Pratidin TV

Odisha's Digital News Platform

ମିଳିଲାନି ଆଶ୍ବସ୍ତି , ବଢିଲା ସିସୋଦିଆଙ୍କ ନ୍ୟାୟିକ ହେପାଜତ ଅବଧି ..

1 min read

ଆଜିବି ମନୀଷ ସିସୋଦିଆଙ୍କୁ ମିଳିଲାନି ଆଶ୍ବସ୍ତି । ଅବକାରୀ ଦୁର୍ନୀତି ମାମଲାରେ ଛନ୍ଦି ହୋଇଥିବା ଦିଲ୍ଲୀ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ଆପ୍ ନେତା ମନୀଷ ସିସୋଦିଆଙ୍କ ନ୍ୟାୟିକ ହେପାଜତ ଅବଧି କୁ ବୃଦ୍ଧି କରିଛି କୋର୍ଟ ।  ଦିଲ୍ଲୀରେ ହୋଇଥିବା ମଦ ଦୁର୍ନୀତିର ତଦନ୍ତ କରୁଥିବା ସିବିଆଇ ଗତ ବର୍ଷ ଫେବୃଆରୀରେ ମନୀଷ ସିସୋଦିଆଙ୍କୁ ଗିରଫ କରିଥିଲା। ଏହି ମାମଲାରେ ଅର୍ଥ ହେରଫେର ଘଟଣାର ତଦନ୍ତ କରୁଛି ଇଡି। ଭିଡିଓ କନଫରେନ୍ସିଂ ମାଧ୍ୟମରେ ମନୀଷ ସିସୋଦିଆଙ୍କୁ  କୋର୍ଟରେ ହାଜର କରାଯାଇଥିଲା । ମାମଲାର ପରବର୍ତ୍ତୀ ଶୁଣାଣି ମେ ୩୧ରେ ହେବ ବୋଲି ରାଉସ୍ ଆଭେନ୍ୟୁ କୋର୍ଟରେ ନିର୍ଦ୍ଦେଶ ଦେଇଛି ।

 ମେ ୧୭ ରେ, ଇଡି ଅର୍ଥ ହେରଫେର ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବିରୋଧରେ ଚାର୍ଜସିଟ ଦାଖଲ କରିଥିଲା ଏବଂ ଆମ୍ ଆଦମୀ ପାର୍ଟୀକୁ ମଧ୍ୟ ଅଭିଯୁକ୍ତ କରିଥିଲା। ଲୋକସଭା ନିର୍ବାଚନରେ ପ୍ରଚାର କରିବାକୁ ମନୀଷ ସିସୋଦିଆ ଜାମିନ ମାଗିଥିଲେ। କିନ୍ତୁ ଲୋକସଭା ନିର୍ବାଚନର ପାଞ୍ଚଟି ପର୍ଯ୍ୟାୟ ପାଇଁ ଭୋଟ୍ ଶେଷ ହୋଇଛି ଏବଂ ଆସନ୍ତା ୨୫ ତାରିଖ ଦିନ ଦିଲ୍ଲୀର ସମସ୍ତ ସାତୋଟି ଆସନରେ ଭୋଟ୍ ଗ୍ରହଣ ହେବ। ଏଭଳି ପରିସ୍ଥିତିରେ ସିସୋଦିଆ ନିର୍ବାଚନ ପ୍ରଚାର ସମ୍ପର୍କରେ କୋର୍ଟରେ ଆବେଦନ କରିଥିଲେ ।

Advertisement

Leave a Reply

Your email address will not be published. Required fields are marked *