ କେନ୍ଦ୍ର ସରାକରଙ୍କୁ ମଧ୍ୟ କରୁଥିଲେ ସମାଲୋଚନା । ଆଉ ଏଭଳି ସମୟ ମଧ୍ୟରେ କେନ୍ଦ୍ର ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ନିତିନ ଗଡକରୀ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଚିଠି ଲେଖି ଲାଇଫ୍‌ଏବଂ ହେଲ୍‌ଥ ବୀମା ଯୋଜନା ପାଇଁ ପ୍ରିମିୟମ ଉପରେ ଲାଗୁ ହୋଇଥିବା ଜିଏସ୍ଟି ପ୍ରତ୍ୟାହାର କରିବାକୁ ଅନୁରୋଧ କରିଛନ୍ତି ।

ଜୁଲାଇ ୨୮ରେ ନୀତିନ ଗଡକରୀ ଅର୍ଥମନ୍ତ୍ରୀଙ୍କୁ ଏକ ଚିଠି ଲେଖିଥିଲେ। ଏଥିରେ ସେ କହିଥିଲେ, ଜୀବନ ଏବଂ ସ୍ବାସ୍ଥ୍ୟ ବୀମା ପ୍ରିମିୟମ ଉପରେ ଜିଏସଟି ହଟାଇବାକୁ ଅନୁରୋଧ। ବରିଷ୍ଠ ନାଗରିକଙ୍କ ପାଇଁ ଏହା ବହୁତ ଅଧିକ ହୋଇ ଯାଉଛି। ଗଡକରୀ ତାଙ୍କ ଚିଠିରେ କହିଛନ୍ତି, ଆଜି ପ୍ରତ୍ୟେକ ବ୍ୟକ୍ତିଙ୍କର ଆବଶ୍ୟକତା ହେଉଛି ଜୀବନ ବୀମା ଏବଂ ସ୍ବାସ୍ଥ୍ୟ ବୀମା। ଏହା ମଧ୍ୟ ସାମାଜିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ । ତେବେ, ଏହି ପ୍ରିମିୟମ ଉତ୍ପାଦଗୁଡିକ ଉପରେ ୧୮ ପ୍ରତିଶତ ଟିକସ ଏହି କ୍ଷେତ୍ରର ଅଭିବୃଦ୍ଧିରେ ବାଧା ସୃଷ୍ଟି କରୁଛି।ଏହି ନୀତି ହେତୁ କେବଳ ଲୋକମାନେ ବୀମା ନେବା ଠାରୁ ଦୂରେଇ ଯିବେ ନାହିଁ ବରଂ ଏହା ଜିଏସଟିର ଗ୍ରୋଥ୍ ଅଭିବୃଦ୍ଧି ଉପରେ ମଧ୍ୟ ପ୍ରଭାବ ପକାଇବ ।  ଯାହା ଅନାବଶ୍ୟକ ଚାପ ସୃଷ୍ଟି କରିବ ବୋଲି ଗଡ଼ କରୀ କହିଛନ୍ତି ।

Advertisement

Leave a Reply

Your email address will not be published. Required fields are marked *