Pratidin TV

Odisha's Digital News Platform

ନୀତିଶ ସରକାରଙ୍କୁ ଲାଗିଲା ସୁପ୍ରିମ ଝଟକା ,ସଂରକ୍ଷଣ ବୃଦ୍ଧି କୁ ରୋକ ଲଗାଇଲା କୋର୍ଟ..

ନୀତିଶ ସରକାରଙ୍କୁ ଲାଗିଲା  ସୁପ୍ରିମ ଝଟ୍‌କା । ବିହାରରେ ସଂରକ୍ଷଣକୁ ୬୫ପ୍ରତିଶତକୁ ବୃଦ୍ଧି କରିବା ବିରୋଧରେ ପାଟନା ହାଇକୋର୍ଟଙ୍କ ନିଷ୍ପତ୍ତି ବର୍ତ୍ତମାନ ପର୍ଯ୍ୟନ୍ତ ବଳବତ୍ତର ରହିବ। ଏହାକୁ ନିଷିଦ୍ଧ କରିବାକୁ ସୁପ୍ରିମକୋର୍ଟ ମନା କରି ଦେଇଛନ୍ତି। ସେପ୍ଟେମ୍ବରରେ ଏହି ମାମଲାର ବିସ୍ତୃତ ଶୁଣାଣି ହେବ ବୋଲି କୋର୍ଟ କହିଛି । ସଂରକ୍ଷଣ ବୃଦ୍ଧି ପାଇଁ ବିହାର ସରକାରଙ୍କ ନିଷ୍ପତ୍ତିକୁ ପାଟନା ହାଇକୋର୍ଟ ବାତିଲ କରିଦେଇଥିଲେ। ତା’ପରେ ରାଜ୍ୟ ସରକାର ଏହା ବିରୋଧରେ ସୁପ୍ରିମକୋର୍ଟରେ ପହଞ୍ଚିଛନ୍ତି।

ଆଜି ଏହି ମାମଲାର ଶୁଣାଣି ସମୟରେ ସୁପ୍ରିମକୋର୍ଟ ପାଟନା ହାଇକୋର୍ଟଙ୍କ ଆଦେଶ ପାଳନ କରିବାକୁ ମନା କରିଦେଇଥିଲେ। ବିହାର ସରକାରଙ୍କ ନିଷ୍ପତ୍ତିକୁ ହାଇକୋର୍ଟ ବାତିଲ କରିଦେଇଥିଲେ ଯେଉଁଥିରେ ସରକାରୀ ଚାକିରି ଏବଂ ଶିକ୍ଷାନୁଷ୍ଠାନଗୁଡ଼ିକରେ ଆଡମିଶନ ପାଇଁ ପଛୁଆ ଶ୍ରେଣୀର ସଂରକ୍ଷଣ ବୃଦ୍ଧି କରାଯାଇଥିଲା। ସରକାରୀ ଚାକିରି ତଥା ଶିକ୍ଷାନୁଷ୍ଠାନରେ ଆଡମିଶନ ପାଇଁ ପଛୁଆ ବର୍ଗ, ଏସ୍‌ସି ଏବଂ ଏସ୍‌ଟି ସମ୍ପ୍ରଦାୟରୁ ଆସୁଥିବା ଲୋକଙ୍କ ପାଇଁ ବିହାର ସରକାର ସଂରକ୍ଷଣ ସୀମାକୁ ୫୦ ପ୍ରତିଶତରୁ ୬୫ପ୍ରତିଶତକୁ ବୃଦ୍ଧି କରିଥିେଲେ ।ରାଜ୍ଯରେ ସୀମା ଲଙ୍ଘନ କରିଥିଲା ସଂରକ୍ଷଣ।

Leave a Reply

Your email address will not be published. Required fields are marked *