Pratidin TV

Odisha's Digital News Platform

କାହିଁକି ଜେପି ନଡ୍ଡାଙ୍କ ସାମ୍ନାରେ ଭୁଲ ମାଗିଲେ ନୀତୀଶ ?

1 min read

ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଆରଜେଡି ମୁଖ୍ୟ ଲାଲୁ ଯାଦବଙ୍କୁ ଭେଟିବା ପାଇଁ ତାଙ୍କ ଘରକୁ ଯାଇଥିଲେ। ଏହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ତେବେ ଏହାରି ମଧ୍ୟରେ  ନୀତୀଶ କୁମାର ଏକ ବଡ଼ ଘୋଷଣା କରିଛନ୍ତି। ସୂଚନାନୁଯାୟୀ ସ୍ବାସ୍ଥ୍ୟମନ୍ତ୍ରୀ ଜେ.ପି ନଡ୍ଡା ବିହାର ଗସ୍ତରେ ଯାଇ  ପାଟନାରେ ଇନ୍ଦିରା ଗାନ୍ଧୀ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ ଉଦ୍‌ଘାଟନ କରୁଛନ୍ତି। ତେବେ ଯେତେବେଳେ ନୀତୀଶ କୁମାର ଏବଂ ଲାଲୁ ଯାଦବଙ୍କ ଭିଡିଓ ସାମ୍ନାକୁ ଆସିଛି ସେତେବେଳେ ବିହାର ରାଜନୀତିରେ ପୁଣି ଥରେ ହଲଚଲ ଦେଖିବାକୁ ମିଳିଛି। ଲୋକମାନେ ଏହି ଭିଡିଓକୁ ନେଇ ବିଭିନ୍ନ କଳ୍ପନାଜଳ୍ପନା କରିଥିଲେ ।

ଏହି ଭିଡିଓଟି ଦୁଇ ବର୍ଷ ପୁରୁଣା। ଯେତେବେଳେ ନୀତୀଶ କୁମାର ଆରଜେଡି ସହଯୋଗରେ ସରକାର ଚଳାଉଥିଲେ ସେ ତାଙ୍କୁ ଭେଟିବା ପାଇଁ ଲାଲୁଙ୍କୁ ବାସଭବନରେ ପହଞ୍ଚିଥିଲେ। ଏହି ଭିଡିଓ ସାମ୍ନାକୁ ଆସିବା ପରେ ନୀତୀଶ କୁମାର ସ୍ବାସ୍ଥ୍ୟମନ୍ତ୍ରୀ ଜେପି ନାଡାଙ୍କ ସାମ୍ନାରେ ଏକ ବଡ଼ ଘୋଷଣା କରିଛନ୍ତି।

ନୀତୀଶ କୁମାର ଲାଲୁ ଯାଦବଙ୍କୁ ଟାର୍ଗେଟ କରି କହିଛନ୍ତି ଯେ, ପୂର୍ବରୁ ସେ କଣ କରିଥିଲେ, କଣ ନ କରୁଥିଲେ ଏହାକୁ ଗଣମାଧ୍ୟମରେ ଖୁବ୍‌ ପ୍ରଚାର କରାଯାଉଛି । ପାଟନା ହେଉ କି ଦିଲ୍ଲୀର ଖବରକାଗଜରେ ବ୍ୟାପକ ଭାବରେ ଛପା ଯାଉଥିଲା । ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନାଡାଙ୍କ ସାମ୍ନାରେ ନୀତୀଶ କୁମାର କହିଛନ୍ତି ଯେ, ସେ ଆଉ ଏପାଖ ସେପାଖ କରିବେ ନାହିଁ। ଭୁଲରେ ସେ ଦୁଇଥର ପଳାଇଥିଲେ। ବର୍ତ୍ତମାନ ଯିବେ ନାହିଁ। ସେ ଦୁଇଥର RJD ସହିତ ମିଶି  ସହିତ ଭୁଲ କରିଛନ୍ତି।

Leave a Reply

Your email address will not be published. Required fields are marked *