Pratidin TV

Odisha's Digital News Platform

୮ ମାସ ହେବ ମିଳୁନି ଦରମା , ଧାରଣାରେ ସଫେଇ କର୍ମଚାରୀ …

1 min read

ପରଜଙ୍ଗ : ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସମ୍ମୁଖରେ ଦରମା ପ୍ରତିବାଦ ପାଇଁ ସ୍ୱାସ୍ଥ୍ୟକେନ୍ଦ୍ର ର ସମସ୍ତ ଆଉଟ ସୁର୍ସିଙ୍ଗ ସଫେଇ କର୍ମଚାରୀ ମାନେ ଧାରଣାରେ ବସିଛନ୍ତି । ଏହି ପ୍ରତିବାଦ ୧୨ ରୁ ୧୩ ଜଣ ସଫେଇ କର୍ମଚାରୀ ଅଭିଯୋଗ ଅନୁଯାୟୀ ଦୀର୍ଘ ଦିନରୁ ନିରନ୍ତର ସେବା ଯୋଗାଇ ଆସୁଥିଲେ ମଧ୍ୟ ଆଜକୁ ଆଠ ମାସ ହେଲା ଦରମା ପାଇ ନାହାନ୍ତି ସଫେଇ କର୍ମଚାରୀ ।

ତେବେ ଏନେଇ ଆଗାମୀ ଦିନରେ ଯଦି ଦରମା ନମିଳିଲେ କୌଣସି ସଫେଇ କାର୍ଯ୍ୟ କରିବେ ନାହିଁ ବୋଲି ରୋକ୍ ଠୋକ୍ ମନା କରିଦେଇଛନ୍ତି ସଫେଇ କର୍ମଚାରୀ । ଏ ସମ୍ବନ୍ଧରେ ଜିଲ୍ଲାପାଳ ଙ୍କୁ ଲିଖିତ ଆକାରରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ପ୍ରକାର ସୁଫଳ ନ ମିଳିବାରୁ ବାଧ୍ୟ ହୋଇ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ରେ ବସିବେ ବୋଲି ଆଜି ଚେତାବନୀ ଦେଇଛନ୍ତି ସଫେଇ କର୍ମଚାରୀ ମାନେ ।

Advertisement

Leave a Reply

Your email address will not be published. Required fields are marked *