Pratidin TV

Odisha's Digital News Platform

ନାହିଁ ପାଦ , ପ୍ଲାଷ୍ଟିକ୍ ବୋଟଲ ଓ ଟାୟାରରେ ବନାଇଛନ୍ତି କୃତିମ ଗୋଡ…

1 min read

ପରଜଙ୍ଗ: ଜୀବନର ଅନ୍ଧାରରେ ବାଟବଣା ସବୁ ସ୍ୱପ୍ନ । ଡିବିରୀ ନିଆଁ ଅନ୍ଧକାର କରିଦେଇଛି ସବୁ ସ୍ବପ୍ନ । ପରିବାର ଉପରେ ବୋଝ ହବା ପାଇଁ ଚାହୁଁ ନାହାନ୍ତି ସେଥି ପାଇଁ ତ ଗୋଡ ନଥାଇ ବି ଭାଙ୍ଗିନି ମନର ବଳ । ଗୋଟାଏ ଲକ୍ଷ ପାଠ ପଢିବି । ଦିବ୍ୟାଙ୍ଗ ପାଇଁ ସରକାର ମାଳ ମାଳ ଯୋଜନା କରୁଥିଲେ କିନ୍ତୁ ଏହି ଦିବ୍ୟାଙ୍ଗଙ୍କ ପାଇଁ ତାହା ସାତ ସପନ ପାଲଟିଛି । ପ୍ରକୃତ ଦିବ୍ୟାଙ୍ଗ ପାଖରେ ତାହା ପହଞ୍ଚି ପାରୁନି । ଦିବ୍ୟାଙ୍ଗ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ସ୍କୁଲ ଯାଇ ପାଠ ପଢିବା ପାଇଁ ଟ୍ରାଇ ସାଇକେଲ ହେଉ ବା କୃତ୍ରିମ ଅଙ୍ଗ ଲଗାଇ ବାର ବ୍ୟବସ୍ଥା ମଧ୍ୟ ରହିଛି । ଆଜି ଆମେ ଯାହାଙ୍କ କଥା କହୁଛି ସେ ଜଣେ ଆଦିବାସୀ ଛାତ୍ର ପିଲା ବେଳୁ ଦୁଇଟା ଯାକ ଗୋଡ ହରାଇବା ପରେ ପ୍ରତ୍ୟକ ଦିନ ଜୀବନ ସହ କରୁଛନ୍ତି ସଂଘର୍ଷ ।

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଆଖୁଆପାଳ ଗ୍ରାମ ପଞ୍ଚାୟତ ଦୁମହାଣୀ ଅନ୍ତର୍ଗତ ଭେରୁବଣିଆ ଗ୍ରାମର ସ୍ବର୍ଗତ ଶିବ ଚାତରା ଙ୍କ ପୁତ୍ର ମଧୁ ଚାତରା ବୟସ ମାତ୍ର ୧୩ ବର୍ଷ । ପିଲାଟି ଦିନରୁ ଅଗ୍ନି କାଣ୍ଡରେ ଦୁଇଟି ଯାକ ଗୋଡ ହରାଇଛନ୍ତି । ମା ଦଲସରି ଚାତରା ଙ୍କ କହିବା ଅନୁଯାୟୀ ମଧୁ ଜନ୍ମର ୨୧ ଦିନ ଦିନ ହରାଇଥିଲା ନିଜ ଗୋଡ । ସେ ଜନ୍ମରୁ ଦିବ୍ୟଙ୍ଗ ନଥିଲା । ଛୋଟବେଳେ ମା ତାଙ୍କୁ ତଳେ ଶୋଇଦେଇ ପାଖରେ ଡିବିରୀ ଶିଖା ଲଗାଇ ଦେଇ କାମ କରୁଥିଲେ । କିନ୍ତୁ ଭାଗ୍ୟର ବିଡମ୍ବନା କିଛି ଅଲଗା ଥିଲା ମଧୁଙ୍କ ପାଇଁ । ଆଉ ସବୁଦିନ ପାଇଁ ବଦଳିଯାଇଥିଲା ମଧୁଙ୍କ ଜୀବନ । ଡିବିରୀ ମଧୁଙ୍କ ଗୋଡରେ ପଡିବାରୁ ଗୋଡ ସମ୍ପୂର୍ଣ୍ଣ ପୋଡିଯାଇଥିଲା ।

Advertisement

ପିଲ।ଦିନରୁ ବାପା ମା ତାଙ୍କୁ ସମ୍ଭଳି ଆସୁଥିଲେ । କିନ୍ତୁ ପୁଣି ଭାଗ୍ୟ ସାଜିଲା ଦାଉ । ଆଉ ବାପା ବି ହାତଛାଡି ସବୁଦିନ ପାଇ ଆରପାରିକୁ ଚାଲିଗଲେ । ସେବେଠୁ ମଧୁ ନିଜ ଗୋଡରେ ଠିଆ ହେବାକୁ ଉଦ୍ୟାମ ଚଳାଇଲେ । ନଜସ୍ୱ ବୁଦ୍ଧିରେ ମଧୁ ପ୍ଲାଷ୍ଟିକ ବୋଟଲ ଓ ଟାୟାର ମାଧ୍ୟମରେ କୃତ୍ରିମ ଗୁଡ ତିଆରି କରି ଚାଲୁଛନ୍ତି । ବାପା ଆର ପାରିକୁ ଚାଲିଯିବା ପରେ ମା ଜଣେ ଦିନ ମଜୁରିଆ ମୂଲ ଲାଗି ଯାହା ଦୁଇ ପଇସା ଆଣିଲେ ଘର ଚଳେ । ସବୁ ଦିନ କାମ ମିଳିବା ତା ପୁଣି ଅସମ୍ଭବ ଅଭାବୀ ପରିବାର ହୋଇଥିବାରୁ ମଧୁ ର ଉତ୍ତମ ଚିକିତ୍ସା ମଧ୍ୟ କରିପାରୁନାହାନ୍ତି ଅସହାୟ ବିଧବା ମା । ସରକାରୀ ସହାଯ୍ୟ କହିଲେ ମଧୁ ଙ୍କୁ ଦିବ୍ୟାଙ୍ଗ ଭତ୍ତା ବାବଦକୁ ପାଞ୍ଚ ସହ ଟଙ୍କା ଏବଂ ମା କୁ ମିଳୁଛି ବିଧବା ଭତ୍ତା ସାଙ୍ଗକୁ ରାସନ କାର୍ଡ ରେ ଚାଉଳ । ଏତିକିରେ କଷ୍ଟ ମଷ୍ଟେ ଭାଗ୍ୟକୁ ଆଦରି ବଂଞ୍ଚିବା କଥା ମଧୁ ଙ୍କ ଚିକିତ୍ସା ପଚାରେ କିଏ । ଏ ନେଇ ମଧୁ ଙ୍କୁ ସରକାର ଙ୍କ ତରଫରୁ ରୁ ନିତ୍ୟାନ୍ତ କୃତ୍ରିମ ଗୋଡ ଯୋଗାଇ ଦେବାକୁ ନିବେଦନ କରିଛନ୍ତି । ଖାଲି ଦେଖିବାକୁ ବାକି ରହିଲା ମଧୁ ଙ୍କୁ କେବେ ମିଳୁଛି ସରକାରୀ ସହାୟତା ।

Leave a Reply

Your email address will not be published. Required fields are marked *