ଜନ ଫୋସେଙ୍କୁ ମିଳିବ ସାହିତ୍ୟରେ ନୋବେଲ ପୁରସ୍କାର
1 min readସାହିତ୍ୟ ପାଇଁ ୨୦୨୩ର ନୋବେଲ ପୁରସ୍କାର ଘୋଷଣା ହୋଇଛି । ନରୱେର ଲେଖକ ଫୋସେଙ୍କୁ ତାଙ୍କ ନାଟକ ଓ ଗଦ୍ୟ ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଇଛି । ଚଳିତ ବର୍ଷର ସାହିତ୍ୟରେ ନୋବେଲ ପୁରସ୍କାର ବିଜେତା ଜନ ଫୋସେ ଉପନ୍ୟାସକୁ ଏକ ଏମିତି ଶୈଳୀରେ ଲେଖିଥିଲେ ଯାହା ‘ଫୋସ ମିନିମାଲିଜିମ’ ନାମରେ ପରିଚିତ ହୋଇଥିଲା । ଏହା ତାଙ୍କର ଦ୍ୱିତୀୟ ଉପନ୍ୟାସ ‘ଷ୍ଟାଙ୍ଗେଡ ଗିର୍ଟା’ ରେ ଦେଖିବାକୁ ମିଳେ । ସୂଚନାଯୋଗ୍ୟ, ୨୦୨୨ ବର୍ଷ ପାଇଁ ସାହିତ୍ୟ ପାଇଁ ନୋବେଲ ପୁରସ୍କାର ଫରାସୀ ଲେଖକ ଆନି ଏର୍ନାକ୍ସଙ୍କୁ ଦିଆଯାଇଥିଲା । ସେ ଜଣେ ଫରାସୀ ଲେଖକ ତଥା ସାହିତ୍ୟ ପ୍ରଫେସର । ତାଙ୍କର ସାହିତ୍ୟିକ କାର୍ଯ୍ୟ ପ୍ରାୟତଃ ଆତ୍ମଜୀବନୀ ଏବଂ ସମାଜବିଜ୍ଞାନ ଉପରେ ଆଧାରିତ ।
ସେହିପରି ରସାୟନ ବିଜ୍ଞାନ କ୍ଷେତ୍ରରେ ନୋବେଲ୍ ପୁରସ୍କାର ଘୋଷଣା କରାଯାଇଛି । ଚଳିତ ବର୍ଷ ଏହି ସମ୍ମାନ ମିଳିତ ଭାବେ ଆମେରିକାର ୩ ବୈଜ୍ଞାନିକଙ୍କୁ ମିଳିବ । ୩ ବୈଜ୍ଞାନିକ ହେଲେ, ମେସାଚୁସେଟ୍ସ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିର ମୋଉଙ୍ଗୀ ବୋୱଣ୍ଡି, କଲମ୍ବିଆ ବିଶ୍ୱବିଦ୍ୟାଳୟର ଲୁଇସ୍ ବ୍ରୁସ୍ ଏବଂ ନାନୋକ୍ରିଷ୍ଟାଲ୍ ଟେକ୍ନୋଲୋଜି ଇଙ୍କ୍ର ଆଲୋକ୍ସି ଏକିମୋଭ । ରୟାଲ୍ ସ୍ୱିଡିଶ୍ ଏକାଡେମୀ ଅଫ୍ ସାଇନ୍ସସ୍ ବୁଧବାର ଏହା ଘୋଷଣା କରିଛି । ଏଥି ପୂର୍ବରୁ ଭୌତିକ ବିଜ୍ଞାନ ଏବଂ ଚିକିତ୍ସା କ୍ଷେତ୍ରରେ ନୋବେଲ୍ ପୁରସ୍କାର ଘୋଷଣା ହୋଇସାରିଛି । ଫିଜିକ୍ସରେ ପିୟରେ ଆଗୋଷ୍ଟିନୀ, ଫେରେଙ୍କ୍ କ୍ରୁଜ ଓ ଏନି ଏଲ୍ ହୁଇଲିୟରଙ୍କୁ ନୋବେଲ୍ ପୁରସ୍କାର ପ୍ରଦାନ କରାଯିବ । ମେଡିସିନ୍ ପାଇଁ ୨ ବୈଜ୍ଞାନିକ ପାଇବେ ନୋବେଲ୍ ପୁରସ୍କାର । ସେମାନେ ହେଲେ ହଙ୍ଗେରୀ-ଆମେରିକାନ୍ ନାଗରିକ କାଟାଲିନ୍ କାରିକୋ ଓ ଆମେରିକା ନାଗରିକ ଡ୍ରିଉ ୱିଜମ୍ୟାନ ।