‘ଓଡ଼ିଶାକୁ ନାହିଁ ବାତ୍ୟା ଭୟ, ହେଲେ ୨୫ ରୁ ବର୍ଷିବ
1 min readଓଡିଶାକୁ ନାହିଁ ବାତ୍ୟା ଭୟ ।ଓଡ଼ିଶାକୁ ନାହିଁ ବାତ୍ୟା ଭୟ । ୨୬ ତାରିଖ ବେଳକୁ ବର୍ଷା ସମ୍ଭାବନା ।ହେଲେ ଓଡ଼ିଶା ଉପରେ କୌଣସି ବାତ୍ୟା ଭୟ ନାହିଁ ।ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟାର ପ୍ରଭାବ ଓଡ଼ିଶା ଉପରେ ପଡିବ ନାହିଁ । ତେଣୁ ଚାଷୀଙ୍କୁ ବ୍ୟସ୍ତ ନ ହେବା ପାଇଁ ପରାମର୍ଶ ଦେଇଛି ପାଣିପାଗ ବିଭାଗ ।ସେହିପରି ଆସନ୍ତା ୨୬ ତାରିଖରୁ ରାଜ୍ୟରେ ପାଗ ପରିବର୍ତ୍ତନ ହେବା ସହ ୨୬ରୁ ୨୮ ତାରିଖ ଟ୍ରପ୍ ଲାଇନ୍ ପ୍ରଭାବରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ଏବଂ ତାପମାତ୍ରା କମିବା ସହ ଶୀତ ବଢିବା ନେଇ ପୂର୍ବାନୁମାନ କରାଯାଇଛି ।ସୂଚନାଥାଉ ଯେ, ଦକ୍ଷିଣ ବଙ୍ଗୋପସାଗରରେ ସକ୍ରିୟ ଘୂର୍ଣ୍ଣିବଳୟ ଘନୀଭୂତ ହେବା ପାଇଁ ସଂଗଠିତ ହେଉଛି ।
ଆଜି ଘୂର୍ଣ୍ଣିବଳୟ ପ୍ରଭାବରେ ଘୂର୍ଣ୍ଣାୟମାନ ପବନର ବେଗ ବୃଦ୍ଧି ସହ ବାଦଲ ଆଚ୍ଛାଦାନରେ ମଧ୍ୟ ବୃଦ୍ଧି ଘଟିଛି ।ସକ୍ରିୟ ଘୂର୍ଣ୍ଣିବଳୟ ପଶ୍ଚିମ ଉତ୍ତର ପଶ୍ଚିମ ରେ ଗତି କରି ଆସନ୍ତାକାଲି ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ପରେ ସେହି ସମାନ ଦିଗ ଅର୍ଥାତ୍ ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରି ୨୫ ବେଳକୁ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଘନୀଭୂତ ହୋଇ ଅବପାତ ରେ ପରିଣତ ହେବ ବୋଲି ଆକଳନ କରାଯାଇଛି ।