Pratidin TV

Odisha's Digital News Platform

ହେବନି ଆଉ ରେଳ ଦୁର୍ଘଟଣା, ଟ୍ରେନକୁ ସୁରକ୍ଷା ଦେବା ପାଇଁ ଆସିଲା ‘କବଚ’..

1 min read

ଏଣିକି ଟ୍ରେନ୍‌କୁ ସୁରକ୍ଷା ଦେବ ‘କବଚ’ । ସ୍ୱଦେଶୀ ଜ୍ଞାନକୌଶଳରେ ବିକଶିତ ନିରାପତ୍ତା ବ୍ୟବସ୍ଥା କବଚ ସାରା ଦେଶର ୧୪୬୫ କିମି ରୁଟ ଓ ୧୩୯ ଟ୍ରେନରେ କାର୍ଯ୍ୟକାରୀ କରାଯାଇଛି । ଲିଙ୍ଗାମାପାଲି-ଭିକାରାବାଦ- ୱାଡି ଏବଂ ବିକାରାବାଦ-ବିଦାର ସେକ୍ସନର ୨୬୫ କିମି, ମନମାଦ-ମୁଦଖେଦ- ଧୋନେ- ଗୁଣ୍ଟକାଲ ସେକ୍ସନର ୯୫୯ କିମି ଓ ବିଦାର-ପରଭାନି ସେକ୍ସନର ୨୪୧ କିମିରେ ଲାଗୁ କରାଯାଇଛି ।
ଜାଣନ୍ତୁ ଏହି କବଚ ସିଷ୍ଟମ କଣ ? କେମିତି ଏଡାଇବ ଟ୍ରେନ ଦୁର୍ଘଟଣା ..
କବଚ ହେଉଛି ଭାରତୀୟ ରେଳର ସ୍ୱୟଂଚାଳିତ ସୁରକ୍ଷା ବ୍ୟବସ୍ଥା ।ଯାହା ମାଧ୍ୟମରେ ରେଳବାଇ ଛୋଟ ବଡ ଟ୍ରେନ୍ ଦୁର୍ଘଟଣାକୁ ରୋକିପାରିବ । କବଚ ହେଉଛି ଏକ ସିଷ୍ଟମ୍ । ଯାହା ପ୍ରତ୍ୟେକ ଷ୍ଟେସନରେ ଏକ କିଲୋମିଟର ଦୂରତାରେ ଇନଷ୍ଟଲ୍ କରାଯାଇଥାଏ । ଏହା ସହିତ ଟ୍ରେନ୍‌, ରେଳଟ୍ରାକ୍ ଏବଂ ରେଳ ସିଗନାଲ୍ ସିଷ୍ଟମରେ ମଧ୍ୟ ଇନଷ୍ଟଲ୍ କରାଯାଇଥାଏ । ଅଲ୍ଟ୍ରା ହାଇ ରେଡିଓ ଫ୍ରିକ୍ୱେନ୍ସି ମାଧ୍ୟମରେ ଏହାର ସମ୍ପୂର୍ଣ୍ଣ ସିଷ୍ଟମ୍ ପରସ୍ପର ସହିତ ଅଲଟ୍ରା ହାଇ ରେଡିଓ ଫ୍ରିକ୍ୱେନ୍ସି ଜରିଆରେ ଯୋଗାଯୋଗ କରିଥାଏ । ଅର୍ଥାତ୍ ଯେତେବେଳେ କୌଣସି କାରଣରୁ ଟ୍ରେନ୍‌ଟି ସଙ୍କେତକୁ ଅତିକ୍ରମ କରିଥାଏ , ସେତେବେଳେ ଏହି କବଚ ସକ୍ରିୟ ହୋଇଯାଏ ।

ଥରେ ଆକ୍ଟିଭ୍ ହୋଇଗଲେ, କବଚ ସିଷ୍ଟମ୍ ଲୋକୋ ପାଇଲଟ୍‌କୁ ସତର୍କ କରାଏ ଏବଂ ତା’ପରେ ଟ୍ରେନର ବ୍ରେକ୍ ନିୟନ୍ତ୍ରଣ କରିବା ଆରମ୍ଭ କରେ । ଏହା ସହିତ, ଯଦି କବଚ ସିଷ୍ଟମ୍ ଜାଣେ ଅନ୍ୟ ଏକ ଟ୍ରେନ୍ ମଧ୍ୟ ସମାନ ଟ୍ରାକରେ ଆସୁଛି, ତେବେ ଏହା ଅନ୍ୟ ଟ୍ରେନ୍ ପାଇଁ ଏକ ଆଲର୍ଟ ପଠାଏ ଏବଂ ଅନ୍ୟ ଟ୍ରେନ୍ ଏକ ନିର୍ଦ୍ଦିଷ୍ଟ ଦୂରତାକୁ ଆସି ନିଜକୁ ଅଟକାଇଥାଏ । ତେବେ ଦିଲ୍ଲୀ-ମୁମ୍ବାଇ ଏବଂ ଦିଲ୍ଲୀ-ହାୱଡା ରୁଟ୍‌ରେ ଏହାର କାର୍ଯ୍ୟକାରୀ ନେଇ ଟେଣ୍ଡର ଜାରି ହୋଇଛି । ଅଟୋମେଟିକ ଟ୍ରେନ ପ୍ରୋଟେକ୍ସନ ସିଷ୍ଟମ ବ୍ୟବସ୍ଥାରେ ଏହାକୁ ବିକଶିତ କରାଯାଇଛି । ଧୀରେ ଧୀରେ ପୁରା ଭାରତରେ ଏହାକୁ କାର୍ଯ୍ୟକାରୀ କରାଯିବ ଯାହାଫଳରେ ବଡ ବଡ ରେଳ ଦୁର୍ଘଟଣାରୁ ଯାତ୍ରୀଙ୍କୁ ସୁରକ୍ଷା ଦିଆଯାଇ ପାରିବ । ଓଡିଶାର ବାହାନାଗାରେ ଘଟିଥିବା ବଡ ରେଳ ଦୁର୍ଘଟଣା ଆଜି ସମସ୍ତଙ୍କ ମନରେ ଭୟ କରି ରଖିଛି ।

Advertisement

Leave a Reply

Your email address will not be published. Required fields are marked *