Pratidin TV

Odisha's Digital News Platform

ବିଗ ବସ୍ ବିଜେତା ଏଲଭିଶ ଯାଦବଙ୍କ କଳାକାରନାମା, ପାର୍ଟିରେ ସପ୍ଲାଏ କରୁଛନ୍ତି ସାପ ବିଷ, ଥାନାରେ ରୁଜୁ ହେଲା ମାମଲା..

1 min read

ନୂଆଦିଲ୍ଲୀ : ଚର୍ଚ୍ଚାରେ ବିଗବସ୍ ଓଟିଟି୨ର ବିଜେତା ଏଲଭିଶ ଯାଦବ । କାରଣ ତାଙ୍କରେ ନାଁରେ ଆସିଛି ସାଙ୍ଘାତିକ ଅଭିଯୋଗ । ରେଭ ପାର୍ଟିରେ ଏଲଭିଶ ସାପ ଏବଂ ତା ବିଷ କାରବାର କରୁଥିବା ନେଇ ନୋଏଡା ପୋଲିସରେ ହୋଇଛି ଅଭିଯୋଗ । ପାର୍ଟି ଚାଲିଥିବା ବେଳେ ନୋଏଡା ଏକ ଷ୍ଟିଙ୍ଗ ଅପରେସନ କରି ଜୀବନ୍ତ ସାପ ସମେତ ବିଷ ଜବତ କରାଯାଇଛି । ଏଥିରେ ଏଲଭିଶଙ୍କ ବ୍ୟତୀତ ଆଉ ୫ଜଣ ମଧ୍ୟ ଗିରଫ ହୋଇଛନ୍ତି । ସୂଚନାମୁତାବକ ଏଲଭିଶ ଯାଦବ ନୋଏଡାରେ ରେଭ ପାର୍ଟି କରି ସାପ ବିଷ ସପ୍ଲାଇ କରୁଥିଲେ । ପିଏଫଏ ସଂସ୍ଥାର ଗୌରବ ଗୁପ୍ତା ନାମକ ଜଣେ ବ୍ୟକ୍ତି ଏଲଭିଶ ଯାଦବଙ୍କ ସମେତ ୬ ଜଣଙ୍କ ବିରୋଧରେ ମାମଲା ଦାୟର କରିଥିଲେ ।

ଅଭିଯୋଗ ହୋଇଛି ଯେ ଏଲଭିଶ ଯାଦବ ତାଙ୍କ ସହଯୋଗୀମାନଙ୍କ ସହ ନୋଏଡାରେ ରେଭ ପାର୍ଟି ଆୟୋଜନ କରୁଥିଲେ ଏବଂ ଏହି ପାର୍ଟିରେ ନିଷିଦ୍ଧ ସାପ ବିଷ ବ୍ୟବହାର କରାଯାଇଥିଲା । କେବଳ ଏତିକି ନୁହେଁ ପାର୍ଟିରେ ବିଦେଶୀ ଝିଅମାନଙ୍କୁ ନିମନ୍ତ୍ରଣ କରାଯାଇଥିବା ମଧ୍ୟ ଅଭିଯୋଗ ହୋଇଛି । ଏହି ମାମଲାରେ ୫ ଜଣଙ୍କୁ ଗିରଫ କରାଯାଇଥିବା ଖବର ମଧ୍ୟ ଥିବାବେଳେ ପୋଲିସ ଏହି ମାମଲାରେ ଏଲଭିଶଙ୍କୁ ତଦନ୍ତ ଜାରି ରଖିଛି ।
ଖବର ଅନୁଯାୟୀ, ପିପୁଲ୍ସ ଫର୍ ଆନିମଲ୍ସର ସଂଗଠନର ଗ ବଙ୍କକ୍ସ ରବ ଗୁପ୍ତା ଏହି ମାମଲା ଦାୟର କରିଛନ୍ତି । ଅଭିଯୋଗ ହୋଇଛି ଯେ ୟୁଟ୍ୟୁବର ଏଲଭିଶ ଏବଂ ଅନ୍ୟ ସହକର୍ମୀମାନେ ନୋଏଡାର ଫାର୍ମ ହାଉସରେ ସାପଙ୍କ ସହ ଭିଡିଓ ସୁଟିଂ କରୁଥିଲେ ।

