Pratidin TV

Odisha's Digital News Platform

ନୀତିଶ ଭରଦ୍ୱାଜଙ୍କ ସମ୍ପତ୍ତି ବିକିବେ IAS ପତ୍ନୀ , ମାଗିଲେ କୋର୍ଟର ସାହାର୍ଯ୍ୟ ।

1 min read

କିଛି ଦିନ ହେଲା ଚର୍ଚ୍ଚାରେ ରହିଆସିଛନ୍ତି ଲୋକ ପ୍ରିୟ ଟେଲିଭିଜନ ଧାରାବାହିକ ‘ମହାଭାରତ’ଶ୍ରୀକୃଷ୍ଣ ଭୂମିକାରେ ଅଭିନୟ କରିଥିବା କଳାକାର ନିତିଶ ଭରଦ୍ୱାଜ । ସେ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଲଗାତାର ଭାବେ ଚର୍ଚ୍ଚାରେ ରହି ଆସୁଛନ୍ତି । ଛାଡପତ୍ର ପରେବି ଥମୁନି ନିତୀଶ ଭରଦ୍ୱାଜ ତାଙ୍କ ପୁର୍ବତନ ପତ୍ନୀଙ୍କ ଭିତରେ ଚାଲିଥିବା ବିବାଦ ନିକଟରେ ସେ ତାଙ୍କ ପୂର୍ବତନ ପତ୍ନୀ ଏବଂ ମଧ୍ୟପ୍ରଦେଶ କ୍ୟାଡର ଆଇଏଏସ୍ ସ୍ମିତା ଭରଦ୍ୱାଜଙ୍କୁ ମାନସିକ ନିର୍ଯାତନା ଦେଇଥିବାର ଅଭିଯୋଗ କରିଥିଲେ। ସେ କହିଥିଲେ ଯେ ତାଙ୍କ ପତ୍ନୀ ଦୁଇ ଯାଆଁଳା ଝିଅଙ୍କୁ ଭେଟିବାକୁ ଦେଉନାହାନ୍ତି ।

ଅନ୍ୟପଟେ ଏନେଇ ଆଇଏଏସ ପତ୍ନୀ ସ୍ମିତା ମୁହଁ ଖୋଲିଥିଲେ । କହିଥିଲେ ନୀତିଶ ଭିକ୍ଟିମ କାର୍ଡ ଖେଳୁଛନ୍ତି । ପିଲାଙ୍କ ପାଇଁ ସେ ଟଙ୍କାଟିଏ ବି ଖର୍ଚ୍ଚ କରି ନାହାନ୍ତି । ବାପା ହିସାବରେ ସେ ବିଫଳ ହୋଇଛନ୍ତି । ଲୋକଙ୍କ ସାମ୍ନାରେ ଯେଉ ଁକୁମ୍ଭୀର କାନ୍ଦଣା କାନ୍ଦୁଛନ୍ତ ିତାହା ସମ୍ପୁର୍ଣ୍ଣ ମିଛ ବୋଲି କହିଥିଲେ ପ୍ରଥମ ପତ୍ନୀ । ନିତିଶ କେବେବି ଦୁଇଝିଅଙ୍କ ବିଷୟରେ ଚିନ୍ତା ମଧ୍ୟ କରି ନାହାନ୍ତି । ଆଉ ରହିଲା ପିଲାଙ୍କୁ ଭେଟିବା କଥା, ପିତା ହିସାବରେ ପିଲାଙ୍କ ୁଭେଟିବା ନିମନ୍ତେ ସେ ସମ୍ପୁର୍ଣ୍ଣ ସ୍ୱାଧୀନ ଥିଲେ। ହେଲେ ସେ ଏପରି କାମ କରିଥିଲେ ଯେ ଏଥି ପାଇଁ ବାରମ୍ବାରବାଧା ସୃଷ୍ଟି ହେଉଥିଲା । ପିଲାଙ୍କ ଜନ୍ମ ପରେ ସ୍ୱାମୀ ନିତିଶ ଭରଦ୍ୱାଜ ଲାଳନ ପାଳନରେ ସାମାନ୍ୟ ସହଯୋଗ ମଧ୍ୟ କରି ନାହାନ୍ତି । ସେ ପିଲାଙ୍କ ପାଠ ପଢା ଦୂରର କଥା ଲାଳନ ପାଳନ ନିମନ୍ତେ ମଧ୍ୟ ପଇସାଟିଏ ଖର୍ଚ୍ଚକରି ନାହାନ୍ତି । ଆଉ ୨ଝିଅଙ୍କ ଭବିଷ୍ୟତ ପାଇଁ ନୀତୀଶଙ୍କ ସମ୍ପତ୍ତି ବିକିବାକୁ ଯାଉଛନ୍ତି ପତ୍ନୀସ୍ମିତା ।

Advertisement

ଏନେଇ ଫେବୃଆରୀ ୨୩ ରେ ନୀତୀଶଙ୍କ ସମ୍ପତ୍ତି ବିକ୍ରୟ ପାଇଁ ସ୍ମିତା ଭରଦ୍ୱାଜ ମୁମ୍ବାଇର ଫ୍ୟାମିଲି କୋର୍ଟରୁ ସହାୟତା ଲୋଡିଛନ୍ତି । ଛାଡପତ୍ର ବଦଳରେ ସେ ଟଙ୍କା ମାଗିଛନ୍ତି । ସ୍ମିତା ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ କୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେର୍ ନୀତୀଶ ଝିିଅମାନଙ୍କର ପ୍ରତିପୋଷଣ ପାଇଁ ଗୋଟିଏ ଟଙ୍କା ଦେଉ ନାହାଁନ୍ତି, କିନ୍ତୁ ତାଙ୍କ ଝିିଅମାନଙ୍କ ଖର୍ଚ୍ଚ ପାଇଁ ପ୍ରତିମାସରେ ୧୦,୦୦୦ ଟଙ୍କା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ନୀତୀଶ ଭରଦ୍ୱାଜଙ୍କ ପ୍ରତିଜ୍ଞା ଅନୁଯାୟୀ ତାଙ୍କ ଦୁଇ ଝିଅଙ୍କ ପାଇଁ ପ୍ରତିମାସରେ ୧୦,୦୦୦ ଟଙ୍କା ଦେବାକୁ ସ୍ମିତାକୋର୍ଟରେ ଏକ ଆବେଦନ କରିଛନ୍ତି । ନିତିଶଙ୍କ ପୂର୍ବତନ ପତ୍ନୀ ତାଙ୍କ ପୁରୁଣା ଜିନିଷ ବିକ୍ରୟ ପାଇଁ କୋର୍ଟରେ ଆବେଦନ କରିଛନ୍ତି, ଯାହା ଦ୍ୱାରା ସେ ସେହି ଜିନିଷରୁ ପ୍ରାପ୍ତ ଟଙ୍କା ସହିତ ନିଜଝିଅମାନଙ୍କ ଲାଳନ ପାଳନ କରିପାରିବେ । ୨୦୧୯ ରେ ଅଭିନେତା ଛାଡପତ୍ର ପାଇଁ ଆବେଦନ କରିଥିବା ବେଳେ ସେ ୨୦୨୨ ମସିହାରେ ସ୍ମିତାଙ୍କ ଠାରୁ ଛାଡପତ୍ର ନେଇଥିଲେ ।

Leave a Reply

Your email address will not be published. Required fields are marked *