ରସାୟନ ବିଜ୍ଞାନ ପାଇଁ ତିନି ଜଣଙ୍କୁ ମିଳିବ ନୋବେଲ ପୁରସ୍କାର..
1 min readନୋବେଲ ପୁରସ୍କାର ୨୦୨୪ ଘୋଷଣା କରାଯାଇଛି। ରସାୟନ ବିଜ୍ଞାନ କ୍ଷେତ୍ରରେ ନୋବେଲ ପୁରସ୍କାର ବିଜେତାଙ୍କ ନାମ ଘୋଷିତ ହୋଇଛି । ପୁଷ୍ଟିସାର ବା ପ୍ରୋଟିନ୍ର ଗଠନ ଓ ଗଣନା ପାଇଁ ଡେଭିଡ ବେକର, ଡେମିସ ହାସାବିସ, ଜନ ଜମ୍ପର ଏହି ତିନି ଜଣଙ୍କ ନାମ ଘୋଷଣା କରାଯାଇଛି।
ଗଣନା ଓ କୃତ୍ରିମ ବୁଦ୍ଧିମତ୍ତାର ସହାୟତାରେ ତଥ୍ୟ ଉନ୍ମୋଚନ ପାଇଁ ୩ ଜଣଙ୍କୁ ନୋବେଲ ପୁରସ୍କାର ମିଳିବ। ଆଣ୍ଟିବାୟୋଟିକ ପ୍ରତିରୋଧକୁ ରୋକିବାର ବାଟ ସଫା ହୋଇଛି। ହାସାବିସ ଓ ଜମ୍ପର ଉଦ୍ଭାବନ କରିଛନ୍ତି AI ମଡେଲ ଆଲ୍ଫାଫୋଲ୍ଡ। ମଡେଲ ସାହାଯ୍ୟରେ ଜଣାପଡ଼ିଲା ପ୍ରୋଟିନ୍ର ଗଠନ ପ୍ରଣାଳୀ। ପ୍ରୋଟିନର ଗଠନ ପ୍ରଣାଳୀ ୫୦ ବର୍ଷ ହେଲା ଜଣାପଡି ନଥିଲା।