Pratidin TV

Odisha's Digital News Platform

କୋଭିଡ ଟିକା ପାଇଁ କାରିକୋ ଓ ୱେସମାନଙ୍କୁ ମିଳିଲା ନୋବେଲ..

1 min read

ଘୋଷଣା ହେଲା ୨୦୨୩ ନୋବେଲ୍ ପ୍ରାଇଜ୍ । ଫିଜିଓଲୋଜି ବା ମେଡିସିନ କ୍ଷେତ୍ରରେ ଉତ୍କୃଷ୍ଠତା ପାଇଁ ଦୁଇ ବୈଜ୍ଞାନିକଙ୍କୁ ମିଳିବ ୨୦୨୩ ନୋବେଲ ସମ୍ମାନ । ଚଳିତ ବର୍ଷର ନୋବେଲ ପାଇଁ କାଟାଲିନ କାରିକୋ ଏବଂ ଡ୍ର‌୍ୟୁ ୱିସମାନଙ୍କ ନାମ ଘୋଷଣା କରାଯାଇଛି । COVID-୧୯ ବିରୁଦ୍ଧରେ ପ୍ରଭାବଶାଳୀ mRNA ଟିକା ବିକାଶକୁ ସକ୍ଷମ କରିଥିବା ନ୍ୟୁକ୍ଲିଓସାଇଡ୍ ବେସ୍ ପରିବର୍ତ୍ତନ କ୍ଷେତ୍ରରେ ସେମାନଙ୍କ ଆବିଷ୍କାର ପାଇଁ ଏହି ନୋବେଲ୍ ପୁରସ୍କାର ଦିଆଯାଇଛି । ତେବେ ନୋବେଲ ପୁରସ୍କାର ସେଇ ମାନେ ପ୍ଧବଥାନ୍ତି ଯେଉଁମାନେ ଗତ ୧୨ ମାସ ମଧ୍ୟରେ ମାନବିକତାର କଲ୍ୟାଣ ପାଇଁ ସର୍ବୋତ୍ତମ କାର୍ଯ୍ୟ କରିଥାନ୍ତି ।

ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ଔଷଧ, ସାହିତ୍ୟ ଏବଂ ଶାନ୍ତି ଭଳି ଅନେକ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ । ସ୍ୱିଡେନ ବ୍ୟବସାୟୀ ତଥା ଡାଇନାମାଇଟ୍ ର ଉଦ୍ଭାବକ ଆଲଫ୍ରେଡ୍ ନୋବେଲଙ୍କ ସ୍ମୃତିରେ ଏହି ପୁରସ୍କାର ପ୍ରଦାନ କରାଯାଇ ଆସୁଛି । ଆଲଫ୍ରେଡ ନୋବେଲ ଏହି ପୁରସ୍କାରକୁ ପାଣ୍ଠି ଦେବା ପାଇଁ ତାଙ୍କର ଅଧିକାଂଶ ରୋଜଗାର ଛାଡିଥିଲେ । ୧୯୦୧ ରେ ପ୍ରଥମ ଥର ପାଇଁ ନୋବେଲ ପୁରସ୍କାର ପ୍ରଦାନ କରାଯାଇଥିଲା । ୧୯୬୮ ମସିହାରେ, ସ୍ୱିଡେନର ସେଣ୍ଟ୍ରାଲ ବ୍ୟାଙ୍କ ଏଥିରେ ଅନ୍ୟ ଏକ ବର୍ଗ, ଅର୍ଥନୈତିକ ବିଜ୍ଞାନ ଯୋଡିଥିଲା ।

Advertisement

Leave a Reply

Your email address will not be published. Required fields are marked *