Pratidin TV

Odisha's Digital News Platform

ଫ୍ଲୋର ଟେଷ୍ଟରେ ପାସ୍ ନୀତିଶ କୁମାର , ୧୨୯ ଖଣ୍ଡ ଭୋଟରେ ହେଲେ ବିଜୟ..

ପୁଣି ଥରେ ସରକାର ଗଢିବେ ନୀତିଶ କୁମାର । କାରଣ ଆସ୍ଥା ଭୋଟରେ ପାସ୍ ନୀତିଶ କୁମାର । ନୀତିଶଙ୍କ ସପକ୍ଷରେ ୧୨୯ ଖଣ୍ଡ ଭୋଟ ପଡିଥିବାବେଳେ ବିପକ୍ଷରେ କୌଣସି ଭୋଟ ମିଳିନି । ବିପକ୍ଷରେ କୌଣସି ଭୋଟ ନପଡିବାର କାରଣ ହେଉଛି ବିରୋଧୀମାନେ ଗୃହରୁ ୱାକ ଆଉଟ୍ କରିଥିଲେ । ଆସ୍ଥା ଭୋଟ୍ ପୂର୍ବରୁ ମଧ୍ୟ ବିହାର ରାଜନୀତିରେ ଅସ୍ଥିରତା ଦେଖିବାକୁ ମିଳିଥିଲା ।

ଯେଉଁଠାରେ ତିନିଜଣ ଆରଜେଡି ବିଧାୟକ କ୍ୟାମ୍ପ ବଦଳାଇ ଶାସକ ଦଳରେ ଯୋଗ ଦେଇଥିଲେ । ସେହିପରି ତିନିଜଣ ଭାଜପା ବିଧାୟକ ବିଧାନସଭାରେ ପହଞ୍ଚି ନଥିବା ବେଳେ ତିନିଜଣ ଜେଡିୟୁ ବିଧାୟକ ମଧ୍ୟ ବିଧାନସଭାରେ ପହଞ୍ଚି ନଥିଲେ । ତେବେ ୨.୩୦ ସୁଦ୍ଧା ସମସ୍ତ ବିଧାୟକ ଗୃହରେ ପହଞ୍ଚି ସାରିଥିଲେ କେବଳ ଦିଲ୍ଲୀପ ରାୟଙ୍କୁ ଛାଡି । ତେବେ ବିହାରରେ ପୁଣି ଥରେ ଚାଲିବ ଏନଡିଏର ରାଜ୍ ।

Leave a Reply

Your email address will not be published. Required fields are marked *