Pratidin TV

Odisha's Digital News Platform

ଘରେ ନଥିବା ବେଳେ ଗେଟ ତାଲା ଭାଙ୍ଗି ଲୁଟିନେଲେ ଲକ୍ଷାଧିକ ଟଙ୍କା

1 min read

ନିଜ ଗାଁ କୁ କୌଣସି କାମ ପାଇଁ ଯାଇଥିଲେ | ଘରେ ଚୋରୀ ହୋଇଥିବା ନେଇ ଆସିଲା ଫୋନ | ଘରେ ପହଞ୍ଚିବା ପରେ ଦେଖିଥିଲେ ଚୋରି ହୋଇଯାଇଛି ଲକ୍ଷାଧିକ ଟଙ୍କାର ସାମଗ୍ରୀ। ଏପରି ଘଟଣା ଭଦ୍ରକ ଜିଲ୍ଲା ବାସୁଦେବପୁର ଅଞ୍ଚଳର ମିଥୁନ କୁମାର୍ ଦାସଙ୍କ ଘରେ ଘଟିଛି ଲୁଟ | ତେବେ ଚୋରି ହୋଇଥିବା ସାମଗ୍ରୀ ର ମୂଲ୍ୟ ୪ ଲକ୍ଷ୍ୟ ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ମିଥୁନ କହିଛନ୍ତି । ପରେ ପୋଲିସକୁ ଅଭିଯୋଗ ଦେବାପରେ ତଦନ୍ତ ଆରମ୍ଭ ହୋଇଛି |

ତେବେ ସୂଚନା ମୁତାବକ, ଭଦ୍ରକ ଜିଲ୍ଲା ବାସୁଦେବପୁର ଅଞ୍ଚଳର ମିଥୁନ କୁମାର୍ ଦାସ ଦୀର୍ଘଦିନ ହେବ ନିଜ ସ୍ତ୍ରୀ ଙ୍କୁ ନେଇ ମୋଟେଲ ଛକ ରେ ଘରଭଡା ନେଇ ରହି ଆସୁଥିଲେ । ଗତକାଲି କୌଣଷି କାମ ପାଇଁ ହଠାତ୍ ତାଙ୍କ ଘରୁ ଫୋନ୍ ଆସିଥିଲା। ଫୋନ୍ ଆସିବାରୁ ମିଥୁନ ଓ ତାଙ୍କ ସ୍ତ୍ରୀ ଘରେ ତାଲା ପକାଇ ନିଜ ଘର ବାସୁଦେବପୁର କୁ ଯାଇଥଲେ। ତେବେ ଆଜି ସକାଳୁ କିଛି ପଡ଼ୋଶୀ ମିଥୁନଙ୍କୁ ଫୋନ୍ କରି କହିଥିଲେ କି ତାଙ୍କ ଭଡ଼ାଘରେ ଲାଗିଥିବା କେମେରା ଓ ଗେଟ୍ ର ତାଲା ଭଙ୍ଗା ଯାଇଛି ବୋଲି। ଏକଥା ଶୁଣି ସଙ୍ଗେ ସଙ୍ଗେ ମିଥୁନ ଆସି ମୋଟେଲ ଛକ ଭଡ଼ାଘରେ ପହଞ୍ଚିଥିଲେ ଆଉ ଦେଖିଥିଲେ କି ଘରର ଗେଟ ଭଙ୍ଗା ହେବା ସହ ଘରେ ଥିବା ଗଡ୍ରେଜ୍ ଭଙ୍ଗା ଯାଇ ସୁନା ଗହଣା ସହ ୩୦ ହଜାର ଟଙ୍କା ଓ ୨ ଟି କ୍ୟାମେରା ଚୋରୀ ହୋଇଯାଇଛି। ଚୋରି ହୋଇଥିବା ସାମଗ୍ରୀ ର ମୂଲ୍ୟ ୪ ଲକ୍ଷ୍ୟ ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ମିଥୁନ କହିଛନ୍ତି । ତେବେ ଏ ବାବଦରେ ମିଥୁନ ଭଦ୍ରକ ଟାଉନ ଥାନରେ ଏକ ଅଭିଯୋଗ କରିଥିବା ବେଳେ ପୋଲିସ ଘଟଣା ସ୍ଥାଳରେ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଛି । ଚୋରି, ଡକାୟତି ବର୍ତ୍ତମାନ ଭଦ୍ରକ ସହରରେ ବୃଦ୍ଧି ପାଉଥିବା ବେଳେ ପୋଲିସ ପାଇଁ ମୁଣ୍ଡ ବ୍ୟଥାର କାରଣ ମଧ୍ୟ ପାଲଟିଛି |

Advertisement

Leave a Reply

Your email address will not be published. Required fields are marked *