Pratidin TV

Odisha's Digital News Platform

ବିବାହ ଭୋଜିକୁ ଯିବାବେଳେ ଦୁର୍ଘଟଣା , ଚାଲିଗଲା ୩ଭାଇ ଭଉଣୀଙ୍କ ଜୀବନ..

1 min read

ସମ୍ପର୍କୀୟଙ୍କ ବିବାହ ଥିଲା । ତେଣୁ ଭଉଣୀକୁ ସାଙ୍ଗରେ ଘରି କେଡେ ଖୁସିରେ ବାହାରି ପଡିଥିଲେ ଭୋଜିଖାଇବାକୁ । ହେଲେ ସେ କଣ ଜାଣିଥିଲେ ତାଙ୍କର ଏହି ଖୁସି ନିମିଷକ ମଧ୍ୟରେ ଏପରି ଦୁଃଖରେ ପରିଣତ ହୋଇଯିବ ବୋଲି । ଏପରି ସମସ୍ତଙ୍କର ଜୀବନ ଦୀପ ଲିଭିଯିବ ବୋଲି । ଯେମିତି ଲାଗୁଥିଲା ବାଟରେ ଛକି ବସିଥିଲା ଜୀବନ ସୁଯୋଗ ପାଇ ନେଇଗଲା ସେମାନଙ୍କ ଜୀବନ । କେହି କିଛି ଭାବିବାପୂର୍ବରୁ ସବୁ କିଛି ଓଲଟପାଲଟ ହୋଇଗଲା । ଗ୍ରେଟର ନୋଏଡାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଦ୍ରୁତ ଗତିରେ ଆସୁଥିବା ଏକ କାର ବାଇକକୁ ଧକ୍କା ଦେବା ପରେ ଗୋଟିଏ ପରିବାରର ତିନି ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ବାଇକ୍‌ରେ ଥିବା ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି ।

ସୂଚନା ଅନୁଯାୟୀ, ଶୁକ୍ରବାର ମଧ୍ୟରାତ୍ରୀରେ ଗ୍ରେଟର ନୋଏଡାର ବ୍ୟସ୍ତ ବହୁଳ ପରୀ ଛକରେ ଘଟିଛି ଏପରି ଅଘଟଣ । କୁଲେସରାର ବାସିନ୍ଦା ସୁରେନ୍ଦ୍ର ଉଭଣୀମାନଙ୍କ ସହ ଏକ ବିବାହ ଉତ୍ସବରେ ଯୋଗ ଦେବା ପରେ ବାଇକ ଯୋଗେ ଘରକୁ ଫେରୁଥିଲେ । ମୋଟର ସାଇକେଲରେ ମୋଟ ୪ ଜଣ ଅର୍ଥାତ୍ ସୁରେନ୍ଦ୍ରଙ୍କ ଦୁଇ ଭଉଣୀ ସାଇଲି ଓ ଆନସୁଙ୍କ ସହ ତାଙ୍କର ଜଣେ ବନ୍ଧୁ ମଧ୍ୟ ଥିଲେ । ରାତି ପ୍ରାୟ ୨ଟାରେ ପରୀ ଛକ ନିକଟରେ ଦ୍ରୁତ ଗତିରେ ଆସୁଥିବା ଏକ କାର ମୋଟରସାଇକେଲକୁ ପଛରୁ ଧକ୍କା ଦେଇ ସେଠାରୁ ଚାଲି ଯାଇଥିଲା । ଦୁର୍ଘଟଣାର ସୁରେନ୍ଦ୍ର ଓ ତାଙ୍କ ୨ ଭଉଣୀ ଗୁରୁତର ହୋଇଥିଲେ । ସେମାନଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ସେ ୩ ଜଣଙ୍କୁ ମୃତ ଘୋଷଣା କରାଯାଇଥିବା ବାଇକ ଥିବା ଅନ୍ୟ ଜଣେ ଯୁବତୀ ଗୁରୁତର ଥିବା ସୂଚନା ମିଳିଛି । ଏନେଇ ପୋଲିସ କହିଛି, ଦ୍ରୁତ ଗତିରେ ଆସୁଥିବା କାରଟି ମୋଟରସାଇକେଲକୁ ଧକ୍କା ଦେବା ପରେ ତାହା ଉପରେ ଚଢ଼ି ଯାଇଥିଲା । ବାଇକକୁ ଧକ୍କା ଦେଇଥିବା ଗାଡିଟିକୁ ପୋଲିସ ଏପର୍ଯ୍ୟନ୍ତ ଚିହ୍ନଟ କରିପାରି ନାହିଁ । ଗାଡିକୁ ଖୋଜିବା ପାଇଁ ସିସିଟିଭି କ୍ୟାମେରାରୁ ଫୁଟେଜ ସ୍କାନ୍ କରାଯାଉଛି । ଘଟଣାରେ ବର୍ତ୍ତମାନ ସୁଦ୍ଧା କୌଣସି ଗିରଫଦାରୀ ହୋଇନାହିଁ ।

Advertisement

Leave a Reply

Your email address will not be published. Required fields are marked *