Pratidin TV

Odisha's Digital News Platform

ପାକିସ୍ତାନୀଙ୍କ ମେନ୍ୟୁରେ ନାହିଁ ବିଫ୍‌,ଅସନ୍ତୁଷ୍ଟ ହେଲେ ଖେଳାଳୀ!

1 min read

ନୂଆଦିଲ୍ଲୀ : ଭାରତ ଆସି ସନ୍ତୁଷ୍ଟ ନାହାନ୍ତି ପାକିସ୍ତାନ ଖେଳାଳି । ଆଇସିସି କ୍ରିକେଟ ବିଶ୍ୱକପ ୨୦୨୩ ପାଇଁ ଭାରତ ଆସି ପହଞ୍ଚି ସାରିଛନ୍ତି ପାକିସ୍ତାନ ଖେଳାଳି । ୨ଦିନ ତଳେ ହାଇଦ୍ରାବାଦରେ ବଡ ଧୁମଧାମରେ ପାକିସ୍ତାନ କ୍ରିକେଟ ଟିମକୁ ସ୍ୱାଗତ କରାଯାଇଥିଲା ।ହେଲେ ଏବେ ଶୁଣିବାକୁ ମିଳୁଛି ଭାରତୀୟ ଖାଦ୍ୟକୁ ନେଇ ଖୁସି ନାହିଁ ଟିମ । କାରଣ ତାଙ୍କୁ ପରସା ଯାଉଥିବା ଖାଦ୍ୟ ତାଙ୍କ ମନ ପସନ୍ଦର ନୁହେଁ । ତେବେ ପାକିସ୍ତାନୀ ଖେଳାଳିଙ୍କୁ ହାଇଦ୍ରାବାଦ ଚିକେନ ବିରିୟାନୀ ଓ ମଟନ ବିରିୟାନୀ ପରସା ଯାଇଛି । କିନ୍ତୁ ପାକିସ୍ତାନୀଙ୍କୁ ଗୋମାଂସ ଖାଇବା ନେଇ ଡିମାଣ୍ଡ ରହିଥିବା ବେଳେ ଭାରତରେ ଏହାକୁ ପରସା ଯାଉନି । ଯାହା ପାଇଁ ରାଗି ଯାଇଛନ୍ତି ପାକିସ୍ତାନୀ ।ତେବେ କେବଳ ପାକିସ୍ତାନ ନୁହେଁ ବିଶ୍ୱକପ ଖେଳିବାକୁ ଭାରତ ଆସିଥିବା ଅନ୍ୟ ସମସ୍ତ ଦଳଙ୍କୁ ମଧ୍ୟ ଗୋ ମାଂସ ବା ବିଫ ଖାଇବାକୁ ଦିଆଯାଉ ନାହିଁ ।

ଭାରତରେ ବିଫକୁ ନେଇ ମଧ୍ୟ ବିବାଦ ଲାଗି ରହିଛି । ଏଠାରେ ଗୋମାତାକୁ ପୂଜା କରାଯାଉଥିବା ବେଳେ ଏମାନଙ୍କ ହତ୍ୟା କରି ତାର ଖାଦ୍ୟ ପ୍ରସ୍ତୁତ କରି ଦେବା ଉପରେ ବାରଣ ରହିଛି । ଏସବୁକୁ ଦୃଷ୍ଟିରେ ରଖି ବିସିସିଆଇ ଗୋମାଂସକୁ ଖାଦ୍ୟ ତାଲିକାରେ ସାମିଲ କରି ନାହିଁ । ପାକିସ୍ତାନ ଦଳକୁ ନିଜର ଡେଲି ପ୍ରୋଟିନ ସେବନ ପାଇଁ ଚିକେନ ମଟନ ଓ ମାଛ ପରସା ଯିବ । ଏହା ବାଦ ଖାଦ୍ୟ ତାଲିକାରେ ଅନେକ ଆଇଟମ ମଧ୍ୟ ରହିଛି । ତେବେ ଶୁଣିବାକୁ ମୁଳିଛି ଭାରତରେ ପରସା ଯାଉଥିବା ଖାଦ୍ୟରେ ଖୁସି ନାହାନ୍ତି ପାକିସ୍ତାନର ଅଧିନାୟକ ବାବର ଆଜମ । ବିଫ ମିଳୁ ନଥିବାରୁ ସେ ଅସନ୍ତୁଷ୍ଟ ଅଛନ୍ତି ।ତେବେ ଏହା କେତେ ଦୂର ସତ ତାହା ଜଣା ପଡି ନାହିଁ ।

Advertisement

Leave a Reply

Your email address will not be published. Required fields are marked *