ଇସ୍ତଫା ଦେଲେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର , ରାଜ୍ୟପାଳଙ୍କୁ ଭେଟି ଦେଲେ ଇସ୍ତଫା ପତ୍ର ….
1 min readସରଗରମ ବିହାର ରାଜନୀତି । ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ନୀତିଶ କୁମାର । ରାଜ୍ୟପାଳଙ୍କୁ ଭେଟି ଇସ୍ତଫା ପତ୍ର ଦେଇଛନ୍ତି ନୀତିଶ କୁମାର । ବିଜେପି ସମର୍ଥନରେ ପୁଣି ଥରେ ସରକାର ଗଢିବେ ନୀତିଶ କୁମାର । ସୂନାଯୋଗ୍ୟ, ବିହାରରେ ରାଜନୈତିକ ବାଦବିବାଦ ଚାଲିଥିବା ବେଳେ ଆଜି ବିଧାୟକମାନଙ୍କ ବୈଠକରେ ନୀତୀଶ କୁମାର କହିଥିଲେ ଯେ, ଇସ୍ତଫା ଦେବା ପାଇଁ ସେ ଖୁବ୍ ଶୀଘ୍ର ରାଜ୍ୟପାଳଙ୍କ ନିକଟକୁ ଯିବେ । ଯେକୌଣସି ନିଷ୍ପତ୍ତି ନେବା ଲାଗି ‘ଜେଡି(ୟୁ)’ ନେତାମାନେ ମୁଖ୍ୟମନ୍ତ୍ରୀ ତଥା ଦଳର ଅଧ୍ୟକ୍ଷ ନୀତୀଶ କୁମାରଙ୍କୁ ପୂର୍ଣ୍ଣ କ୍ଷମତା ପ୍ରଦାନ କରିଥିଲେ ।
ଏହାପରେ ନୀତିଶ କୁମାର ବିହାର ରାଜଭବନକୁ ଯାଇ ରାଜ୍ୟପାଳଙ୍କୁ ଇସ୍ତଫାପତ୍ର ପ୍ରଦାନ କରିଥିଲେ । ରାଜ୍ୟପାଳ ମଧ୍ୟ ତାଙ୍କ ଇସ୍ତଫାପତ୍ର ଗ୍ରହଣ କରିଛନ୍ତି । ନୀତୀଶ କୁମାରଙ୍କ ସହିତ ମନ୍ତ୍ରୀ ବିଜେନ୍ଦ୍ର ଯାଦବ ଓ ସଞ୍ଜୟ ଝା’ ମଧ୍ୟ ଯାଇଥିଲେ । ତେବେ ଆଜି ଅପରାହ୍ଣ ୧ଟାରେ ‘ଏନ୍ଡିଏ’ର ଏକ ବୈଠକ ବସିବ ଓ ତା’ପରେ ‘ଏନ୍ଡିଏ’ ମେଣ୍ଟର ବିଧାୟକ ଦଳ ନେତା ନିର୍ବାଚନ କରାଯିବ । ଏହାପରେ ଅପରାହ୍ଣ ୪ଟା ବେଳେ ନବମଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନୀତୀଶ କୁମାର ।