Advertisement

ପୋଲିସର ସୂଚନାନୁସାରେ, ନୋଏଡା ପୋଲିସ ନିଷିଦ୍ଧ ସାପ ବିଷ ଯୋଗାଉଥିବା ଏକ ଗ୍ୟାଙ୍ଗ ଉପରେ ଚଢାଉ କରିଥିଲା ଏବଂ ଏହି ଘଟଣାରେ ୫ ଜଣଙ୍କୁ ଗିରଫ କରାଯାଇଥିଲା । ଏଲଭିଶ ଯାଦବଙ୍କ ବିରୋଧରେ ଅନେକ ଗମ୍ଭୀର ଅଭିଯୋଗ ହୋଇଛି । ଯେଉଁଥିରେ ରେଭ୍ ପାର୍ଟିରେ ସାପ ବିଷ ଏବଂ ବିଦେଶୀ ଝିଅ ଯୋଗାଣ ଅଭିଯୋଗ ଅନ୍ତର୍ଭୁକ୍ତ । ଗିରଫ ହୋଇଥିବା ୫ ଅଭିଯୁକ୍ତଙ୍କୁ ପୋଲିସ ପଚରାଉଚରା ବେଳେ ସେମାନେ କହିଥିଲେ ଯେ ୟୁଟ୍ୟୁବର୍ ଏଲଭିଶ ଯାଦବ ଏହି ଗ୍ୟାଙ୍ଗ ସହ ଜଡିତ ଅଛନ୍ତି ।

କେବଳ ଏତିକି ନୁହେଁ ଏହି ଗ୍ୟାଙ୍ଗର ଗିରଫ କରିବା ବେଳେ ୯ ଟି ସାପ ଏବଂ ସାପ ବିଷ ମିଳିଛି । ଯେଉଁଥିରେ ୫ ଟି କୋବ୍ରା ଏବଂ ବାକିଗୁଡିକ ବିଭିନ୍ନ ପ୍ରଜାତିର । ପୋଲିସ କହିଛି ଯେ ଏକ ମାମଲା ପଞ୍ଜୀକୃତ କରାଯାଇଛି ଯେଉଁଥିରେ ଏଲଭିଶ ଯାଦବଙ୍କ ନାମ ଉଲ୍ଲେଖ କରାଯାଇଛି । ଯଦିଓ ତାଙ୍କୁ ଏପର୍ଯ୍ୟନ୍ତ ଗିରଫ କରାଯାଇ ନାହିଁ । ଏହା ବ୍ୟତୀତ ପୋଲିସ ଧରାଯାଇଥିବା ସାପକୁ ଜଙ୍ଗଲ ବିଭାଗକୁ ହସ୍ତାନ୍ତର କରିଛି । ଆପଣ ଜାଣିଥିବେ ଏଲଭିଶ ବିଗ୍ ବସ୍ ଓଟିଟି୨ ଟାଇଟଲ୍ ଜିତିଥିଲେ । ସେ ୱାଇଲ୍ଡ କାର୍ଡ ପ୍ରତିଯୋଗୀ ଭାବରେ ଏହି ସୋରେ ପ୍ରବେଶ କରିଥିଲେ । ବିଗ୍ ବସ୍ ଇତିହାସରେ ଏହା ପ୍ରଥମ ଥର ଥିଲା ଯେ ୱାଇର୍ଲ୍ଡ କାର୍ଡ ପ୍ରବେଶକାରୀ ଶୋ’ର ବିଜେତା ହୋଇଥିଲେ ।

Leave a Reply

Your email address will not be published. Required fields are marked *