Pratidin TV

Odisha's Digital News Platform

ବନ୍ୟଜନ୍ତୁଙ୍କ ସହ ସେଲ୍ଫି ନେବା ପଡିପାରେ ମହଙ୍ଗା , ହୋଇପାରେ ଜେଲ୍ ଦଣ୍ଡ ..

1 min read

ଏବେ ଚାଲିଛି ସେଲ୍ଫି ଜମାନା । ଯୁଆଡେ ଦେଖିବ ସିଆଡେ ସମସ୍ତେ ସେଲ୍ଫି ନେବାରେ ବ୍ୟସ୍ତ । ବିଶେଷ କରି ବନ୍ୟ ପ୍ରାଣୀ ମାନଙ୍କ ସହ ସେଲ୍ଫି ନେବାପାଇଁ ଲୋକ ମାନଙ୍କର ଭିଡ ଲାଗେ । ହେଲେ ଏବେ ବନ୍ୟପ୍ରାଣୀଙ୍କ ସହ ସେଲ୍ଫି ନେବା ପଡିପାରେ ମହଙ୍ଗା । ଏମିତି କି ଯାଇପାରନ୍ତି ଜେଲ୍ । କାରଣ ବନ୍‌ଯଜନ୍ତୁଙ୍କ ଫଟୋ କିମ୍ବା ସେମାନଙ୍କ ସହ ସେଲଫି ଉଠାଇ ଲୋକମାନେ ସୋସିଆଲ ମିଡିଆରେ ଫଟୋ ପୋଷ୍ଟ କରୁଛନ୍ତି । ବନ୍ୟଜନ୍ତୁଙ୍କ ଫଟୋ ଉଠାଇବା କିମ୍ବା ସେମାନଙ୍କ ସହ ସେଲଫି ନେବା କେବଳ ସେମାନଙ୍କ ସାଧାରଣ ଜୀବନ ଯାତ୍ରାକୁ ବିଶୃଙ୍ଖଳିତ କରି ନଥାଏ ବରଂ ଏହା ବନ୍ୟଜନ୍ତୁ ସୁରକ୍ଷା ଆଇନ, ୧୯୭୨ର ଧାରା ୯କୁ ଉଲ୍ଲଂଘନ କରିଥାଏ ।

ଏହି ଅଭିଯୋଗରେ ଆଇନ ଉଲ୍ଲଂଘନକାରୀଙ୍କୁ ୭ ବର୍ଷ ଜେଲଦଣ୍ଡ ଭୋଗିବାକୁ ପଡିପାରେ । ଏହା ସହିତ ମୃତ ବନ୍ୟଜନ୍ତୁଙ୍କ ଶରୀର ର ଅଂଶ ସହ ଫଟୋ ଉଠାଇବା ବା ସେଲ୍ଫି ନେଇ ତାହାକୁ ସୋଶିଆଲ ମିଡିଆରେ ପୋଷ୍ଟ କରିବା ମଧ୍ୟ ବନ୍ୟଜନ୍ତୁ ସୁରକ୍ଷା ଆଇନ୍ ର ଉଲଂଘନ କରୁଛି । ଏହି ଆଇନର ଉଲ୍ଲଂଘନ ନ କରିବା ଲାଗି ପରାମର୍ଶ ଦେଇଛନ୍ତି ପ୍ରିନ୍ସିପାଲ ଚିଫ କଞ୍ଜରଭେଟର ଅଫ ଫରେଷ୍ଟସ ବା ପିସିସିଏଫ । ଏପରି
କାର୍ଯ୍ୟକଳାପରୁ ନିବତ୍ତ ରହିବାକୁ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାକୁ ସେ କହିଛନ୍ତି । ଏହା ସହ ସମସ୍ତେ ନିୟମ ମାନିବା ଉଚିତ୍ ଏବଂ ଫଟୋ ଉଠାଇବାକୁ ଆଗ୍ରହୀ ବ୍ୟକ୍ତି ଜଙ୍ଗଲ ଅଧିକାରୀଙ୍କ ଅନୁମତି ନେବା ଉଚିତ୍ ବୋଲି ସେ କହିଛନ୍ତି ।

Advertisement

Leave a Reply

Your email address will not be published. Required fields are marked *