ଚାଳକ ବିନା ହେଲମେଟ୍ ରେ ଥିଲେ ଲିଭିବନି ରେଡ୍ ଲାଇଟ, ଆଗକୁ ଯିବାକୁ ମିଳିବନି ସିଗନାଲ୍…
1 min read
ରାସ୍ତାରେ ଗାଡି ଚଳାଉଥିବା ବେଳେ ନିୟମ ମାନୁ ନାହାଁନ୍ତ କିଛି ଅମାନିଆ ଗାଡି ଚାଳକ । ଯାହାଫଳରେ ପ୍ରତିଦିନ ସଡକ ଦୁର୍ଘଟଣାରେ ପ୍ରାଣ ହରାଉଛନ୍ତି ଅନେକ ଲୋକ । ସରକାରୀ ଆକଳନ ଅନୁଯାୟୀ ଭାରତରେ ପ୍ରତିବର୍ଷ ସଡକ ଦୁର୍ଘଟଣାରେ ୧୫ ଲକ୍ଷ ଲୋକଙ୍କର ମୃତ୍ୟୁ ହୋଇଥାଏ । ଆଉ ସମୟକ୍ରମେ ଲୋକମାନେ ଟ୍ରାଫିକ୍ ନିୟମ ବିଷୟରେ ସଚେତନ ହୋଇଥାନ୍ତି । କିନ୍ତୁ ଏପରି କିଛି ଲୋକ ଅଛନ୍ତି ଯେଉଁମାନଙ୍କୁ ବାରମ୍ବାର ସଚେତନ କରାଗଲେ ମଧ୍ୟ ସେମାନେ ନିୟମ ମାନନ୍ତି ନାହିଁ । ଦ୍ରୁତ ବେଗରେ ଗାଡି ଚଳାଇବା ସହ ବିନା ହେଲମେଟରେ ଯାତ୍ରା କରିଥାନ୍ତି । ଆଉ ଏଭଳି ପରିସ୍ଥିତିରେ ପ୍ରଶାସନ ପକ୍ଷରୁ କଡା ପଦକ୍ଷେପ ନିଆଯାଇଥାଏ । ଯାହାଦ୍ୱାରା ଲୋକମାନେ ହେଲମେଟ ପିନ୍ଧିବାକୁ ବାଧ୍ୟ ହୋଇଛନ୍ତି । ଏ ତେବେ ଏହି ସମୟରେ, ସୋସିଆଲ ମିଡିଆରେ ଏଭଳି ଟ୍ରାଫିକ ସଙ୍କେତର ଏକ ଭିଡିଓ ଭାଇରାଲ ହୋଇଛି, ଯାହାକୁ ଦେଖି ଲୋକମାନେ କହିଛନ୍ତି ଏପରି ନିୟମ ହେବା ଉଚିତ ବୋଲି ।
ତେବେ ଭାଇରାଲ୍ ହୋଇଥିବା କ୍ଲିପ୍ ରେ ଏକ ଅନନ୍ୟ ଟ୍ରାଫିକ୍ ସିଗ୍ନାଲ୍ ଦେଖିବାକୁ ମିଳୁଛି । ଏହାର ବିଶେଷତ୍ୱ ହେଉଛି ଯେ ପର୍ଯ୍ୟନ୍ତ ରାସ୍ତାରେ ଠିଆ ହୋଇଥିବା ବାଇକ ଚାଳକ ବିନା ହେଲମେଟ ରେ ରହିଥାନ୍ତି ସେ ପର୍ଯ୍ୟନ୍ତ ଟ୍ରାଫିକ୍ ଲାଇଟ୍ ଲାଲ୍ ରହିଥାଏ । ଭିଡିଓରେ ଏହା ଦେଖିବାକୁ ମିଳେ ଯେ ସିଗନାଲରେ ଏକ ବଡ ଏଲଇଡି ସ୍କ୍ରିନ ଇନଷ୍ଟଲ୍ ହୋଇଛି, ଯେଉଁଥିରେ ବିନା ହେଲମେଟରେ ଥିବା ବାଇକ ଚାଳକଙ୍କ ଚେହେରା ଦେଖାଯାଏ । ଆଉ ଏହାକୁ ଦେଖି ସେମାନେ ଜାଣିପାରିବେ ଯେ ସେମାନଙ୍କ ଯୋଗୁଁ ହିଁ ସଙ୍କେତ ସବୁଜ ନୁହେଁ ବୋଲି । ଏହାଦ୍ୱାରା ଚାଳକ ଜଣକ ପରଦାକୁ ଦେଖିବା ମାତ୍ରେ ସେ ଲଜ୍ଜାରୁ ତୁରନ୍ତ ହେଲମେଟ ପିନ୍ଧନ୍ତି । ଏହି ଭିଡିଓ ସୋସିଆଲ ମିଡିଆ ସାଇଡରେ ଅପେଲାଡ ହେବା ସହ ଏହାର କ୍ୟାପସନରେ ଲୋଖାଯାଇଛି ଯେ ହେଲମେଟ ନାହିଁ, ସବୁଜ ସଙ୍କେତ ନାହିଁ । ଆଉ ଏହାର କମେଣ୍ଟ ରେ ଜଣେ ୟୁଜରର୍ସ ଲେଖିଛନ୍ତି ଏପରି ନିୟମ ନିଶ୍ଚିତ ଭାବରେ ହେବା ଉଚିତ୍ ବୋଲି ।