Pratidin TV

Odisha's Digital News Platform

ଏଥର ଦୁର୍ଗାପୂଜାରେ ଡିଜେ-ମଦ -ପ୍ଲାଷ୍ଟିକକୁ ନା …

1 min read

ଏଥର ଦୁର୍ଗାପୂଜା ହେବ ଡିଜେ –ମଦ-ପ୍ଲାଷ୍ଟିକ ମୁକ୍ତ । ଦୁର୍ଗାପୂଜାରେ ବିସର୍ଜନ ସମୟରେ କୌଣସି ଡିଜେ ସଙ୍ଗୀତ ବଜାଯିବ ନାହିଁ ବୋଲି ଟ୍ୱିନ୍ ସିଟି ପୋଲିସ କମିଶନର ସଞ୍ଜୀବ ପଣ୍ଡା ମଙ୍ଗଳବାର ସୂଚନା ଦେଇଛନ୍ତି।ଏପରିକି ଚଳିତ ଦୁର୍ଗାପୂଜା ଆଲକହଲ ଓ ପ୍ଲାଷ୍ଟିକ ମୁକ୍ତ ମଧ୍ୟ ହେବ। ଏକ ପ୍ରସ୍ତୁତି ବୈଠକରେ ସମସ୍ତ ଷ୍ଟକ୍ ହୋଲ୍ଡର୍ସଙ୍କ ସହ ବିଚାର ବିମର୍ଶ କରି ଏହି ନିଷ୍ପତ୍ତି ନିଆଯାଇଛି।

ଏହା ବ୍ୟତୀତ ପୂଜା ପେଣ୍ଡାଲରେ ମ୍ୟୁଜିକାଲ୍ ମେଲୋଡି କାର୍ଯ୍ୟକ୍ରମ ପାଇଁ ରାତି ୧୦ଟା ପର୍ଯ୍ୟନ୍ତ ଅନୁମତି ଦିଆଯିବ। ପୂଜା କମିଟିଗୁଡିକୁ ‘ରାବଣ ପୋଡି’ ସମୟରେ ଉଚ୍ଚ ଶବ୍ଦର ବାଣ ବ୍ୟବହାର ନକରିବାକୁ କୁହାଯାଇଛି।

Advertisement

ମୂର୍ତ୍ତି ତିଆରି ସମୟରେ ସେମାନେ ପ୍ଲାଷ୍ଟିକ ଏବଂ ରାସାୟନିକ ପଦାର୍ଥ ନ ବ୍ୟବହାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି।ପୂଜା ସମୟରେ ବେଆଇନ ମଦ ବିକ୍ରିକୁ ରୋକିବା ପାଇଁ ଅବକାରୀ ବିଭାଗ ମଧ୍ୟ କଡା ନଜର ରଖିବ ।

Leave a Reply

Your email address will not be published. Required fields are marked *