Pratidin TV

Odisha's Digital News Platform

ହଷ୍ଟେଲରେ ନାହିଁ ପାଇଖାନା ଓ ପାଣି, ୩ କିମି ଚାଲିଚାଲି ଜିଲ୍ଲାପାଳଙ୍କୁ ଅଭିଯୋଗ କଲେ ଅନ୍ତେବାସୀ…

1 min read

ରାୟଗଡ଼ା: ହଷ୍ଟେଲରେ ଦେଖାଦେଇଛି ଅବବ୍ୟସ୍ଥା । ଛୁଟି ପରେ ବିଦ୍ୟାଳୟ ଖୋଲି ପ୍ରାୟ ୯ ମାସ ବିତିଯାଇଥିଲେ ମଧ୍ୟ ତେଲ ସାବୁନ ଥରେ ଦେଈ ଅନେକ ଥର ଦେଇଥିବା ଦର୍ଶାଇ ଖାତାରେ ଅନ୍ତେବାସୀଙ୍କ ନିଆ ଯାଉଛି ଦସ୍ତଖତ । ହଷ୍ଟେଲରେ ଆବଶ୍ୟକୀୟ ପାଇଖାନା ନାହିଁ ଓ ବ୍ୟବାହର ନିମନ୍ତେ ପାଣିର ଘୋର ଅସୁବିଧା । ତେଣେ ଡାଲି ବଦଳରେ ପିଲାଙ୍କୁ ଦିଆଯାଉଛି ଚାରୁ ପାଣି । ଆଉ ଯଦି କେହି ପ୍ରତିବାଦ କରୁଛନ୍ତି ତେବେ ହଷ୍ଟେଲରୁ ବାହାର କରିଦେବି ବୋଲି ମିଳୁଛି ଧମକ । ଖାଲି ସେତିକି ନୁହେଁ ହୋର ଜବରଦସ୍ତ ଲଣ୍ଡା କରି ମୁଣ୍ଡର ଚୁଟି କାଟି ଦେଉଛାନ୍ତି ପ୍ରଧାନ ଶିକ୍ଷକ । ଆଉ ଜାତିଆଣ ମନଭାବ ରଖି କରୁଛନ୍ତି ବ୍ୟବହାର । ଯାହାକୁ ନେଇ ୩ କିମି ଚାଲିଚାଲି ଯାଇ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଛନ୍ତି ଅନ୍ତେବାସୀ ।

ଏପରି ଅଭାବନୀୟ ଘଟଣା ଘଟିଛି ରାୟଗଡ଼ା ଜିଲ୍ଲା ସଦର ବ୍ଲକ୍ ମହକୁମା ଆମ୍ବାଗୁଡ଼ା RSEWC ଉଚ୍ଚବିଦ୍ୟାଳୟ ରେ । ତେବେ ଏ ବିଷୟରେ ପ୍ରଧାନ ଶିକ୍ଷକ ବିଭୁତି ଭୁଷଣ ରଥଙ୍କୁ ପଚାରିବାରୁ ସେ ଏହି ଅଭିଯୋଗକୁ ମିଥ୍ୟା ବୋଲି ଦର୍ଶାଇଛନ୍ତି । ସେ କହିଛନ୍ତି ଯେ ଛାତ୍ରଙ୍କ ଏହି ସବୁ ଅଭିଯୋଗ ମଧ୍ୟରୁ କେବଳ ପାଇଖାନା ଅବ୍ୟେବସ୍ତା କୁ ଛାଡ଼ିଦେଲେ ଆଉ ସବୁ ଭିତ୍ତିହୀନ । ସେପଟେ ଅଭିଯୋଗ ପରେ ଜିଲାପାଳ ସ୍ୱଦାଦେବ ସିଂ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅନ୍ତେବାସୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ବୋଲି ଛାତ୍ର ମାନେ କହିଛନ୍ତି । ଏନେଇ ପ୍ରାସାସନିକ ପ୍ରତିକ୍ରିୟା ମିଳିପାରିନାହିଁ ।

Leave a Reply

Your email address will not be published. Required fields are marked *