Pratidin TV

Odisha's Digital News Platform

ପୁଣିଥରେ ସରକାର ଗଢିଲେ ନୀତୀଶ , ନବମ ଥର ହେଲେ ମୁଖ୍ୟମନ୍ତ୍ରୀ …

1 min read

ନବମ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ନୀତୀଶ କୁମାର । ସକାଳେ ରାଜ୍ୟପାଳଙ୍କୁ ଇସ୍ତଫା ଦେଇଥିଲେ ନୀତୀଶ । ସନ୍ଧ୍ୟାରେ ପୁଣି ଥରେ ନବମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ଏହି ଶପଥ ଗ୍ରହଣ ସମାରହରେ ଭାଜପା ନେତା ଜେପି ନଡ୍ଡା ଉପସ୍ଥିତ ଥିଲେ । ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱାଥ ଆର୍ଲେକ ନୀତୀଶ କୁମାରଙ୍କୁ ମୁଖ୍ୟମନ୍ତ୍ରୀ ପଦରେ ଶପଥ ଦେଇଛନ୍ତି ।

ଏହାପରେ ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ଓ ବିଜୟ ସିହ୍ନା ପଦ ଓ ଗୋପନୀୟତାରେ ଶପଥ ଗ୍ରହଣ କରିଛନ୍ତି । ଏହି ଦୁଇ ନେତା ନୀତୀଶ କୁମାରଙ୍କ ନେତୃତ୍ୱାଧୀନ ଏନଡିଏ ସରକାରରେ ଉପମୁଖ୍ୟମନ୍ତ୍ରୀ ଭାବେ ଦାୟୀତ୍ୱ ସମ୍ଭାଳିବେ । ସମ୍ରାଟ ଚୌଧୁରୀ କୁଶୱା ଜାତିର ଏବଂ ବିହାରର ଭାଜପା ସଭାପତି ଥିଲେ। ସେ ଭେଟେରାନ ନେତା ଶକୁନି ଚୌଧୁରୀଙ୍କ ପୁଅ ଅଟନ୍ତି । ସେହିଭଳି ବିଜୟ ସିହ୍ନା ମଧ୍ୟ ଲାଖୀସରାଇ ଆସନରୁ ଚାରିଥର ବିଧାୟକ ବିଜୟ ସିହ୍ନା ଭୂମିହାର ଜାତିର ପ୍ରତିିନିଧିତ୍ୱ କରନ୍ତି । ସେ ପୂର୍ବ ସରକାରରେ ସମ୍ବଳ ମନ୍ତ୍ରୀ ଥିଲେ ।

Leave a Reply

Your email address will not be published. Required fields are marked *