Pratidin TV

Odisha's Digital News Platform

ରେଳ ବିଭାଗର ବଡ ନିଷ୍ପତ୍ତି , ବନ୍ଦେ ଭାରତରେ ମିଳିବ ନାହିଁ ପାଣି !

1 min read

ଭାରତୀୟ ରେଳ ବିଭାଗକୁ ନେଇ ଆସିଛି ଏକ ବଡ ଖବର । ଏବେ ରେଳ ବିଭାଗ ନେଇଛି ଏକ ଗୁରୁତ୍ୱପୂର୍ଣ୍ଣ ନିସ୍ପତି । ବନ୍ଦେ ଭାରତ, ରାଜଧାନୀ, ଶତାବ୍ଦୀ ଭଳି ପ୍ରିମିୟମ ଟ୍ରେନ୍‌ରେ ଯାତ୍ରା କରିବା ବେଳେ ବିଭାଗ ପକ୍ଷରୁ ୧ ଲିଟର ପାଣି ବୋତଲ ଦିଆଯାଇଥାଏ । ହେଲେ ଏବେ ବନ୍ଦେ ଭାରତ ଏବଂ ଶତାବ୍ଦୀ ଟ୍ରେନ୍‌ରେ ଯାତ୍ରୀଙ୍କୁ ଆଉ ମିଳିବନି ପାଣି ବୋତଲ । ଏହା ବଦଳରେ ଯାତ୍ରୀଙ୍କୁ ୫୦୦ ମିଲିଲିଟର ପାଣି ବୋତଲ ମିଳିବ । ରେଳ ବିଭାଗ ପକ୍ଷରୁ ଜଳ ସଂରକ୍ଷଣ, ବନରୋପଣ ଏବଂ ପାଣି ପୁନର୍ବ୍ୟବହାର ଲାଗି ଥିବା ବିଭିନ୍ନ ନିୟମ ଅନୁଯାୟୀ ଏହି ବଡ଼ ନିଷ୍ପତ୍ତି ନିଆଯାଇଛି ।

ଉତ୍ତର ରେଳବିଭାଗର ମୁଖ୍ୟ ପିଆର୍ ଅଫିସର ଦୀପକ କୁମାର କହିଛନ୍ତି, ଏହି ନିଷ୍ପତ୍ତି ବୋତଲ ବନ୍ଦ ପାଣିର ଅନାବଶ୍ୟକ ବ୍ୟବହାରକୁ କମ୍ କରିବା ଉଦ୍ଦେଶ୍ୟରେ ନିଆଯାଇଛି । ଏଥିସହ ୫୦୦ ମିଲି ପାଣି ବୋତଲ ପ୍ରଦାନ କରି ରେଳ ବିଭାଗ, ବନ୍ଦେ ଭାରତ ଭଳି କମ୍ ଦୂରତା ଯାତ୍ରା କରୁଥିବା ଟ୍ରେନ୍‌ଗୁଡ଼ିକରେ ପାଣିର ବ୍ୟବହାର ସହ ସାମଞ୍ଜସ୍ୟ ରଖିହେବ । ଅନ୍ୟପକ୍ଷେ ରାଜଧାନୀ ଏକ୍ସପ୍ରେସ ଭଳି ପ୍ରିମିୟମ ଟ୍ରେନ୍‌ରେ ୧ ଲିଟ୍‌ର ପାଣି ବୋତଲ ଯାତ୍ରୀଙ୍କୁ ମିଳିବ । ବନ୍ଦେ ଭାରତ ପୂର୍ବରୁ ଶତାବ୍ଦୀ ଏକ୍ସପ୍ରେସରେ ୫୦୦ ମିଲି ପାଣି ବୋତଲ ଦିଆଯାଇଥିଲା । ୮.୫ ଘଣ୍ଟାରୁ କମ୍ କମ୍ ସମୟ ଯାତ୍ରୀଙ୍କୁ ଏହା ମିଳିବ ।

Advertisement

Leave a Reply

Your email address will not be published. Required fields are marked *