Pratidin TV

Odisha's Digital News Platform

କ୍ଷମା ମାଗିଲେ ନୀତୀଶ କୁମାର,ମହିଳାଙ୍କୁ ନେଇ ଦେଇଥିଲେ ଅପମାନଜନକ ମନ୍ତବ୍ୟ…

ବିଧାନସଭାରେ ଅପମାନଜନକ ମନ୍ତବ୍ୟ ଦେଇ କ୍ଷମା ମାଗିଲେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର । ଗତକାଲି ମଙ୍ଗଳବାର ଅପରାହ୍ନରେ ରାଜ୍ୟସଭାରେ ଜନସଂଖ୍ୟା ନିୟନ୍ତ୍ରଣରେ ମହିଳା ଶିକ୍ଷାର ଭୂମିକାକୁ ନେଇ ଅପମାନଜନକ ମନ୍ତବ୍ୟ ଦେଇଥିଲେ । ତେବେ ନିତିଶ କୁମାର ଦେଇଥିବା ମନ୍ତବ୍ୟରେ ଅପମାନଜନକ ଶବ୍ଦ ବ୍ୟବହାର କରି ବିବାଦ ଭିତରକୁ ଠେଲି ହୋଇଥିଲେ । ପରିଶେଷରେ ନିଜର ଭୁଲ ବୁଝିପାରି କ୍ଷମାପ୍ରାର୍ଥନା କରିଥିଲେ । ସେ କହିଥିଲେ ଯେ “ମୁଁ କ୍ଷମା ମାଗୁଛି ଏବଂ ମୁଁ ମୋର ଶବ୍ଦଗୁଡ଼ିକୁ ଫେରାଇ ନେଉଛି । ଯଦି ମୋର ଶବ୍ଦ ଯୋଗୁଁ କେହି ଆଘାତ ପାଇଛନ୍ତି । ତାହେଲେ ମୁଁ ସେମାନଙ୍କୁ କ୍ଷମା ପ୍ରାର୍ଥନା କରୁଛି ।

ତେବେ ଜନସଂଖ୍ୟା ନିୟନ୍ତ୍ରଣ ନେଇ ମହିଳାଙ୍କ ଶିକ୍ଷା ବାବଦରେ ଅଶାଳୀନ ମନ୍ତବ୍ୟ ଦେଇଥିଲେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର । ବିହାରର ଜନ୍ମହାର ୪.୨ ରୁ କାହିଁକି ୨.୯ ପ୍ରତିଶତକୁ ହ୍ରାସ ପାଇଥିବା ସ୍ପଷ୍ଟୀକରଣ ଦେଇ ନୀତିଶ ଏପରି ବିବାଦୀୟ ମନ୍ତବ୍ୟ ଦେଇଥିଲେ । ମୋର ଶବ୍ଦ କାହାକୁ ଆଘାତ ଦେବା ପାଇଁ ଉଦ୍ଦିଷ୍ଟ ନୁହେଁ । ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ମୁଁ ସର୍ବଦା ଶିକ୍ଷା ବଜାୟ ରଖିଛି । ଏବଂ ମହିଳା ସଶକ୍ତିକରଣ ଏବଂ ମହିଳା ବିକାଶ ପାଇଁ ମଧ୍ୟ ମୁଁ ଛିଡା ହୋଇଛି ବୋଲି କହିଥିଲେ । ସେପଟେ ନିତୀଶ କୁମାରଙ୍କ ଏଭଳି ବୟାନକୁ ନେଇ ବିରୋଧୀ ଏହାକୁ ତୀବ୍ର ସମାଲୋଚନା କରିଥିଲେ । କିଛି ସମୟ ପରେ ସେ ବିଧାନସଭାରେ ଜୋରଦାର ବିରୋଧର ସମ୍ମୁଖୀନ ହୋଇଥିଲେ । ଜାତୀୟ ମହିଳା ଆୟୋଗ ମୁଖ୍ୟ ରେଖା ଶର୍ମା ନୀତୀଶ କୁମାରଙ୍କୁ କ୍ଷମା ମାଗିବାକୁ ଦାବି କରିଥିଲେ । ପରିଶେଷରେ ଚାପର ବଶବର୍ତ୍ତୀ ହୋଇ ନୀତୀଶ କ୍ଷମା ମାଗିଥିଲେ ।

Leave a Reply

Your email address will not be published. Required fields are marked *