Pratidin TV

Odisha's Digital News Platform

ଶରୀରରେ ନାହିଁ ଆଘାତର ଚିହ୍ନ: ସାଉଥ୍ ଆଫ୍ରିକା ବାର ଭିତରୁ ୨୧ଟି ମୃତଦେହ ଉଦ୍ଧାର

1 min read

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାର ଏକ ନାଇଟ କ୍ଲବରେ ଅତିକମରେ ୨୧ ଜଣଙ୍କ ମୃତ୍ୟୁ ଘଟିଛି । ଏଥିସହ ଅନେକ ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରୁ ଅନେକ ୧୩ ବର୍ଷରୁ କମ ହୋଇଥିବା ସୂଚନା ମିଳିଛି । ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବାବେଳେ ପୋଲିସ ଘଟଣାର ତଦନ୍ତ କରୁଛି । ଅନ୍ତର୍ଜାତୀୟ ଗଣମାଧ୍ୟମରୁ ପ୍ରକାଶ ଯେ ପରୀକ୍ଷା ଶେଷହେବା ନେଇ ଏକ ସ୍କୁଲର ଛାତ୍ରଛାତ୍ରୀମାନେ ଏକତ୍ରିତ ହୋଇ କ୍ଲବରେ ଉତ୍ସବ ମନାଉଥିଲେ ।

ସେମାନଙ୍କ ମୃତଦେହଗୁଡିକ ଟେବୁଲ ଚେୟାର ଉପରେ ପଡିଥିବା ଦେଖିବାକୁ ମିଳିଥିଲା । ତେବେ ମୃତକ ଓ ଆହତଙ୍କ ଶରୀରରେ ଆଦୌ କ୍ଷତଚିହ୍ନ ନଥିବାରୁ କିଭଳି ଏହା ଘଟିଲା ସେନେଇ କିଛି ସ୍ପଷ୍ଟ ହୋଇନାହିଁ । ମୃତଦେହ ବ୍ୟବଚ୍ଛେଦ ପରେ ଏହାର କାରଣ ଜଣାପଡ଼ିବ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ମୃତକଙ୍କ ବୟସ ୧୩ରୁ ୧୭ ବର୍ଷ ମଧ୍ୟରେ ହୋଇଥିବା ପୋଲିସ କହିଛି ।

Advertisement

ଅନ୍ୟପଟେ ଛୋଟପିଲାଙ୍କୁ କ୍ଲବରେ ମଦ୍ୟପାନ ଦିଆଯିବା ନେଇ ପ୍ରଶ୍ନ ଉଠିଛି । ଏହି ଘଟଣା ନେଇ ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି ସିରିଲ ରାମାଫୋସା ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି । ସେ ଏକ ବିବୃତ୍ତିରେ କହିଛନ୍ତି “ଏପରି ପରିସ୍ଥିତିକୁ ନେଇ ଚିନ୍ତିତ ଅଛି, ଯେଉଁସ୍ଥାନରେ ୧୮ ବର୍ଷରୁ କମ ବୟସର ପିଲାଙ୍କ ପ୍ରବେଶ ବେଆଇନ ହୋଇଥାଏ ସେଠାରେ ସ୍କୁଲ ଛାତ୍ରଛାତ୍ରୀମାନେ ଏକତ୍ରିତ ହୋଇଥିଲେ ।

Leave a Reply

Your email address will not be published. Required fields are marked *