Pratidin TV

Odisha's Digital News Platform

ସାମ୍ନାକୁ ଆସିଲା ନୋବେଲ ପୁରସ୍କୃତ ରବୀନ୍ଦ୍ରନାଥ ଟାଗୋରଙ୍କ ହାତଲେଖା ଜାତୀୟ ସଙ୍ଗୀତ, ନୋବେଲ କମିଟିରେ ହେଲା ସେୟାର

ଦେଶର ୭୮ତମ ସ୍ୱାଧୀନତା ଦିବସ ପାଳନ କରୁଛି। ଏହି ଅବସରରେ ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ସମଗ୍ର ଦେଶ ମନେ ପକାଉଛି। ଏଥିସହିତ ରବୀନ୍ଦ୍ରନାଥ ଟାଗୋରଙ୍କୁ ମନେ ପକାଇଛି ନୋବେଲ କମିଟି। ଦେଶର ଜାତୀୟ ସଙ୍ଗୀତ ‘ଜନ ଗଣ ମନ’ ଲେଖିଥିବା ଏହି ମସିହା ପୁରୁଷଙ୍କ ହାତଲେଖାକୁ ନୋବେଲ କମିଟି ସୋଶାଲ ମିଡିଆରେ ଶେଆର କରିଛି, ଯାହା ଖୁବ୍ ଜନାଦୃତ ହେଉଛି।

ବାସ୍ତବରେ ରବୀନ୍ଦ୍ରନାଥ ଟାଗୋର ‘ଜନ ଗଣ ମନ’ର କରିଥିବା ଇଂରାଜୀ ଅନୁବାଦକୁ ସୋଶାଲ ମିଡିଆରେ ଶେଆର କରିଛି ନୋବେଲ କମିଟି। ଭାରତର ସ୍ୱାଧୀନତା ଦିବସରେ ଏପରି ଏକ ପୋଷ୍ଟ କରି ଟାଗୋରଙ୍କ ଅବଦାନକୁ ମନେ ପକାଇ ଦେଇଛି।

କମିଟି ପୋଷ୍ଟ କରିଥିବା କ୍ୟାପ୍ସନରେ ଲେଖିଛି, “ଭାରତର ଜାତୀୟ ସଂଗୀତ ‘ଜନ ଗଣ ମନ’ର ଇଂରାଜୀ ଅନୁବାଦ, ଯାହାକୁ ମୁଖ୍ୟତଃ ବେଙ୍ଗଲି କବି ରବୀନ୍ଦ୍ରନାଥ ଟାଗୋର ଲେଖିଥିଲେ। ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ୧୯୧୩ରେ ଟାଗୋରଙ୍କୁ ନୋବେଲ୍ ପୁରସ୍କାରରେ ସମ୍ମାନିତ କରାଯାଇଥିଲା।”

ଏହି ‘ଜନ ଗଣ ମନ’ ସଙ୍ଗୀତ ଜାତୀୟ ସଙ୍ଗୀତ ବଜାଇ ତ୍ରିରଙ୍ଗାକୁ ସମ୍ମାନ ଜଣାଯାଉଛି। ଜାତୀୟ ସଂଗୀତ ରବୀନ୍ଦ୍ରନାଥ ଟାଗୋର ଲେଖିଥିଲା ବେଳେ ତାଙ୍କୁ ବିଶ୍ୱର ସବୁଠାରୁ ବଡ ପୁରସ୍କାର ‘ନୋବେଲ ପୁରସ୍କାର’ ପାଇଥିଲେ। ଏହି ପୁରସ୍କାର ପାଇବାର ପ୍ରାଥଣ ଭାରତୀୟ ଥିଲେ | ସେ ଏହି ଗୀତକୁ ବଙ୍ଗାଳୀ ଭାଷାରେ ଲେଖିଥିଲା ବେଳେ ଏହି ଗୀତର ନାମ ରଖିଥିଲେ ‘ଭାରତୋ ଭାଗ୍ୟୋ ବିଧାତା’। ଡିସେମ୍ବର ୧୧, ୧୯୧୧ ମସିହାରେ ସେ ଏହା ଲେଖିଥିଲେ | ଏହି ସମୟରେ ତାଙ୍କ ହାତ ଲେଖା ଜାତୀୟ ସଂଗୀତର ଅରିଜିନାଲ୍ ପୃଷ୍ଠା ସାମ୍ନାକୁ ଆସିଛି।

Leave a Reply

Your email address will not be published. Required fields are marked *