Pratidin TV

Odisha's Digital News Platform

କେଜ୍ରିୱାଲଙ୍କୁ ଲାଗିଲା ପୁଣି ଏକ ଝଟକା , ଜାମିନ ଅବଧି ମାମଲାରେ ହେବ ନାହିଁ ତୁରନ୍ତ ଶୁଣାଣି ..

କେଜରିଓ୍ବାଲଙ୍କୁ ସୁପ୍ରିମ  ଲାଗିଲା ଝଟକା  । କେଜରିୱାଲଙ୍କ ସ୍ବାସ୍ଥ୍ୟ ଯାଞ୍ଚ ପାଇଁ ମଧ୍ୟବର୍ତ୍ତୀକାଳୀନ ଜାମିନକୁ ୭ ଦିନ ବୃଦ୍ଧି କରିବାକୁ ଆବେଦନ କରିଥିଲେ ।    ହେଲେ ତାଙ୍କର ଆବେଦନକୁ  ତୁରନ୍ତ ଶୁଣାଣି କରିବାକୁ  ମନା କରିଦେଇଛନ୍ତି। କେବଳ ଏତିକି ନୁହେଁ, ଆବେଦନ ବିଳମ୍ବରେ ଦାଖଲ ଉପରେ ମଧ୍ୟ ବେଞ୍ଚ ପ୍ରଶ୍ନ ଉଠାଇଛି।ଜଷ୍ଟିସ ଏ ଏସ ଓକଙ୍କ ବେଞ୍ଚ କହିଛନ୍ତି ଯେ ମୁଖ୍ୟ ପ୍ରସଙ୍ଗରେ ଆଦେଶ ମେ ୧୭ରେ ସଂରକ୍ଷିତ କରାଯାଇଥିଲା। ସେହି ବେଞ୍ଚର ଜଣେ ସଦସ୍ୟ ବିଚାରପତି ଗତ ସପ୍ତାହରେ ଛୁଟିରେ ଥିଲେ।

ସେତେବେଳେ ତୁମେ କାହିଁକି ଏହି ଦାବି କରିନାହଁ ବୋଲି ପ୍ରଶ୍ନ କରାଯାଇଛି। ଅବକାଶକାଳିନ ବେଞ୍ଚ କେଜରିୱାଲଙ୍କ ଓକିଲ ଅଭିଷେକ ମନୁ ସିଂଭିଙ୍କୁ ମୁଖ୍ୟ ବିଚାରପତିଙ୍କ ଶୁଣାଣି ପାଇଁ ଅନୁରୋଧ କରିବାକୁ କହିଥିଲେ। ସୂଚନାଯୋଗ୍ୟ, ଦିଲ୍ଲୀର ମଦ ନୀତି ଦୁର୍ନୀତିରେ ଟଙ୍କା ହେରଫେର ଅଭିଯୋଗରେ ମାର୍ଚ୍ଚ୨୧ରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜରିୱାଲଙ୍କୁ ଇଡି ଗିରଫ କରିଥିଲା। କେଜରିୱାଲ ସୁପ୍ରିମକୋର୍ଟରେ ତାଙ୍କ ଗିରଫଦାରୀକୁ ଚ୍ୟାଲେଞ୍ଜ କରିଛନ୍ତି। ନିକଟରେ ଲୋକ ସଭା ନିର୍ବାଚନରେ ପ୍ରଚାର କରିବା ପାଇଁ ସୁପ୍ରିମକୋର୍ଟ କେଜରିୱାଲଙ୍କୁ ମଇ ୧୦ ରୁ ଜୁନ ୧ ପର୍ଯ୍ୟନ୍ତ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିଛନ୍ତି। ତାଙ୍କୁ ଜୁନ ୨ରେ ଆତ୍ମସମର୍ପଣ କରିବାକୁ ପଡିବ।

Leave a Reply

Your email address will not be published. Required fields are marked *